ଫୁଲବାଣୀ -୨୩/୦୩(ସୁନୀଲ ପଟ୍ଟନାୟକ) ଫୁଲବାଣୀ ସହର ର ଏକ ଅଗ୍ରଣୀ ଶିକ୍ଷା ନୁଷ୍ଠାନ ଆୟାନ୍ ଗ୍ରୁପ୍ ଅଫ୍ ଇନ୍ ଷ୍ଟିଟ୍ୟୁ ସନ୍ ପକ୍ଷରୁ ସ୍ଥାନୀୟ କନ୍ଧମାଳ ଷ୍ଟାଡିୟମ୍ ଠାରେ ଦୁଇ ଦିନ ଧରି ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଥିଲା l ଏହି ଅବସରରେ ପ୍ରାୟ ୪ଶହ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ମାନେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ରୁ ଏକ ମଶାଲ ଶୋଭାଯାତ୍ରା ରେ ବାହାରି ଗୋପବନ୍ଧୁ ଛକ, ଗାନ୍ଧୀ ଛକ, ଏଫ୍ ସି ଆଇ ଛକ ଦେଇ ଷ୍ଟାଡିୟମ୍ ରେ ପହଞ୍ଚି ଥିଲା l ବରିଷ୍ଠ ଆଇନଜୀବି ତଥା ରାଜ୍ୟ ବି ଜେପି ସମ୍ପାଦକ ଭଗବାନ ମହାନ୍ତି ଓ କଲେଜ ସମ୍ପାଦକ ତଥା ଅଧ୍ୟକ୍ଷ ଅନୀଲ କୁମାର ବେହେରା ମୁଖ୍ୟ ଅତିଥି ଓ ଉଦ୍ ଘlଟକ ଭାବେ ଯୋଗ ଦେଇ ମଶାଲ ଶୋଭାଯାତ୍ରା ର ଶୁଭ ଉଦ୍ ଘାଟନ କରିଥିଲେ l ସେହିପରି ପ୍ରଥମ ଦିବସ ରେ ଅତିରିକ୍ତ ଜିଲ୍ଲାପାଳ ଭକ୍ତ ବନ୍ଧୁ ଜନାର୍ଦ୍ଦନ ଦଳେଇ କ୍ରୀଡା ପ୍ରତିଯୋଗିତା ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କ୍ରୀଡା ପ୍ରତିଯୋଗିତା ର ଶୁଭାରମ୍ଭ କରି କ୍ରୀଡ଼ା ହିଁ ସମସ୍ତଙ୍କ ଶରୀର ଓ ମନ କୁ ସୁସ୍ଥ ରଖିଥାଏ, ଏଣୁ ସମସ୍ତ ଯୁବ ସମାଜ କ୍ରୀଡା ପ୍ରତି ଆଗ୍ରହ ପ୍ରକାଶ କରିବା ଆବଶ୍ୟକ ବୋଲି ଅତିରିକ୍ତ ଜିଲ୍ଲାପାଳ ଭକ୍ତ ବନ୍ଧୁ ଜନାର୍ଦ୍ଦନ ଦଳେଇ କହିଥିଲେ l କ୍ରୀଡ଼ା ଉତ୍ସବ ର ଦ୍ୱିତୀୟ ଦିନ ରେ ଉପ ଜିଲ୍ଲାପାଳ ଭିକାରୀ ସାହୂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କ୍ରୀଡା ପରସ୍ପର ମଧ୍ୟରେ ବନ୍ଧୁତ୍ୱ ପୁର୍ଣ୍ଣ ଭାବ ସୃଷ୍ଟି କରିଥାଏ ବୋଲି କହିଥିଲେ l ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଦୌଡ, ଲମ୍ବା ଡିଆଁ, ଉଚ୍ଚା ଡିଆଁ, ସଟ୍ ଫୁଟ, ଡି ସ କସ ଥ୍ରୋ, ଓ ଅନ୍ୟାନ୍ୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଅନ୍ୟ ମାନଙ୍କ ମଧ୍ୟରେ ଆର୍ ଏସ ଏସ ସହ ଜିଲ୍ଲା ସମ୍ପର୍କ ପ୍ରମୁଖ ସମୀର ମହାପାତ୍ର, କଲେଜ ଆଚାର୍ଯ୍ୟ ସୁଶାନ୍ତ କୁମାର ସାହୁ, ସମାଜ ସେବୀ ନିରଞ୍ଜନ ପାତ୍ର, ଓ ଦୁର୍ଯ୍ୟୋଧନ ନାୟକ, ପି ଇ ଟି ରଙ୍କ ନିଧି ବେହେରା, ଏ ପି ପି ଓ କଲେଜ ର ଅନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ଆନ୍ତରିକତା ର ସହ ସହଯୋଗ କରିଥିଲେ l ଆୟନ୍ କଲେଜ ପକ୍ଷରୁ ବାର୍ଷିକ କ୍ରୀଡ଼ା ପ୍ରତିଯୋଗୀତା ଅୟୋଜନ କରାଯାଇଥିବାରୁ ଛାତ୍ର ଛାତ୍ରୀ ମାନେ ସମ୍ପାଦକ ତଥା ଅଧ୍ୟକ୍ଷ ଅନୀଲ କୁମାର ବେହେରା ଙ୍କୁ କୃତଜ୍ଞତା ଜଣାଇଥିଲେ l

