ଫୁଲବାଣୀ,୨୩।୦୭(ସୁନୀଲ ପଟ୍ଟନାୟକ):କନ୍ଧମାଳ ଜିଲ୍ଲା ଏସପି ରମେନ୍ଦ୍ର ପ୍ରସାଦ ଙ୍କ ନିର୍ଦେଶ କ୍ରମେ ପୋଲିସ ବୁଧବାର ବିଶାଖାପାଟଣା ରୁ ଜଣେ ଗଞେଇ ମାଫିଆ କୁ ଗିରଫ କରିଛି l ଏକ ଗଞେଇ ଚୋରା ଚାଲାଣ ରେ ଜଡ଼ିତ ଥିବା ଏକ ରାକେଟ ର ଆଠ ଜଣ ମାଫିଆ କୁ ପୋଲିସ ଆଗରୁ ଗିରଫ କରିଥିଲା l ମୋଟ ୯ଜଣ ଙ୍କ ମଧ୍ୟରୁ ପୋଲିସ ରାଜ୍ୟ ମଧ୍ୟରୁ ୬ଜଣ ଙ୍କୁ ଗିରଫ କରିଥିବା ବେଳେ ମଧ୍ଯ ପ୍ରଦେଶ ର ଜଣେ, ଛତିଶଗଡ ରୁ ଜଣେ ଓ କାଲି ବିଶାଖାପାଟଣା ରୁ ଜଣକୁ ଗିରଫ କରି ସଫଳତା ହାସଲ କରିଛି l ଗଞ୍ଜେଇ ଚାଷ ଓ ମାଫିଆ ମାନଙ୍କୁ ସlବାଡ କରିବା ପାଇଁ କନ୍ଧମାଳ ଏସପି ରମେନ୍ଦ୍ର ପ୍ରସାଦ ଙ୍କ ଉଦ୍ୟମ ପ୍ରଶଂସନୀୟ l ଏସପି ଙ୍କ ଉଦ୍ୟମ ଫଳରେ ଜିଲାରେ ଗଞ୍ଜେଇ ଚାଷ ନଷ୍ଟ କରଯାଇଥିବା ବେଳେ ଗଞ୍ଜେଇ ଚୋରା ଚାଲାଣ ଅନେକାଂଶ ରେ କମିଥିବା ଦେଖିବାକୁ ମିଳିଛି l ଗଞେଇ ଚୋରା ଚାଲାଣ କାରୀ ଙ୍କୁ ସlବାଡ କରିବା ପାଇଁ ପୋଲିସ ସତର୍କ ଦୃଷ୍ଟି ରଖିଥିବା କହିଛନ୍ତି ଏସପି ରମେନ୍ଦ୍ର ପ୍ରସାଦ l

