ଫୁଲବାଣୀ,୨୮।୧୦( ସୁନୀଲ ପଟ୍ଟନାୟକ):କନ୍ଧମାଳ ଜିଲ୍ଲା ବିଜେଡି ଦଳର ସଭାପତି ତଥା ପ୍ରାକ୍ତନ ମନ୍ତ୍ରୀ ଶ୍ରୀ ପଦ୍ମ ନାଭ ବେହେରା ଜିଲ୍ଲା ରେ ବ୍ୟାପକ ଜନ ସମ୍ପର୍କ ଅଭିଯାନ ଶେଷ କରି ଏବେ ନିଜ ହୋମ ବ୍ଲକ ଫିରିଙ୍ଗିଆର କାଶିନୀପଦରଅଂଚଳରେ ଜନ ସମ୍ପର୍କ ଯାତ୍ରା କରିଛନ୍ତି! ଶ୍ରୀ ବେହେରା ଙ୍କ ନେତୃତ୍ୱରେ ସମସ୍ତ ବିଜେଡି କର୍ମୀ,ପୂର୍ବତନ ବିଧାୟକ ଦୁଗନି କଂହର, ଅଙ୍ଗଦ କଂହର, ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ କୈଳାଶ ଚନ୍ଦ୍ର ମୁଖି, ଜିଲ୍ଲା ସାଧାରଣ ସମ୍ପାଦକ ସତ୍ୟ ନାରାୟଣ ବେହେରା, ବସିଜେଡି ଜିଲ୍ଲା ସଭାପତି ସୁନୀଲ କୁମାର ସେଠି, ଫୁଲବାଣୀ ବିଧାନସଭା ବିଜେଡି ପ୍ରାଥୀନୀ ଜୟଶ୍ରୀ କଂହର, ବ୍ଲକ ସ୍ତରୀୟ ସଭ୍ୟ ସରପଞ୍ଚ, ସମିତି ସଭ୍ୟ, ପ୍ରାକ୍ତନ ଅଧକ୍ଷ, ଜିଲ୍ଲା ପରିଷଦ ସଭ୍ୟ ଓ ଗ୍ରାମବାସୀ ସଭାରେ ଯୋଗ ଦେଇଥିଲେ! ଆୟୋଜିତ ସଭାରେ ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ପଦ୍ମ ନାଭ ବେହେରା ବିଜେଡ଼ି ର ୨୪ ବର୍ଷର ସୁଶାନ ସମ୍ପର୍କରେ ବୁଝାଇଥିଲେ! ନବୀନ ସରକାର ବେଳେ ଲୋକେ ସୁବିଧା ସୁଯୋଗ କିପରି ପାଉଥିଲେ! ସରକାର ରାଜ୍ୟ ଓ ଜିଲ୍ଲା, ବ୍ଲକ ଓ ପଞ୍ଚୟତ ର ଉନ୍ନୟନ ପାଇଁ ପାଣ୍ଠି ର ବ୍ୟବସ୍ଥା କରୁଥିଲେ! ଲୋକଙ୍କ ଠାରୁ ରାଜସ୍ବ ବିଶେଷ ଆଦାୟ କରୁନଥିଲେ! ଅଙ୍ଗନବାଡି କର୍ମୀଙ୍କର ଦରମା ଠିକ ସମୟରେ ଦିଆ ଯାଉଥିଲା! ବାର୍ଦ୍ଧକ୍ୟ ଭତ୍ତା, ରେସନ ଠିକ ଭାବେ ଦିଆ ଯାଉଥିଲା! ମଧ୍ୟାନ ଭୋଜନ ଚାଉଳ ନିୟମିତ ପିଲାଙ୍କୁ ଦିଆଯାଉଥିଲା! ତିନ ମାସରେ ଥରେ ଓ ଛଅ ମାସରେ ଥରେ ଦିଆ ଯାଉ ନଥିଲା! ସରକାର ଙ୍କ ଠାରେ ପାଣ୍ଠି ନିୟଣ୍ଟିଆ ହେଉ ନଥିଲା! ସ୍ୱାସ୍ଥ୍ୟ, ପାନୀୟ ଜଳ, ରାସ୍ତା ଘାଟ, କମ୍ୟୁନିଟି ହଲ ର ନିର୍ମାଣ, ଲୋକଙ୍କ ପାଇଁ କରାଯାଉଥିଲା! ଉନ୍ନୟନ କାର୍ଯ୍ୟ ପାଇଁ ପି. ଡବ୍ଲୁଡ଼ି, ଆରଡ଼ି, ଓ ଆଇଟି ଡିଏ କୁ ପାଣ୍ଠି ଉପଲବ୍ଧ କରାଯାଉଥିଲା!ଠିକା ଦାର ମାନେ ଠିକ ସମୟରେ ପ୍ରାପ୍ୟ ପାଉଥିଲେ! ଏବେ ସେ ସମୟ ଆଉ ନାହିଁ! ତେଣୁ ଆମେ ସମସ୍ତେ ସଜାଗ ହେବା ପ୍ରତିବାଦ, ସଙ୍ଘଠିତ, ଓ ସୁଦୃଢ଼ ହେବା ଓ ଲକ୍ଷ ହାସଲ କରିବା ବୋଲି ଶ୍ରୀ ବେହେରା କହିଥିଲେ! ରାଜ୍ୟ ସାଧାରଣ ସମ୍ପାଦକ କୈଳାଶ ଚନ୍ଦ୍ର ମୁଖି ସରକାର କୋଟି କୋଟି ଟଙ୍କାର ଖଣି ରୟାଲିଟି ହରାଉଛନ୍ତି! କେନ୍ଦ୍ରରୁ ଚାଉଳ ଆଣିପାରୁନାହାନ୍ତି! ଏକଥା ମନ୍ତ୍ରୀ ସ୍ୱୀକାର କରିଛନ୍ତି! କେନ୍ଦ୍ର ଅବହେଳା କରୁଛି ଓଡିଶାକୁ! ଏସ ଆଇ ଆର ସମସ୍ୟା ର ସମାଧାନ ହେଉ ନାହିଁ! ମାତୃମର୍ତ୍ୟୁ ହାର ବଢିଚାଲଛି! ଅଙ୍ଗନବାଡି କର୍ମୀ ରାଲି ଓ ଆନ୍ଦୋଳନ କରୁଛନ୍ତି! ପାଚିକା ଓ ଆଶାକର୍ମୀଙ୍କ ଦରମା ବଢୁ ନାହିଁ! ରାଜ୍ୟରେ ଆଇନଶୃଙ୍ଖଳା ର କ୍ରମଶଃ ଅବନତି ଘଟୁଛି ବୋଲି କହିଥିଲେ! ଜିଲ୍ଲା ସାଧାରଣ ସମ୍ପାଦକ ସତ୍ୟନାରାୟଣ ବେହେରା କନ୍ଧମାଳ ଜିଲ୍ଲା ନୂତନ ମେଡିକାଲ କଲେଜ କୁ ସମ୍ପୂର୍ଣ ପୂର୍ଣ୍ଣାଙ୍ଗ କରି ସକ୍ରିୟ ଭାବେ କାର୍ଯ୍ୟ କ୍ରମ କରିବାକୁ ଦାବୀ କରିଥିଲେ! ଦୁଇବର୍ଷ ଧରି ମେଡିକାଲ କଲେଜ ର ଉନ୍ନତି ହୋଇ ପାରୁନାହିଁ! ଡାକ୍ତର ମାନେ ନିୟମିତ ଭାବେ କାର୍ଯ୍ୟ କରୁନାହାନ୍ତି! ଦୁଇ ତିନିଦିନ ରହି କଟକ, ଭୁବନେଶ୍ୱର ଚାଲି ଯାଉଛନ୍ତି! କାର୍ଡ଼ିଓଲୋଜି, ନେଫରୋଲୋଜି, କେନ୍ସର ବିଭାଗ, ଅର୍ଥପେଡ଼ିକ ଓ ଟି ଓ ଇକୁଇପ୍ ମେଣ୍ଟ ନାହିଁ! ଏବେବି ରୋଗୀଙ୍କୁ ଛୋଟ ଛୋଟ ଚିକିତ୍ସା ପାଇଁ ରେଫର କରାଯାଉଛି!ଛୋଟ ଛୋଟ ପିଲାଙ୍କୁ ବସିଜି ଟୀକା ଉପଲବ୍ଧ କରାଯାଉନାହିଁ! ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ କନ୍ଧମାଳକୁ ବସିଜି ଟୀକା ଯୋଗାଇ ପାରୁନାହିଁ! ଭଗବାନଙ୍କ ଭରସାରେ ଚାଲିଛି ଡାକ୍ତର ଖାନା!କତ୍ତୃପକ୍ଷ ଙ୍କ ସର୍ବଦା ସ୍ୱାସ୍ଥ୍ୟ ଖରାପ! ଡାକ୍ତରଖାନାର ସ୍ୱାସ୍ଥ୍ୟ ଅତି ଖରାପ ହେବାରେ ଲାଗିଛି! ସମୟ ଅତିକ୍ରାନ୍ତ କିମ୍ୱା ଓଭର ଡୋଜ ଯୋଗୁଁ ରୋଗୀ ଅଳ୍ପକେ ମୃତ୍ୟୁ ମୁଖରୁ ତିରିଶ ରୋଗୀ! ତଦନ୍ତ ରିପୋର୍ଟ ସାର୍ବଜନୀନ କରାଯାଉ ବୋଲି ସାଧାରଣ ସମ୍ପାଦକ ସତ୍ୟ ନାରାୟଣ ମତ ବ୍ୟକ୍ତ କରିଛନ୍ତି! ଦାୟିତ୍ୱ ବଣ୍ଟନରେ ମଧ୍ୟ ଅବ୍ୟବସ୍ଥା ଦେଖାଦେଇଛି! ଚକ୍ଷୁ ଚିକିତ୍ସକ ଙ୍କୁ କେମୋ ଥେରାପି ବିଭାଗରେ ଡ୍ୟୁଟି ଦିଆ ଯାଉଥିବାରୁ ଚକ୍ଷୁ ବିଭାଗରେ ଚକ୍ଷୁ ରୋଗୀ ଚିକିତ୍ସାରେ ବାଧା ସୃଷ୍ଟି ହେଉଛି! ଛଅ ଜଣ ଚକ୍ଷୁ ଡାକ୍ତର ଥିବା ବେଳେ ଜଣେ ଚକ୍ଷୁ ଡାକ୍ତର ଚିକିତ୍ସା କରୁଥିବା ଦେଖାଯାଉଛି! କ୍ୟାମ୍ପକୁ ଯାଉଛନ୍ତି ବିଶେଷଜ୍ଞ! ସେବା ପାଉନାହାନ୍ତି ବିଶେଷଜ୍ଞ ଙ୍କ ର ବୋଲି ଲୋକ ଅଭିଯୋଗ କରୁଛନ୍ତି ବୋଲି ସେ କହିଥିଲେ! ଜିଲ୍ଲାରେ ନାବାଳିକା ଗର୍ଭବତୀ ସମସ୍ୟା ଓ ଆଶ୍ରମ ସ୍କୁଲ ଗର୍ଭାବତୀ ସଂଖ୍ୟାରେ ହ୍ରାସ ଘଟୁନାହିଁ! ସଂସୃତ ବିଦ୍ୟାଳୟରେ ପିଲାଏ ଖାଲି ଭାତ ଓ ଡାଲି ଖାଉଛନ୍ତି! ତିନି ଦିନ ଅଣ୍ଡା ଖାଉଛନ୍ତି! ସେମାନଙ୍କର ଷ୍ଟାଇପେଣ୍ଡ ରେ ବୃଦ୍ଧି ହେଉ ନାହିଁ! ଡାଇନିଂ ହଲ ନାହିଁ! ଶୌଚାଳୟରେ ତାଲା! ପିଲାଏ ବାହାରେ ଗାଧୋଉଛନ୍ତି! ପାଇଖାନା ରେ ପାଇପ ଭାଂଘିଛି! ସ୍ମାର୍ଟ ସ୍କୁଲ କରାଯାଇଥିଲା ନବୀନ ସରକାର ରେ! କିନ୍ତୁ ବାହାରୁ ପାଣି ବୋହି ପାଇଖାନା କୁ ଯିବା କୁ ପଢୁଛି! ଏକୱାଗାର୍ଡ ଟିଏ ସାତ ସପ୍ନ! ଗନ୍ଧଯୁକ୍ତ ଭାତ ଯୋଗୁଁ ଫିରିଙ୍ଗିଆ ର କୋମଳ ମତି ଛାତ୍ର ପାଚେରୀ ଡେଇଁ ପଳାଉଛନ୍ତି! ପଳାଇଲେ ଛାତ୍ର ଙ୍କୁ ଲମ୍ବା ଲାଠିରେ ନିସ୍ତୁକ ମାଡ଼ ହୋଇଥିଲା! ଦଣ୍ଡ ମୁକ୍ତ ଅଞ୍ଚଳରେ ଏପରି ଆଚରଣ ଠିକ ନୁହେଁ ବୋଲି କ୍ଷୋଭ ପ୍ରକାଶ କରିଥିଲେ! ଜି ଉଦୟଗିରି ଲଏରେଜୁ ଗ୍ରାମରେ ବିଦ୍ୟୁତ ଆଲୋକ ନାହିଁ କି ପାନୀୟ ଜଳ ବ୍ୟବସ୍ଥା ନାହିଁ! ଲୋକେ ଚୁଆଁ ପାଣି ପିଉ ଛନ୍ତି! ରାଇକିଆ ର ରାଡା ବାଲି ଗ୍ରାମକୁ ରାସ୍ତା ନାହିଁ! କଉଠି ବାଉଁଶ ଖୁଣ୍ଟରେ ଲାଇଟ ଜଳୁଛି ସମସ୍ୟା ଓ ଅବ୍ୟବସ୍ଥା କୁ ସୁଧାରିବା ପାଇଁ ସତ୍ୟ ବେହେରା ଦାବୀ କରିଛନ୍ତି! ବିଜେଡି ଦଳକୁ ସୁଦୃଢ କରିବାକୁ ସେ କର୍ମୀ ମାନଙ୍କୁ ଆୱାହ୍ନ ଦେଇଛନ୍ତି!ସଭାରେ ଜୟଶ୍ରୀ କଂହର, ପୂର୍ବତନ ବିଧାୟକ ଅଙ୍ଗଦ କଂହର ଓ ଦୁଗୁନି କଂହର, ସରପଞ୍ଚ, ସମିତି ଅଧକ୍ଷ, ଜେଡ ପି ସଭ୍ୟ ପ୍ରମୁଖ ବିଜେଡ଼ି ସଂଘଠନ କୁ ପୂର୍ବ ଭଳି ସୁଦୃଢ଼ କରିବାକୁ ସଂକଳ୍ପ କରିଥିଲେ! ସେହିପରି ବିଜେଡ଼ି ଯୁବ ନେତା ତଥା ଫୁଲବାଣୀ ପୌର ପରିଷଦର କାଉନସିଲର ରାଜେନ୍ଦ୍ର ପାଢ଼ୀ, ଓ ବି ସି ଜେ ଡି ସଭାପତି ଯୋଗ ଦେଇ ଯୁବକ ଓ ଛାତ୍ର ମାନଙ୍କୁ ଦେଶ ଗଠନ ରେ ନିଜକୁ ସାମିଲ ହେବାକୁ ପରାମର୍ଶ ଦେଇଥିଲେ l

