ତୁମୁଡ଼ିବନ୍ଧ : ୧୪/୩ : ( ଜନବାଣୀ) ସ୍ଵାଧୀନତା ର ୭୮ ବର୍ଷ ପରେ ଆଜି ଯୁବ ଜିଲ୍ଲାପାଳ ବେଲଘର ରେ ପହଞ୍ଚି ଆଦିମ ଜନଜାତି କୁଟିଆ (ପି ଭି ଟି ଜି) ମାନ ଙ୍କ ଅଭିଯୋଗ ଶୁଣିଛନ୍ତି । ବିଗତ ଦିନ ରେ ବାଇକ୍ ରେ ଯାଇ କୁଟିଆ ଗାଁ ରେ ପହଞ୍ଚି ସମସ୍ୟା ଦେଖିବା ସହ ସରକାର ଙ୍କ ଯୋଜନା ଦେଖି ଚର୍ଚ୍ଚା ରେ ଥିବା କନ୍ଧମାଳ ଜିଲ୍ଲାପାଳ ଙ୍କ ଜନ ଶୁଣାଣି କୁ ବିଭିନ୍ନ ମହଲ ରେ ସ୍ବାଗତ କରାଯିବା ସହ ଜିଲ୍ଲାପାଳ ଙ୍କ ପ୍ରୟାଶ କୁ ପ୍ରଶଂସା କରାଯାଇଛି । ଏହି ଜନ ଶୁଣାଣି ବେଲଘର ଠାରେ ଥିବା କୁଟିଆ କନ୍ଧ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ହୋଇଥିବା ବେଳେ ବେଲଘର , ଗୁମା , ଝିରିପାଣି ଓ ବିଲାମାଳ ପଞ୍ଚାୟତ ରେ ବସବାସ କରୁ ଥିବା ଆଦିମ ଜନ ଜାତି କୁଟିଆ କନ୍ଧ (ପି ଭି ଟି ଜି) ମାନେ ସେମାନଙ୍କ ବ୍ୟକ୍ତି ଗଟ ସାମୂହିକ ସମସ୍ୟା ନେଇ ଜିଲ୍ଲାପାଳଙ୍କ ନିକଟ ରେ ପହଞ୍ଚି ଥିଲେ । କିଭଳି ସରକାର ଙ୍କ ଯୋଜନା ଠିକ୍ ରେ ମିଳି ପାରୁ ନାହିଁ ଓ ଲୋକେ ବିଭିନ୍ନ ଯୋଜନା ରୁ ବଞ୍ଚିତ ହେଉଛନ୍ତି ଏଭଳି ମାଳ ମାଳ ସମସ୍ୟା ଜିଲ୍ଲପାଳ ଙ୍କ ହସ୍ତ ଗତ ହୋଇଥିଲେ । ବ୍ୟକ୍ତିଗତ ଓ ସାମୂହିକ ୧୨୫ ଟି ମାମଲା କୁ ଗୋଟି ଗୋଟି କରି ଜିଲ୍ଲାପାଳ ଶୁଣିଥିଲେ । କେଉଁ ଗାଁ ରେ ଶୁଦ୍ଧ ପାନୀୟ ଜଳ ର ସମସ୍ୟା ରହିଛି ତ କେଉଁଠି ଲୋକ ଙ୍କୁ ଆବାସ ଯୋଜନା ରୁ ବଞ୍ଚିତ ହୋଇଛନ୍ତି । ସବୁଠାରୁ ବିଡମ୍ବନା ରହିଥିଲା ୬୦-୭୦ ବର୍ଷ ର ବୃଦ୍ଧ ବୃଦ୍ଧା ମାନେ ଏବେବି ଭତ୍ତା ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି । ବେଲଘର ପଞ୍ଚାୟତ ର ମାଦଲାକୁନା ର ରଘୁ ବାଇଡୁ ମାଝୀ ଭତ୍ତା ପାଉଥିବା ବେଳେ ୧୧ ମାସ ହେଲା ବୟସ ତ୍ରୁଟି ଥିବାରୁ ଭତ୍ତା ପାଉ ନାହାନ୍ତି ସେହି ଭଳି ଲଲକୁଟାଡୁ ମାଝୀ ମଧ୍ୟ ବୟସ ୭୦ ପହଞ୍ଚି ଥିଲେ ମଧ୍ୟ ଭତ୍ତା ରୁ ବଂଚିତ ଅଛନ୍ତି କେବଳ ଏହି ଦୁଇ ଜଣ ନୁହନ୍ତି ଏଭଳି ବହୁ ବୃଦ୍ଧ ବୃଦ୍ଧା ଭତ୍ତା ରୁ ବଂଚିତ ରହିଥିବା ଦେଖିବାକୁ ମିଳିଥିଲା । ସରକାର ଙ୍କ ନିର୍ଦ୍ଦେଶ ପ୍ରକାରେ ଭୋଟର କାର୍ଡ ଓ ଆଧାର କାର୍ଡ ରେ ବୟସ ଠିକ୍ ନଥିବାରୁ ଏଭଳି ବଞ୍ଚିତ ହେଉଥିବା ଜଣା ପଡ଼ିଥିଲା । ଏହା ପରେ ଜିଲ୍ଲାପାଳ ବେଦ ଭୂଷଣ ଏକ ଏହାକୁ ଗୁରୁତର ସହ ନେଇ ଡାକ୍ତର ଟିମ୍ ଏହାର ଅନୁଧ୍ୟାନ କରି । ଭୋଟର କାର୍ଡ ଓ ଆଧାର କାର୍ଡ ରେ ଖୁବ୍ ଶୀଘ୍ର ବୟସ ସଂଶୋଧନ କରାଯିବା ସହ ଭତ୍ତା ଦେବା ପାଇଁ କହିଥିଲେ । ଜିଲ୍ଲାପାଳ ଙ୍କ ସହ କନ୍ଧମାଳ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଶମ୍ଭୁ ନାଥ ନନ୍ଦୀ, ଉପ ଜିଲ୍ଲାପାଳ ପ୍ରଣିତା ଦାସ , ଆଦିବାସୀ ଉନ୍ନୟନ ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା , ଜିଲ୍ଲା ଶିକ୍ଷଧିକାରୀ ରାଜେଶ କୁମାର ସ୍ବାଇଁ ସମେତ ବିଭିନ୍ନ ବିଭାଗ ର ଅଧିକାରୀ ମାନେ ସାମିଲ ହୋଇଥିଲେ । ବେଲଘର ଠାରେ ଏଭଳି କିଛି ମାସ ବ୍ୟବଧାନ ରେ ଜନଶୁଣାଣୀ କରାଗଲେ ଲୋକ ଙ୍କ ସମସ୍ୟା ଦୂର ହୋଇ ପାରିବ ବୋଲି ବ୍ଲକ ଅଧ୍ୟକ୍ଷ ବାସନ୍ତୀ ମାଝୀ , ସରପଞ୍ଚ ଗୋବିନ୍ଦ ମାଝୀ, ଗୁମା ସରପଞ୍ଚ ସାଞ୍ଜୁ ମଲ୍ଲିକ ଓ ବିଲା ମାଳ ସରପଞ୍ଚ ବାବିତା ମାଝୀ କହିଛନ୍ତି।

