ଫୁଲବାଣୀ,୨୧/୦୫,(ସୁନୀଲ ପଟ୍ଟନାୟକ):କଂଧମାଳ ଜିଲ୍ଳା ଜି ଉଦୟଗିରି ଥାନା ଅର୍ନ୍ତଗତ ଗ୍ରେଶିଙ୍ଗିଆ ପଂଚାୟତ ର ପୁନି ନାଯୁ ଗ୍ରାମ ର କିରଣ ପ୍ରଧାନ ଙ୍କ ମୃତ୍ୟୁ ର ତଦନ୍ତ କୁ ତିନି ସପ୍ତାହ ବିତି ଯାଇଥିଲେ ମଧ୍ୟ ପୋଲିସ୍ ଏ ସଂପର୍କରେ ଏଯାଏଁ କାହାକୁ ଗିରଫ କରିନି l ଫଳରେ ପରିବାର ଓ ଶତାଧିକ ଗ୍ରାମବାସୀ ଶେଷରେ ଥାନା କୁ ଘେ ରାଉ କରି ନ୍ୟାୟ ପ୍ରଦାନ କରିବା ପାଇଁ ଦାବୀ କରି ଥିଲେ l ଏହାକୁ ପରିବାର ଲୋକେ ହତ୍ୟା କାଣ୍ଡ ବୋଲି ଦାବୀ କରି ଆସୁଛନ୍ତି ତେବେ ପୋଲିସ ତଦନ୍ତ କରୁଛି କହି ଦିନ ଗଡ଼ାଇ ଚାଲିଛି l ବୁଧବାର କନ୍ଧମାଳ ଏସ ପି ହରିଶ ବିଶି ଉଦୟଗିରୀ ଯାଇ ଘଟଣା ର ତଦନ୍ତ କରିଥିଲେ l ପରେ ଗ୍ରାମକୁ ଯାଇ ସେଠାରେ ମଧ୍ୟ ତଦନ୍ତ କରିଥିଲେ l ଏସପି ଙ୍କ ସହ ଏସ ଡି ପି ଓ ଏ. ଶିବା ରେଡ୍ଡୀ, ଥାନା ଅଧିକାରୀ ବିଜୟ ସ୍ବାଇଁ, ତଦନ୍ତ କାରୀ ଅଧିକାରୀ ପ୍ରଦୀପ ରାଉଳ ପ୍ରମୁଖ ଉପସ୍ଥିତ ଥିଲେ l ତେବେ ଏସପି ହରିଶ ବିଶି ଙ୍କ ହସ୍ତକ୍ଷେପ ପରେ ପୀଡିତ ପରିବାର କୁ ନ୍ୟାୟ ମିଳିବ ବୋଲି ସମ୍ଭାବନା ସୃଷ୍ଟି ହୋଇଛି l ହେଲେ ମୃତ କିରଣ ଙ୍କ ପରିବାର କୁ କେବେ ଓ କିଭଳି ନ୍ୟାୟ ମିଳୁଛି ତାହା ଦେଖିବାର କଥା l

