ଫୁଲବାଣୀ ,୦୧।୧୧(ସୁନୀଲ ପଟ୍ଟନାୟକ):କର୍ତ୍ତବ୍ୟ ଆଗରେ ବାପା ହେବାର ଖୁସୀ କୁ ଜଳl ଞ୍ଜଳି ଦେଇ ନିଜ କର୍ତ୍ତବ୍ୟ ଓ ଦାୟିତ୍ବ କୁ ସୁଚାରୁରୂପେ ପାଳନ କରି ସେବା ହିଁ ସର୍ବସ୍ବ ବୋଲି ପ୍ରମାଣିତ କରି ଛନ୍ତି କନ୍ଧମାଳ ଜିଲ୍ଲା ପାଳ ବେଦ ଭୂଷଣ l ଗତକାଲି ସେ କନ୍ୟା ସନ୍ତାନ ର ପିତା ହୋଇଥିଲେ l ହେଲେ ଖୁସୀ ମନାଇନlହlନ୍ତି ସେ l ଚାହିଁଥିଲେ ଛୁଟି ନେଇ ଦିନେ ଦୁଇଦିନ ପରିବାର ସହ ଖୁସୀ ମନାଇ ପାରି ଥାନ୍ତେ l ହେଲେ ସେ ନିଜର ଜନ୍ମିତ ଶିଶୁ ପାଖରେ ନ ରହି ବନ୍ୟା ବାତ୍ୟ ପୀଡ଼ିତ ଆଶ୍ରୟସ୍ଥଳୀ କୁ ଯାଇ ସେମାନଙ୍କ ସହ ଆଲୋଚନା କରି ଭଲ ମନ୍ଦ୍ ପଚାରି ବୁଝିବା ସହ ଉଦ୍ଧାର କାର୍ଯ୍ୟ ତଦlରଖ କରିଥିଲେ l ରବିବାର ରାଇକିଆ ବ୍ଲକ୍ ମାଣିକେଶ୍ଵର ପଂଚାୟତ ରେ ବାତ୍ୟା କ୍ଷତିଗ୍ରସ୍ତ ଙ୍କ ପାଈଁ କରଯାଇଥିବା ବାତ୍ୟା ଆଶ୍ରୟ ସ୍ଥଳୀ କୂ ଯାଇ ସେଠାରେ ଥିବା ଲୋକଂକ ସହ ତଳେ ବସି ଆଲୋଚନା କରିଥିଲେ l ବାତ୍ୟା ଅର୍ଣବ ପ୍ରଭାବ ରେ ଜିଲ୍ଲାର ସର୍ବାଧିକ କ୍ଷତି ହୋଇଥିବା ରାଇକିଆ ବ୍ଲକ୍ ରେ ୩୩ଟି ଗ୍ରାମର ୯୦୦ଲୋକ ୧୩ଟି ବାତ୍ୟା ଆଶ୍ରୟ ସ୍ଥଳୀ ରେ ରହୁଛନ୍ତି l ପ୍ରଶାସନ ପକ୍ଷରୁ ସମସ୍ତ ଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି l ଜିଲାପାଳ ବେଦ ଭୂଷଣ ନିଜେ ଏ ସବୁ ର ତଦାରଖ କରୁଛନ୍ତି ଫଳରେ ଲୋକେ ଆଶ୍ବସ୍ତ ଅନୁଭବ କରିବା ସହ ପ୍ରଶାସନ ଉପରେ ଆସ୍ଥା ପ୍ରକଟ କରିଛନ୍ତି l ଜିଲାପାଳ ହେବ ତ ଏମିତି ବୋଲି କହିଛନ୍ତି l ଜିଲାପାଳ ଙ୍କ ଏଭଳି ମନୋଭାବ କୁ ବିଭିନ୍ନ ମହଲ ରେ ବେଶ୍ ପ୍ରଶଂସା କରଯାଇଛି l ଜିଲାପାଳ ବେଦ ଭୂଷଣ ଗତ ବର୍ଷ କ ମଧ୍ୟରେ ବେଶ ଦକ୍ଷତା ର ସହ ଜିଲ୍ଲାର ଅନେକ ଉନ୍ନୟନ ମୂଳକ କାର୍ଯ୍ୟ କରିବା ସହ ଲୋକଂକ ସମସ୍ୟା ସମାଧାନ କରି ଲୋକଂକ ପ୍ରିୟ ଭାଜନ ହେବା ସହ ବେଶ୍ ପ୍ରଶଂସା ସାଉଁଟି ଛନ୍ତି l

