ବୁଗୁଡ଼ା,୨୦/୫,(କୁମୁଦ ଚନ୍ଦ୍ର ବେହେରା):ବୁଗୁଡ଼ା ବ୍ଲକ ବିରଞ୍ଚିପୁର ପଞ୍ଚାୟତ ଅନ୍ତର୍ଗତ କତକଲା ଗ୍ରାମରେ ମା ଦକ୍ଷିଣମୁଖୀ ଠାକୁରାଣୀଙ୍କ ଯାତ୍ରାଉପଲକ୍ଷେ “ଗୁହାରୀ ଶୁଣ ଦୀନବନ୍ଧୁ” ନାଟକ ମଞ୍ଚସ୍ଥ ହୋଇ ଯାଇଛି। ଉକ୍ତ ଗ୍ରାମର ଦକ୍ଷିଣମୁଖୀ ଠାକୁରାଣୀ ଯୁବକ ସଂଘ ତରଫରୁ ଆୟୋଜିତ ନାଟକକୁ କତକଲା ଗ୍ରାମ୍ଯ କମିଟିର ସଭାପତି ରାହୁଲ ବିଷୋୟୀ ମୁଖ୍ଯ ଅତିଥି ରୂପେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଉଦ୍ଘାଟନ ଉତ୍ସବରେ ନାଟ୍ଯ ପରିଚାଳନା କମିଟିର ସଭାପତି ଯୁଗୁନା ସ୍ବାଇଁ ,ଯୁବକ ସଂଘର ସଭାପତି ସୁଜିତ କୁମାର ସ୍ବାଇଁ ଓ ଅନ୍ଯ ସଦସ୍ୟଗଣ ଉପସ୍ଥିତ ଥିଲେ। ଏ ଅବସରରେ ଗ୍ରାମ୍ଯ ସଭାପତି ରାହୁଲ ବିଷୋୟୀ ଓ ନାଟ୍ଯ ନିର୍ଦ୍ଦେଶକ ଶିବରାମ ମହାପାତ୍ରଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଉକ୍ତ ନାଟକ ପରିଚାଳନାରେ ସନାତନ ସ୍ବାଇଁ, ହର୍ଷ ପଲାଇ , ପ୍ରତାପ ଭୁୟାଁ, ଦିଲ୍ଲୀପ ତ୍ରିପାଠୀ , ରାଜୀବ ସ୍ବାଇଁ, ପ୍ରଭାକର ବିଷୋୟୀ , ମୃତ୍ୟୁଞ୍ଜୟ ବିଷୋୟୀ ,ସଂଜୟ ପଲାଇ ,ଶିବପ୍ରସାଦ ଜେନା ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିବା ବେଳେ ନାଟକଟି ଦର୍ଶକ ମାନଙ୍କ ବେଶ୍ ଉପଭୋଗ୍ଯ ହୋଇଥିଲା। ଉକ୍ତ ବର୍ଣ୍ଣାଢ୍ଯ କାର୍ଯ୍ୟକ୍ରମକୂ ଗ୍ରାମବାସୀ ମାନେ ମଧ୍ଯ ସହଯୋଗ କରିଥିଲେ।

