ଭଞ୍ଜନଗର,୨୬।୭(ନିଲୁ ବିଷୋୟୀ):ଭଞ୍ଜନଗରର ବିଭିନ୍ନ ସ୍ଥାନରେ ରବିବାର କାର୍ଗିଲ ବିଜୟ ଦିବସ ପାଳିତ ହୋଇଛି। ଅବସରପ୍ରାପ୍ତ ସେନା କର୍ମଚାରୀ ସଂଘ ପକ୍ଷରୁ କାର୍ଗିଲ ଭବନ ଠାରେ ଯୁଦ୍ଧ ସମୟର ପରିସ୍ଥିତି ଓ ବିଜୟ ସଂର୍ପକରେ ସଂଘର ସଦସ୍ୟ ମାନେ ବକ୍ତବ୍ୟ ରଖିଥିଲେ। କାର୍ଗିଲ ଯୁଦ୍ଧରେ ପ୍ରାଣବଳୀ ଦେଇଥିବା ଯବନାଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା। କ୍ୟାପ୍ଟେନ୍ ମହେନ୍ଦ୍ର ସ୍ବାଇଁ କିଭଳି ୯୪୪ ଲାଇଟ୍ଏଡ୍ ରେଜିମେଣ୍ଟରେ ରହି ଇକ୍ବୁପ୍ମେଣ୍ଟ ବ୍ୟାକଅପ୍ ଯୋଗାଇବା ସହ ଲଢେଇ ସମୟର ଅନୁଭୂତି ପ୍ରକାଶ କରିଥିଲେ। ବିଶେଷ କରି କାରଗିଲ ପାହଡ ଉପରୁ ବାଟାଲିକ ସେକ୍ଟର ଟାଇଗର ହିଲରେ ପ୍ରଥମେ କିଭଳି ଶତ୍ରୁ ସେନା ପଶି ଆସିଥିଲା ଆଉ ଭାରତୀୟ ସୈନିକ ମାନେ କିଭଳି କଡା ଯବାବ ଦେଇଥିଲେ ସେ ସଂର୍ପକରେ କହିଥିଲେ। ପ୍ରତିକୂଳ ପରିସ୍ଥିତିରେ ବି ଦୃଢ ମନୋବଳ ସେନାକୁ ବିଜୟ ହାସଲ କରାଇଥିବା ସେ କହିଥିଲେ। ସେହିପରି ସୁବେଦାର ମେଜର ଟୁକୁନା ଭୂୟାଁ ୧୫ ରାଜପୂତରେ ସେନାରେ ଯୋଗ ଦେଇଥିବା ବେଳେ ଯୁଦ୍ଧ ସମୟରେ କଲିକତାରେ ରହିଥିବା ବେଳେ ସେଠାରେ ପହଞ୍ଚି ପଦାଦିକ ବାହିନୀଙ୍କୁ ଗୁଳି ବାରୁଦ ସହ ରାସନ ଆଦି ସେମାନଙ୍କ ଠାରେ ପହଞ୍ଚାଇବା ତାଙ୍କ ଟିମ୍ର ମୁଖ୍ୟ କାର୍ଯ୍ୟ ରହିଥିବା ବେଳେ ସେହି ସମୟରେ ଯୁଦ୍ଧକୁ ଅତି ନିକଟରୁ ସେ ଦେଖିଥିବା ଚିତ୍ର ବଖାଣିଥିଲେ। ସେହିପରି ସୁବେଦାର କୃଷ୍ଣଚନ୍ଦ୍ର ଜେନା,ଶଙ୍କର ନାରାୟଣ ଭୂୟାଁ ପ୍ରମୁଖ ଦେଶର ବୀର ଯବାନ ମାନଙ୍କ ବୀରତ୍ବ ଓ ସାହାସିକତା ଯୋଗୁ କାରଗିଲ ଯୁଦ୍ଧରେ ଭାରତର ବିଜୟ ସମ୍ଭବ ହୋଇ ପାରିଥିଲା ବୋଲି ପ୍ରକାଶ କରିଛନ୍ତି।

