ଫୁଲବାଣୀ,୧୯/୦୭(ସୁନୀଲ ପଟ୍ଟନାୟକ):କନ୍ଧମା ଳ ଜିଲ୍ଳାର ଆଦିବାସି ଓ କୁଟିଆକନ୍ଧ ଜନଜାତି ଙ୍କ ସାମାଜିକ, ସାଂସ୍କୃତିକଓ ଅର୍ଥ ନୈତିକ ବିକାଶ ପାଈଁ ବାଲିଗୁଡ଼ା ଆଇଟି ଡି ଏ ପକ୍ଷରୁ ଅନେକ ଗୁଡ଼ିଏ ଅଭିନବ ପ୍ରୟାସ କରଯାଇଛି l ଆଇଟିଡିଏ ପ୍ରକଳ୍ପ ପ୍ରଶାସକ କୃପା ସିନ୍ଧୁ ବେହେରା ଙ୍କ ବ୍ୟକ୍ତି ଗତ ନିଷ୍ଠାପର ଉଦ୍ୟମ ଆନ୍ତରିକତା କାର୍ଯ୍ୟ ଦକ୍ଷତା ଓ ବିଶେଷ ଜ୍ଞାନ କୌଶଳ ଯୋଗୁଁ ଏହା ସମ୍ଭବ ହୋଇଥିବା କୁହାଯାଉଛି l ପ୍ରଶାସକ ଭାବେ ଆଇ ଟି ଡି ଏ ଦାୟିତ୍ବ ଗ୍ରହଣ କରିବା ପରେ ଗୁଣାତ୍ମକ କଫି ଚାଷର ପ୍ରଚାର ପ୍ରସାର ସହିତ ଆୟ ବୃଦ୍ଧି, ଗୋଲ ମରିଚ ଚାଷ କୁ ବ୍ୟାପକ କରିବା, ତତ୍ ସହିତ ହାଇ ବ୍ରିଡ କଦଳୀ ଚାଷ ର ବିକାଶ ସମ୍ଭବ ହୋଇଥିବା ଜଣାପଡିଛି l ଜିଲାରେ ହେଉଥିବା ହଳଦୀ ଚାଷ କୁ ଅଧିକ ଗୁରୁତ୍ବ ଦେବା ଓ ଆଦିବାସୀ ଙ୍କ ଉତ୍ପାଦିତ ହଳଦୀ କୁ ଅଧିକ ଦରରେ ବିକ୍ରୀ କରି ହଳଦୀ ଚାଷୀ ଙ୍କ ଅର୍ଥନୈତିକ ଉନ୍ନତୀ ସମ୍ଭବ ହୋଇଛି l ପ୍ରକଳ୍ପ ପ୍ରଶାସକ ବେହେରା ଙ୍କ ନିଷ୍ଠାପର ଉଦ୍ୟମ ଯୋଗୁ ମୁଖ୍ୟ ମନ୍ତ୍ରୀ ଜନ ଜାତି ଜୀବିକା ମିଶନ ରେ ୫୦୦ଏକର ଲକ୍ଷ୍ୟ ଧାର୍ଯ୍ୟ କରି ପ୍ରଥମ ପର୍ଯ୍ୟାୟ ରେ ୨୨୦ଏକର ଗ୍ରାମ୍ୟ ଜଙ୍ଗଲ ରେ ଗୋଲ ମରିଚ ଗଛ ଲଗାଯାଇଛି l ସେହିପରି ପର୍ଯ୍ୟଟନ ସ୍ଥଳୀ ଓ ପର୍ଯ୍ୟଟକ ମାନଙ୍କ ପାଇଁ ରହିବା ଓ ଆଦିବାସୀ କଳା ସଂସ୍କୃତିପରମ୍ପରା ଓ ତାଙ୍କ ଜୀବନ ଶୈଳୀ, ଚାଲିଚଳନ ସଂପର୍କରେ ଅଧିକ ଜାଣିବା ପାଇଁ ସେମାନଙ୍କ ବସ୍ତି ରେ ଖାଲି ପଡ଼ିଥିବା ଜାଗା ରେ ହୋମ ଷ୍ଟେ ଉପରେ ଗୁରୁତ୍ବ ଦେଇ କାର୍ଯ୍ୟ ଆରମ୍ଭ କରିଛନ୍ତି ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା l ଏହା ଦ୍ବାରା ପର୍ଯ୍ୟଟନ ଶିଳ୍ପ ର ବିକାଶ ହେବା ସହ ଅଧିକ ଆୟ ହୋଇପାରିବ l ଫଳରେ ସେମାନଙ୍କ ଜୀବନ ଜୀବିକା ରେ ଢେର୍ ପରିବର୍ତ୍ତନ ଆସିବ ବୋଲି ବେହେରା କହିଛନ୍ତି l ଏହା ବ୍ୟତୀତ ବାଲିଗୁଡ଼ା ଆଇ ଟି ଡି ଏ ଅନ୍ତର୍ଗତ ବାଲିଗୁଡ଼ା, ତୁମୁଡିବନ୍ଧ, କୋଟଗଡ, କ ନୂଆଗାଁ, ରାଇକିଆ, ଜି ଉଦୟଗିରି, ଚକାପାଦ,ଦାରିଂବାଡ଼ି ଓ ଟିକାବାଲି ଆଦି ୯ଟି ବ୍ଲକ ଅଞ୍ଚଳ ରେ ହାତକୁ ନିଆଯାଉଥିବା ରାସ୍ତା, କଲ୍ ଭର୍ଟ, ପୋଖୋରି, ଆଦି ସମସ୍ତ ଉନ୍ନୟନ କାର୍ଯ୍ୟ ବୁଲି ଦେଖିବା ସହ କାର୍ଯ୍ୟ ଯେପରି ଉନ୍ନତ ମାନର ହେବ ସେଥି ପ୍ରତି ସତର୍କ ଦୃଷ୍ଟି ରଖିବା ପାଇଁ ସହକାରୀ ଯନ୍ତ୍ରୀ ପବିତ୍ର ମୋହନ ସାହୁ, କନିଷ୍ଠ ଯନ୍ତ୍ରୀ ମୁର୍ମୁ ଓ ଅନ୍ୟ ମାନଙ୍କୁ ଙ୍କୁ ନିର୍ଦେଶ ଦେଇ ଥିବା ଜଣାପଡିଛି l ଫଳରେ କନିଷ୍ଠ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀ ମାନେ ପ୍ରକଳ୍ପ ପ୍ରଶାସକ ଙ୍କ ନିର୍ଦ୍ଦେଶମାନି ସମସ୍ତ କାର୍ଯ୍ୟ ଯେପରି ଉନ୍ନତ ମାନର ହେବା ସହ ନିର୍ଦ୍ଧାରିତ ସମୟ ସୀମା ପୁର୍ବରୁ ସରିବ ସେଥି ପ୍ରତି ଦୃଷ୍ଟି ଦେଉଥିବା କହିଛନ୍ତି l ସେହିପରି ବେଲଘର୍ ସ୍ଥିତ କୁଟିଆ କନ୍ଧ ମାନଙ୍କ ଉନ୍ନତୀ ପାଇଁ ବିଭାଗ ପକ୍ଷରୁ ଅନେକ ଉନ୍ନୟନ ମୂଳକ କାର୍ଯ୍ୟ ହାତକୁ ନିଆଯାଇଛି l ସରକାର ବିଭାଗକୁ ଅଧିକ ଅର୍ଥ ଅନୁଦାନ ଯୋଗାଇ ଦେଲେ ବିଭାଗ ପକ୍ଷରୁ ଆଦିବାସୀ ଓ ଜନ ଜାତି ଙ୍କ ଉନ୍ନତୀ ପାଇଁ ଅନେକ ଗୁଡ଼ିଏ ଉନ୍ନୟନ ମୂଳକ କାର୍ଯ୍ୟ ହାତକୁ ନିଆଯାଇପାରିବ ବୋଲି ସାଧାରଣ ରେ ମତ ପ୍ରକାଶ ପାଉଛି l

