ଫୁଲବାଣୀ,୦୭।୦୮(ସୁନୀଲ ପଟ୍ଟନାୟକ):ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲା ରେ ଖରିଫ – ୨୦୨୬ ଆରମ୍ଭ ହୋଇଛି l ଚଳିତ ବର୍ଷ ମାଣ୍ଡିଆ ଚାଷ ଉପରେ ଗୁରୁତ୍ବ ଦିଆଯାଇଛି l ଜିଲ୍ଲାରେ ଶ୍ରୀ ଅନ୍ନ ଅଭିଯାନ ଯୋଜନା ରେ ୫୬୦୦ହେକ୍ଟର ଜମିରେ ମାଣ୍ଡିଆ ଚାଷ ଉପରେ ଗୁରୁତ୍ବ ପ୍ରଦାନ କରାଯାଇଛି l ସେହିପରି ୪୦ହଜାର ହେକ୍ଟର ଜମିରେ ଧାନ ଚାଷ କରଯାଇଛି l ମୁଖ୍ୟ ମନ୍ତ୍ରୀ ମକା ମିଶନ ରେ ୪୦୦ହେକ୍ଟର ସାଧା ମକା ଓ ୩୦୦ହେକ୍ଟର ଜମି ରେ ମିଠା ମକା ଚାଷ , ଇଣ୍ଟର କ୍ରପ ରେ ୮୦ହେକ୍ଟର ଜମି ରେ ଝୁଡୁଙ୍ଗ ଚାଷ କରାଯାଉଛି l ଏ ସମସ୍ତ ଚାଷ ପାଇଁ ଆବଶ୍ୟକ ସାର ର ଅଭାବ ରହିଛି l ସମସ୍ତ ଚାଷ ପାଈଁ ୪୦୪୫ମେଟ୍ରିକ୍ ଟନ ସାର ଆବଶ୍ୟକତା ଥିବା ବେଳେ ୨୧୮୫ମେଟ୍ରିକ୍ ଟନବିଭିନ୍ନ ପ୍ରକାର ସାର ମହଜୁଦ ରହିଛି l ତେବେ ଠିକ ସମୟରେ ଆବଶ୍ୟକୀୟ ସମସ୍ତ ସାର ଜିଲ୍ଲାକୁ ଆସିଯିବ ବୋଲି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପବିତ୍ର ମୋହନ ସାହୁ କହିଛନ୍ତି l

