ଫୁଲବାଣୀ,୨୬।୧୦(ସୁନୀଲ ପଟ୍ଟନାୟକ):ଦୁର୍ନିତୀ ନିବାରଣ ସଚେତନତା ସପ୍ତାହ ଅବସରରେ ସୋମବାର କନ୍ଧମାଳ ଜିଲ୍ଲା ପୋଲିସ୍ ମୁଖ୍ୟାଳୟ ରେ ଦୁର୍ନିତୀ ମୁକ୍ତ ସମାଜ ଗଠନ ପାଇଁ ସମସ୍ତ୍ କର୍ମଚାରୀ ଶପଥ ନେଇଥିଲେ l ଏହି କଂଧମାଳ ଏସପି ରାମେନ୍ଦ୍ର ପ୍ରାସାଦ ଉପସ୍ଥିତ ରହି ଶପଥ ପାଠ କରାଇଥିଲେ l ଏହି ଅବସରରେ ଉପସ୍ଥିତ ପୋଲିସ୍ ଅଧିକାରୀ ଓ କର୍ମଚାରୀ ମାନେ ଦୁର୍ନିତୀ ବିରୋଧ ରେ ସଚେତନ ତା ସୃଷ୍ଟି କରିବା ସହ ସଧାରଣ ଜୀବନ ରେ ସ୍ୱଚ୍ଛତା, ସୋଚ ଟତା ଓ ଉତ୍ତର ଦାୟିତ୍ବ ବଜାୟ ରଖିବା ପାଇଁ ଶପଥ ଗ୍ରହଣ କରିଥିଲେ l ସ୍ୱଚ୍ଛତା ଆମର ସଂକଳ୍ପ ହେବା ସହ ଦୁର୍ନୀତି ମୁକ୍ତ ସମାଜ ଆମ ସମସ୍ତ ଙ୍କ ଲକ୍ଷ୍ୟ ହେବା ଆବଶ୍ୟକ ବୋଲି ଏସପି ରମେନ୍ଦ୍ର ପ୍ରସାଦ କହିଛନ୍ତି l ଆଜି ଠାରୁ ନଭେମ୍ବର ୧ଯାଏଁ ଦୁର୍ନିତୀ ନିବାରଣ ସଚେତନତା ସପ୍ତାହ ପାଳନ ହେବ l

