ଖଜୁରୀପଡ଼ା,୧୬।(ମନୋଜ କୁମାର ବେହେରା):କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଖଜୁରୀପଡ଼ା ବିଶ୍ୱକର୍ମା ରାଜମିତ୍ରୀ ସଂଘ ପକ୍ଷରୁ ଦେଶର ୮୦ତମ ସ୍ୱାଧୀନତା ଦିବସ ଉତ୍ସାହ ଓ ଦେଶଭକ୍ତିର ଭାବନା ସହ ପାଳିତ ହୋଇଯାଇଛି।ଏହି ଅବସରରେ ଖଜୁରୀପଡ଼ା ତହସିଲଦାର ସୁଶ୍ରୀ ଶୁଭଶ୍ରୀ ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ଏଥିରେ ଖଜୁରୀପଡ଼ା ରାଜମିତ୍ରୀ ସଂଘର ସଭାପତି ଭୀମସେନ ବେହେରାଙ୍କ ସମେତ ସଂଘର ବହୁ ମିତ୍ରୀ ଭାଇ ଉପସ୍ଥିତ ରହି ସ୍ୱାଧୀନତା ଦିବସ ପାଳନରେ ସାମିଲ ହୋଇଥିଲେ।କାର୍ଯ୍ୟକ୍ରମରେ ଦେଶର ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ମହାନ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସ୍ମରଣ କରାଯିବା ସହ ଦେଶର ଏକତା, ଅଖଣ୍ଡତା ଓ ଉନ୍ନତି ପାଇଁ ସମସ୍ତେ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ ଦିଆଯାଇଥିଲା।ସମଗ୍ର କାର୍ଯ୍ୟକ୍ରମ ପରିବେଶ ଦେଶଭକ୍ତିମୟ ହୋଇଥିବା ବେଳେ ସଂଘର ସଦସ୍ୟମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା।

