ଫୁଲବାଣୀ:୨୬/୦୪(ସୁନୀଲ ପଟ୍ଟନାୟକ):ବୁଧବାର ଠାରୁ ମହା ଆଡମ୍ବର ରେ ଆରମ୍ଭ ହୋଇଛି ଶ୍ରୀ ଶ୍ରୀ ଶ୍ରୀ ମା ନାରାୟଣୀଙ୍କ ସମେତ ପଞ୍ଚ ଠାକୁରାଣୀ ଆଗରେ ମା କାଳୀଙ୍କ ନଗର ଭ୍ରମଣ କାର୍ଯ୍ୟକ୍ରମ l ବିଭିନ୍ନ ବାଜା ପଟୁଆରରେ ମା ନାରାୟଣୀ ନଗର ଭ୍ରମଣ କରୁଥିବା ବେଳେ ଶୃଙ୍ଖଳା ଦୃଷ୍ଟିରୁ ପୋଲିସ ପ୍ରଶାସନ ସମେତ ପରିଚାଳନା କମିଟି ସଭପତି କାବୁଲl ସେନାପତି,ସମ୍ପାଦକ ସଂଜିତ ପାତ୍ର, ସହ ସମ୍ପାଦକ ଶିବ ପଣ୍ଡା, ନଗର ଭ୍ରମଣ ସଦସ୍ୟ ବିଜୟକୁମାର ମହାନ୍ତି, ହରିଶ୍ଚନ୍ଦ୍ର ମହାରଣା,ମହେନ୍ଦ୍ର ସୁବୁଦ୍ଧି,ଠୁକୁନ୍ଦର ସେଠି, ଏବଂ ସ୍ବେଛାସେବୀ ଭାଇ ଓ ଭଉଣୀ ମାନେ ମା ଙ୍କ ସହ ନଗର ଭ୍ରମଣ ରେ ସହଯୋଗ କରୁଛନ୍ତି l lପ୍ରଥମ ଦିବସ ରେ ପଞ୍ଚ ଠାକୁରାଣୀ ଗମ୍ଭୀରାରୁ ବାହାରି ଗମ୍ଭୀରାରୁ ବାହାରି ଡାହାଣ ପଟ ଶ୍ରୀରାମ ନଗର ରାସ୍ତା ଦେଇ ହାଟପଦା ସ୍କୁଲ ଛକଠାରୁ ବାମ ପଟ କୁରୁମୁର୍ତ୍ତି ରୋଡ ରେ ଯାଇଥିଲେ । ସେଠାରୁ ପୁରୁଣା ତ୍ରିନାଥ ମନ୍ଦିର ଛକଠାରୁ ଡାହାଣ ପଟ ଫେନ୍ସ ମାର୍କେଟ୍ ରାସ୍ତା ଦେଇ ଡାହାଣ ପଟ ମୃତ୍ୟୁଞ୍ଜୟ ନାୟକ ରାସ୍ତା ଦେଇ ଗଉଡ଼ ସାହି ଦେଇ ହନୁମାନ ମନ୍ଦିର ଛକଠାରୁ ବାମ ପଟ ବ୍ରାହ୍ମଣୀଦେବୀ ସାହି ରାସ୍ତା ଦେଇ ବଜାଳ ଫାଇନାନ୍ସ ଅଫସ୍ ଛକୁ ବାହାରି ଡାହାଣ ପଟ ଜେଲ୍ ସାଇଟ୍ ରାସ୍ତା ଦେଇ ବ୍ରାହ୍ମଣୀଦେବୀ ମନ୍ଦିର ରାସ୍ତା ଦେଇ ସାଇନାଥ ପେଟ୍ରୋଲ୍ ପମ୍ପ ଛକକୁ ବାହାରି ଡାହାଣ ପଟ ରାସ୍ତା ଦେଇ ହିଁଲଭ୍ୟୁ ରୋଡ୍ ଦେଇ ଗମ୍ଭୀରକୁ ବିଜେ କରିଥିଲେ l ସନ୍ଧ୍ୟାରେ ଆରି ଆନ ଇନାଷ୍ଟୀଟି ୟୁ ସନ ପକ୍ଷରୁ ନୃତ୍ୟ ଗୀତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l। ଗୁରୁବାର ମାଙ୍କ ବିଶ୍ରାମ ଦିବସରେ କୋମଳ ଗାନ୍ଧାର ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥଲା lପୁନଃ ଶୁକ୍ରବାର ରେ ମାଙ୍କ ନଗର ଭ୍ରମଣ ବ୍ରାହ୍ମଣ ସାହି, ତହସିଲ୍ଦାର ରେସ୍ ରୋଡ, ଗାର୍ଲସ୍ ହାଇସ୍କୁଲ ରୋଡ, ସବ୍ ରେଜିଷ୍ଟ୍ରାର ଅଫିସ୍ ରୋଡ୍, ନଦୀଖଣ୍ଡି ସାହିଁ, ଓଲ୍ ତ୍ ଏଲ ଆଇସି କଲୋନୀ ଭ୍ରମଣ କରିଥିଲେ l ଶନିବାର ମାଷ୍ଟର ପଡ଼ା ଯାଇଥିଲେ l ମା ନାରାୟଣୀ ଘରକୁ ଆସୁଥିବାରୁ ଭକ୍ତ ମାନେ ବେଶ୍ ଖୁସି l ସମସ୍ତେ ଘର ଦୁଆର କୁ ସଫା କରି ଝୋଟି ଚିତା ପକାଇ ଧୂପ ଦୀପ ଭୋଗ ଅର୍ପଣ କରିଥାନ୍ତି l କେହି କେହି ମାନସିକ ଧାରି ବସ୍ତ୍ର ଦେଇଥାନ୍ତି l ଗୁରୁବାର,ସଂକ୍ରାନ୍ତି ଓ ଅମାବାସ୍ୟା କୁ ଛାଡି ଅନ୍ୟ ସବୁ ଦିନ ମା ନାରାୟଣୀ ନଗର ଭ୍ରମଣ ରେ ବାହାରିଥାନ୍ତି l ଆସନ୍ତା ମେ ପ୍ରଥମ ସପ୍ତାହ ରେ ମିନବଜlର ସହ ନାମୀ ଦାମୀ କଳାକାର ମାନଙ୍କ ଦ୍ବାରା ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯକ୍ରମ ଅନୁଷ୍ଠିତ ହେବ l ସେହିପରି ସହର ରେ ସମସ୍ତ ମାର୍କେଟ କମିଟି ପକ୍ଷରୁ ସୁ ଉଚ୍ଚ ତୋ ରଣ କରାଯିବା ସହ ରଂଗ ବେରଙ୍ଗ ଲାଇଟ୍ ରେ ସଜା ସଜି ହେବ l ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ୍ ପକ୍ଷରୁ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି l ଉପଜିଲ୍ଲାପାଳ ତଥା ଯାତ୍ରା କମିଟି ଅଧ୍ୟକ୍ଷ ଭିକାରୀ ସାହୂ ପ୍ରତହ୍ୟ ଉପସ୍ଥିତ ରହି ଯାତ୍ରା ଯେପରି ଶାନ୍ତି ଶୃଙ୍ଖଳା ର ସହ ଆକର୍ଷଣୀୟ ହେବ ସେଥିପ୍ରତି ସତର୍କ ଦୃଷ୍ଟି ରଖିଥିବା ଦେଖିବାକୁ ମିଳିଛି l

