ବ୍ରହ୍ମପୁର,୩/୩(ନିଗମାନନ୍ଦ ପଣ୍ଡା):ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ପ୍ରେମ ନଗର ୭ମ ଲାଇନ ସ୍ଥିତ ଉତ୍କଳ ବିଦ୍ୟା ମନ୍ଦିରର ୩୧ତମ ବାର୍ଷିକ ଉତ୍ସବ ଖୁବ ଧୂମଧାମରେ ପାଳନ ହୋଇଯାଇଛି। ଉକ୍ତ ଉତ୍ସବରେ ଉତ୍କଳ ବିଦ୍ୟା ମନ୍ଦିରର ସଭାପତି ବିପିନ ବିହାରୀ ମିଶ୍ର ଙ୍କ ନେତୃତ୍ୱରେ ପରିଚାଳିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ରୂପେ ସମାଜ ସେବୀ ବଦ୍ରିନାରାୟଣ ପାତ୍ର ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ରୂପେ ମହୁଡ଼ା ଅବସରପ୍ରାପ୍ତ ଶିକ୍ଷକ ଅଭିମନ୍ୟୁ ପଣ୍ଡା ଏବଂ ସମ୍ମାନୀତ ଅତିଥି ରୂପେ ରଙ୍ଗେଈଲୁଣ୍ଡା ବ୍ଲକ ପ୍ରୋଗ୍ରାମ ସଂଯୋଜକ ସନୋଜ କୁମାର ପାଢ଼ୀ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ୱଳନ କରି ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।
ଏହା ପରେ ଉପସ୍ଥିତ ଥିବା ସମସ୍ତ ଅତିଥିଗଣ ଆସନ ଅଳଙ୍କୃତ କରିଥିଲେ । ଅତିଥି ମାନଙ୍କୁ ଫୁଲତୋଡ଼ା ସହ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ସଂପାଦକ ସୁରେନ୍ଦ୍ର ନାଥ ଶତପଥୀ ବିଦ୍ୟାଳୟର ବାର୍ଷିକ ବିବରଣୀ ପଠନ କରିଥିଲେ। ବିଦ୍ୟାଳୟର ଗୁରୁଜୀ ସୁଦର୍ଶନ ଦାସ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଗୁରୁମା ସୁଶ୍ରୀ ଶର୍ମିଳି ଶତପଥୀଙ୍କ ନେତୃତ୍ୱରେ ଶିଶୁମାନଙ୍କର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମାଙ୍କ ତତ୍ବାବଧାନରେ ଶିଶୁମାନଙ୍କର ଶାରୀରିକ କାର୍ଯ୍ୟକ୍ରମ ପ୍ରଦର୍ଶିତ କରାଯାଇଥିଲା। ଏଥିରେ ବିଦ୍ୟାଳୟର ସମସ୍ତ ଗୁରୁଜୀ ଓ ଗୁରୁମା ସହଯୋଗ କରିଥିଲେ।

