ବୋଲଗଡ,୨୫/୪(ଶୁସାନ୍ତ କୁମାର ପ୍ରଧାନ): ବୋଲଗଡ ଶିକ୍ଷା ବ୍ଲକ ଫାସୀଓଦା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁସୁପଲ୍ଲା ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ସ୍ବର୍ଗତ ହାଡିବନ୍ଧୁ ଖଟୁଆଙ୍କ ସ୍ମୃତି ଚାରଣ ସଭା ଟାଙ୍ଗୀସାହି ଗ୍ରାମଠାରେ ଦିନ ବନ୍ଧୁ ସାମନ୍ତରାୟଙ୍କ ସଭାପତିତ୍ୱରେ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଅଛି I ଏହି ସ୍ମୃତି ଚାରଣ ସଭାରେ ଶିକ୍ଷକ ମନମୋହନ ରାୟ,ଲମ୍ବୋଦର ହୋତା, ପ୍ରଫୁଲ୍ଲ କୁମାର ମହାପାତ୍ରଙ୍କ ସମେତ ବହୁ ଶିକ୍ଷକ ଓ ଶିକ୍ଷୟିତ୍ରୀ,ସମାଜ ସେବୀ,ଯୁବ ଗୋଷ୍ଠୀ ଓ ଭଦ୍ରବ୍ୟକ୍ତି,ବନ୍ଧୁବାନ୍ଧବ, ଆତ୍ମୀୟ ସ୍ୱଜନ ଓ ପରିବାର ବର୍ଗ ପ୍ରମୁଖ ଯୋଗଦେଇ ସ୍ବର୍ଗତ ଖଟୁଆଙ୍କ ଫଟୋ ଚିତ୍ରରେ ଫୁଲ,ଚନ୍ଦନ,ଧୂପ ଦ୍ୱୀପ ଦେଇ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ I ଉପସ୍ଥିତ ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ,ଯୁବ ଗୋଷ୍ଠି,ସମାଜ ସେବୀ,ପରିବାରବର୍ଗ ସ୍ବର୍ଗତ ଶ୍ରୀ ଖଟୁଆଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ୨ମିନିଟ ନିରବ ପ୍ରାର୍ଥନା କରି ତାଙ୍କର ଶିକ୍ଷକତା ଜୀବନର ଅଭୁଲା ସ୍ମୃତିକୁ ସାଉଁଟି ଧରି ଗୁଣଗାନ କରିଥିଲେ I ଶିକ୍ଷକ ସ୍ବର୍ଗତ ଶ୍ରୀ ଖଟୁଆ ଏକା ଧାରରେ ଜଣେ ସରଳ,ନିଷ୍କପଟ,ଛାତ୍ର ବତ୍ସଳ,ବନ୍ଧୁ ବତ୍ସଳ,ପରୋପକାରୀ,ସ୍ନେହୀ,ମିଷ୍ଠ ଭାସୀ ଧର୍ମ ପରାୟଣ ଓ ପରିବେଶବିତ ଥିଲେ I

