ଭଞ୍ଜନଗର,୧୭/୪:(ନିଲୁ ବିଷୋୟୀ):ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳର ଲାଠିପଡା ଓ ଗାଙ୍ଗପୁର ସେକ୍ସନରୁ ପୁରୀ ଅଭିମୁଖେ ୧୬ ଖଣ୍ଡ ଫାଶୀ କାଠ ଯାଇଛି। ଉକ୍ତ ସମସ୍ତ କାଠ ଲୋକେ ଦାନ କରିଥିଲେ। ବନ ବିଭାଗ ଅଧିକାରୀ ଏଥିରେ ସହଯୋଗ କରିଥିଲେ। ରଥକାଠ ଯିବା ସମୟରେ ଲୋକେ ରାସ୍ତାକଡ଼ରେ ପୂଜାର୍ଚ୍ଚନା କରିଥିଲେ। ଏହି ସମୟରେ ଡିଏଫଓ ହିମାଂଶୁ ଶେଖର ମହାନ୍ତି, ଏସିଏଫ ବିବେକ ଦାସ, ରେଞ୍ଜର ପୃଥିବୀ ରାଜ ପ୍ରଧାନ,ବନପାଳ ଦିଲ୍ଲୀପ ଦାସ,ବନରକ୍ଷୀ ବୁଲୁ ନାଇକ,ପିକିନା ସାହୁ,ଅର୍ଚ୍ଚନା ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ, ପୁର୍ବରୁ ଏହି ବନଖଣ୍ଡରୁ ଚଳିତବର୍ଷ ପୁରୀ ରଥଯାତ୍ରା ପାଇଁ ର୍ନିମାଣ ହେଉଥିବା ରଥ ପାଇଁ ୩ ଥର କାଠ ପୁରୀକୁ ପଠାଗଲାଣି।

