ରାୟଗଡ,୧୨।୭(ଅମୂଲ୍ୟ ନିଶଙ୍କ):ଓଡ଼ିଶାର ଶିକ୍ଷାବ୍ୟବସ୍ଥାକୁ ଧ୍ୱଂସ କରିବାକୁ ବିଜେପି ସରକାରର ଷଡ଼ଯନ୍ତ୍ର ବିରୁଦ୍ଧରେ ବିଜୁ ଜନତା ଦଳ ପକ୍ଷରୁ ଗତ ଜୁଲାଇ ୯ରୁ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ‘ଶିକ୍ଷା ବଞ୍ଚାଅ ଆନ୍ଦୋଳନ’ ଆରମ୍ଭ ହୋଇଛି lଏହି ଆନ୍ଦୋଳନକୁ ରାୟଗଡ ଜ଼ିଲ୍ଲା ରେ ବ୍ୟାପକ କରିବା ପାଇଁ ଶଙ୍ଖ ଭବନରେ ଆଭାସୀ (Virtual) ମାଧ୍ୟମରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଆୟୋଜିତ ଏହି ବୈଠକରେ ବିଜୁ ଜନତା ଦଳର ସମସ୍ତ ରାଜ୍ୟସ୍ତରୀୟ ନେତୃତ୍ୱ ଓ ବିଜୁ ଯୁବ ଛାତ୍ର ଜନତା ଦଳର ରାଜ୍ୟ କର୍ମକର୍ତ୍ତା ଜିଲ୍ଲା ସଭାପତି ଯୋଡ଼ି ହୋଇ ଆଗାମୀ କାର୍ଯ୍ୟପନ୍ଥା ଉପରେ ବ୍ୟାପକ ଆଲୋଚନା କରିଥିଲେ। ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁ ଉପସ୍ଥିତି ଥିଲେ। ଏହି ପରିପେକ୍ଷ ରେ ରାୟଗଡ ଜିଲ୍ଲା ଛାତ୍ର ଜନତା ଦଳ ଏବଂ ବିଜୁ ଯୁବ ଜନତା ଦଳ ପକ୍ଷରୁ ଆୟୋଜିତ “ଶିକ୍ଷା ବଞ୍ଚାଅ ଆନ୍ଦୋଳନ” ଆସନ୍ତା 13/.07.2026 ରେ ଅନୁଷ୍ଠିତ ହେବା ଏଥିରେ ହଜାର ହଜାର ଛାତ୍ରଛାତ୍ରୀ, ଯୁବବର୍ଗ, ଅଭିଭାବକ ଓ ସାଧାରଣ ଜନତାଙ୍କ ସ୍ୱତଃସ୍ଫୂର୍ତ୍ତ ଯୋଗଦାନଦେଇ ଆନ୍ଦୋଳନକୁ ଆହୁରି ଶକ୍ତିଶାଳୀ କରିବା ନିମନ୍ତେ ଜ଼ିଲ୍ଲା ବିଜେଡି ୟୁବ ଓ ଛାତ୍ର ସଭାପତି ଧିରୁ ପାଣିଗ୍ରାହୀ ଓ ଉଦୟ ହିମିରିକା ନିବେଦନ କରିଛନ୍ତି lଶିକ୍ଷା ବ୍ୟବସ୍ଥାରେ ଅବ୍ୟବସ୍ଥା, ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ଏବଂ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ହେଉଥିବା ଅବହେଳା ବିରୋଧରେ ରାୟଗଡ ରାସ୍ତାରେ ଜନସ୍ୱର ଗର୍ଜି ଉଠିବି ବୋଲି ଉଭୟେ ନେତା କହିଛନ୍ତି lବ୍ୟାପକ ଜନଆକ୍ରୋଶକୁ ସମ୍ମାନ ଦେଇ ଶିକ୍ଷାମନ୍ତ୍ରୀ ତୁରନ୍ତ ନୈତିକ ଦାୟିତ୍ୱ ଗ୍ରହଣ କରି ପଦତ୍ୟାଗ କରିବା ଉଚିତ।ଏହା କେବଳ ଏକ ପ୍ରତିବାଦ ନୁହେଁ, ବରଂ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ ଏକ ଦୃଢ଼ ସଂକଳ୍ପ। ଆମର ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ଜ଼ିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସାରକା କହିଛନ୍ତି l

