ଫୁଲବାଣୀ,୨/୦୪(ସୁନୀଲ ପଟ୍ଟନାୟକ): କଂଧମାଳ ଜିଲ୍ଲା କୋଟଗଡ ବ୍ଲକ ରେ ମଙ୍ଗଳ ବିଭାଗ ଦ୍ଵାରା ପରିଚାଳିତ ଏସ ଏସ ଡି ହାୟର ସେକେଣ୍ଡାରୀ ସ୍କୁଲ ର ଇନ୍ ଚାର୍ଜ ପ୍ରଧାନ ଶିକ୍ଷକ ଙ୍କ ମନ୍ ମୁଖୀ କାରବାର, ବ୍ୟାପକ ଅନିୟମିତତା ଓ ଦୁର୍ନୀତି ଅଭିଯୋଗ କରି ଗୁରୁବାର ବହୁ ଛାତ୍ର ଛାତ୍ରୀ ଫୁଲବାଣୀ ଆସି ଜିଲାପାଳ ଙ୍କୁ ଭେଟି ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ କରିଥିଲେ l ସ୍କୁଲ କୁ ନିଯମିତ ଆସୁନଥିବା, ପିଅନ ଓ ଛାତ୍ର ଛାତ୍ରୀ ମାନଙ୍କୁ ଘରୋଇ କାମ ରେ ଲଗାଇବା, ପିଲାଙ୍କୁ ପୁସ୍ତକ ଓ ପୋଷାକ ନ ଦେବା ଅଭିଯୋଗ କରିଥିଲେ l ସେହିପରି ହଷ୍ଟେଲ ରେ ପାନୀୟ ଜଳ ସମସ୍ୟା, ବିଦ୍ୟୁତ୍ ସମସ୍ୟା, ପଙ୍ଖା ଚାଲୁ ନଥିଲେ ମଧ୍ଯ ସେଥି ପ୍ରତି ଦୃଷ୍ଟି ନ ଦେବା ଅଭିଯୋଗ କରିଥିଲେ l ଏହାର ପ୍ରତିବାଦ କଲେ ସେମାନଙ୍କୁ ମାନସିକ ନିର୍ଯାତନା ଦିଆଯାଉ ଥିବା କହିଛନ୍ତି ଛାତ୍ର ଛାତ୍ରୀ ମାନେ l ଏହାର ନିରପେକ୍ଷ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ କରିଥିଲେ ଛାତ୍ର ଛାତ୍ରୀl ଜିଲାପାଳ ଛାତ୍ର ଛାତ୍ରୀ ଙ୍କ ଅଭିଯୋଗ ଶୁଣି ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି l

