ରାୟଗଡ,୨୯।୧୦(ଅମୂଲ୍ୟ ନିଶଙ୍କ):ବାତ୍ୟା ଅର୍ଣ୍ଣବ ‘ ପ୍ରଭାବରେ ୨ ଦିନଧରି ବର୍ଷା । ପବନ ଲାଗି ରହିଥିବା ଯୋଗୁ ଜିଲାର ବିଭିନ୍ନ ସ୍ଥାନରେ ଗଛ ଉପୁଡିବା ସହ ବହୁ ମାଟିଘର ଘୁଷୁଡି ପଡିଥିବା ଦେଖିବାକୁ ମିଳିଛି । ବାତ୍ୟା ଓ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖ୍ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ବୁଧବାର ସକାଳ ୮.୩୦ରୁ ସନ୍ଧ୍ୟା ୬.୩୦ମିନିଟ୍ ସୁଦ୍ଧା ଜିଲାରେ ୨୯୧.୯ ମି.ମି. ବର୍ଷା ରେକର୍ଡ କରାଯାଇଛି । ଗୁଣପୁରରେ ସର୍ବାଧିକ ୪୭.୨ ମି.ମି. ବର୍ଷା ହୋଇଥିବା ବେଳେ ଚନ୍ଦ୍ରପୁରରେ ସର୍ବନିମ୍ନ ୧୪ ମି.ମି. ବର୍ଷା ହୋଇଛି। ରାୟଗଡାରେ ୨୫ ମି.ମି, ବର୍ଷା ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ବର୍ଷାଯୋଗୁ ଜିଲାରେ ୩ଟି ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଛି!ଅବରୋଧ ହୋଇଥିବା ୩ ରାସ୍ତାକୁ ସଫା କରାଯାଇଥିବା ବେଳେ ବିଚ୍ଛିନ୍ନ ହୋଇଥିବା ୪ଟି ବିଦ୍ୟୁତ୍ ଲାଇନ୍କୁ ପୁନଃ ସଂଯୋଗ କରାଯାଇଛି । ପଦ୍ମପୁର ବ୍ଲକ୍ ଡେରିଗାଁ ପଞ୍ଚାୟତ ଅନ୍ତର୍ଗତ ଜୟପଙ୍ଗା ସ୍କୁଲକୁ ବୁଧବାର ସନ୍ଧ୍ୟାରେମୁଟୁକୁନି ଗ୍ରାମରୁ ୪୮ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି । ବାତ୍ୟା ଯୋଗୁ ଜିଲାରେ ୩ ଟି ଘର କାରୁବାଇ ଆର୍ଆଇ ସର୍କଲ ତାମଇବାର ଗ୍ରାମର ଅଜୟ ଜରକରିଆଙ୍କ ଗୋଟିଏ, ରାମନାଗୁଡା ବ୍ଲକ୍ ଜଣ୍ଡାତାମିଙ୍ଗି ଗ୍ରାମରେ ଗୋଟିଏ ଓ ବିଷମକଟକ ବ୍ଲକ୍ ବେଥୁଆପଡାରେ ଗୋଟିଏ ଘର କ୍ଷତିଗ୍ରସ୍ତ ହୋଇଛି । ସେହିପରି ରାୟଗଡାବ୍ଲକ୍ ଅନ୍ତର୍ଗତ ପେରିଗାଁ ବିଦ୍ୟାଳୟରେ ଗଛ ପଢିବାରୁ ଆଂଶିକ କ୍ଷତି ହୋଇଛି। କାଶୀପୁର ବ୍ଲକ୍ ଟୋଗଗୁଡା ଛକ, ରାମନାଗୁଡାର ପେଟ୍ରୋଲ ପମ୍ପ ନିକଟସ୍ଥ ଜାତୀୟ ରାଜପଥ, ରାୟଗଜା ବ୍ଲକ୍ ପେରିଗାଁ ପ୍ରାଥମିକ ବିଦ୍ୟାଳୟ ଉପରେ, ମୁନିଗୁଡା ବ୍ଲକ୍ ଖୋଟୁଜାତି ଏବଂ କାଶୀପୁର ବ୍ଲକ୍ କୁମାରଶିଳା ଅଞ୍ଚଳରେ ଗଛ ଉପୁଡ଼ି ପଢିଥିଲା । ଖବରପାଇ ଅଗ୍ନିଶମ ବାହିନୀ କର୍ମଚାରୀ ପହଁଞ୍ଚ ଗଛକୁ କାଟି ରାସ୍ତା କରିଥିଲେ । ବାତ୍ୟାରେ ଜିଲାରେ କୌଣସି ଗାଁ ଜଳବନ୍ଦୀ ଓ କୌଣସି ଅଘଟଣ ଘଟିନାହିଁ। ୨୩୬ ଜଣ ପ୍ରସୂତି ମହିଳାଙ୍କୁ ମା’ ଗୃହ ଓ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଛି। ଜିଲାରେ ୩ ଘର ଆଂଶିକ କ୍ଷତି,୫ ସ୍ଥାନରେ ଗଛ ଉପୁଡିଲା, ୪୮ ଜଣ ସ୍ଥାନାନ୍ତରର ସୂଚନା ଦେଇଛନ୍ତି lସେହିପରି ବୁଧବାର ସନ୍ଧ୍ୟା ସୁଦ୍ଧ ଗୁଣପୁରଠାରେ ବଂଶଧାରା ନଦୀ ଜଳସ୍ତର ୮୦.୫୬ମିଟର ରହିଛି। ଏହା ବିପଦ ସଙ୍କେତ ୮୩ମିଟର ରହିଛି କୁଟ୍ରାଗତା ଠାରେ ବଂଶଧାରାର ଜଳପ୍ର ୨୫୭.୬୩ମିଟର, ଗୁଡ଼ାରିରେ ୧୧୩, ୯– ମିଟର, ଜଗଗୁରାଠାରେ ନାଗାବଳୀ ନଦୀ ଜଳପୁର ୧୫୨,୭୮ ମିଟର ଓ ଖଞ୍ଜାବର୍ତ ନଦୀର ଜଳପୁର୧୧୫,୯୬ ମିଟ ରହିଛି । ପଦ୍ମପୁର ବ୍ଲକ୍ର କେନ୍ଦୁଗୁଡା ସ୍ଥିତ ବଡନାଳ ମଧ୍ୟମ ଜଳଭଣ୍ଡାରର ବର୍ତ୍ତମାନ ଜଳପୁର ୧୭୪,୨୬ ମିଟର ରହିଛି ଯାହା ଏହାର ପୂର୍ଣ୍ଣ ଜଳଧାରଣ ସ୍ତର ୧୭– ମିଟରର ପ୍ରାୟ ୬୩.୧୫ପ୍ରତିଶତ ହରଭଙ୍ଗା ଜଳ ଭଣ୍ଡାରରେ ଜଳ ସଂରକ୍ଷଣା ୬୫୬୫ ହେକ୍ଟର ଏବଂ ସଂରକ୍ଷଣ କ୍ଷମତା ୮୬୨୫ ହେକ୍ଟର ରହିଛି l

