ଫୁଲବାଣୀ,୧୨/୦୫,(ସୁନୀଲ ପଟ୍ଟନାୟକ):ମାଇ ଭାରତ କନ୍ଧମାଳ ତରଫରୁ ଜାତୀୟ ପ୍ରଶିକ୍ଷକ ଦିଵସ କାର୍ଯକ୍ରମ ନର୍ସିଂ କଲେଜ ଫୁଲବାଣୀ ଠାରେ ଅନୁଷ୍ଠିତ୍ ହୋଇଯାଇ ଅଛି l ଅନୁଷ୍ଠିତ କାର୍ଯକ୍ରମ କୁ ମୁଖ୍ୟ ଅତିଥି ଭାବରେ ବି ଏସ ସି ନର୍ସିଂ କଲେଜର ଅଧ୍ୟକ୍ଷ ମିତାଞ୍ଜଳି ରଥ ଯୋଗ ଦେଇଥିବା ବେଳେ ସନମାନିତ ଅତିଥି ଭାବରେ ବରିଷ୍ଟ ଆଇନଯିବି ମନଜ କୁମାର ପଟ୍ଟନାୟକ, ଜିଲ୍ଲା ଚିକିତ୍ସାଲୟ ଫୁଲବାଣୀର ଦେବାଶିଷ ମିଶ୍ର, ଜିଲ୍ଲା ଦକ୍ଷତା ବିକାଶ କେନ୍ଦ୍ର ତଥା ଜିଲ୍ଲା ନିୟୋଜନ କାର୍ୟାଳୟ ଫୁଲବାଣୀର ଟଇଁଙ୍କିଲ ମୁଖାର୍ଜୀ, ବି ଏସ ସି ନର୍ସିଂ କଲେଜର କମଳିନୀ ନାୟକ, ଝରଣା ପଟ୍ଟନl ୟକ୍, ସରନ ନାୟକ, ରlଜଶ୍ରୀ ଦିଗାଲ, ନିବେଦିତା ପଟ୍ଟନlୟକ ଏବଂ ମାଇ ଭାରତ ଫୁଲବାଣୀର ସହକର୍ମୀ ସତ୍ୟବାନ ଦଳବେହେରା, ପ୍ରମୂଖ ଯୋଗ ଦେଇ ଥିଲେ l ଅନୁଷ୍ଠିତ କାର୍ଯକ୍ରମକୁ ଏକ ଶହରୁ ଉର୍ଦ୍ଧ ଯୁବକ ଯୁବତୀ ଅଂଶ ଗ୍ରହଣ କରିଥଲେ l ଯୁବ ଭାଇ ଓ ଭଉଣୀ ମାନଙ୍କର ମଧ୍ୟରେ କୁଇଜ ପ୍ରତିଯୋଗତା ଅନୁଷ୍ଠିତ ହୋଇଥିଲା l ଏଥିରେ ସ୍ମୃତିରl ଣି ଘଡ଼େଇ ପ୍ରଥମ୍, ଅଜିତ୍ ସ୍ୱlଇଁ ଦ୍ୱିତୀୟ, ହୃଷିକେଶ ବ୍ରହ୍ମା ତୃତୀୟ ହୋଇ ଥିଲେ l ମୁଖ୍ୟ ଅତିଥି ଅନୁଷ୍ଠିତ କାର୍ଯକ୍ରମର ମୂଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଉପସ୍ଥିତ ଭାଇ ଓ ଭଉଣୀ ମାନଙ୍କୁ ଅବଗତ କରିଥିଲେ l କୁଇଜ୍ ପ୍ରତିଯୋଗତା ରେ ଵିଜୟୀ ପ୍ରତିଯୋଗି ମାନଙ୍କୁ ମୂଖ୍ୟ ଅତିଥିଙ୍କ ଦ୍ଵାରା ଟ୍ରଫି ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା l ବୈଠକ ରେ ମାଇ ଭାରତ ଫୁଲବାଣୀ ର ସହକର୍ମୀ ସତ୍ୟବାନ ଦଳବେହେରା ମୂଖ୍ୟ ଅତିଥି ସମ୍ମାନୀତ ଅତିଥି ଓ ଉପସ୍ଥିତ ଯୁବ ଭାଇ ଓ ଭଉଣୀ ମାନଙ୍କୁ ସ୍ଵାଗତ କରିଥିବା ବେଳେ ଝରଣା ପଟ୍ଟନlୟକ ଧନ୍ୟ ବାଦ ଅର୍ପଣ କରି ସଭା ସାଙ୍ଗ କରିଥଲେ l

