କୋକସରା ୧୫/୦୪:( ରୁପେନ୍ଦ୍ର ସୁନାନୀ):କଳାହାଣ୍ଡି ଜିଲ୍ଲା, କୋକସରା ବ୍ଲକ୍, ଗହନାମୁଣ୍ଡାରେ ମୂଷାପାଲି ଗ୍ରାମ ପଞ୍ଚାୟତ ସ୍ତରୀୟ ସମ୍ବିଧାନ ପ୍ରଣେତା ଡଃ ବି ଆର୍ ଆମ୍ବେଦକରଙ୍କ ୧୩୫ ତମ ଜନ୍ମ ଜୟନ୍ତୀ ପାଳିତ ହୋଇ ଯାଇଛି। ବିଶିଷ୍ଟ ଯୁବ ସମାଜସେବୀ କାର୍ତ୍ତିକ ନାଗଙ୍କ ସଭାପତିତ୍ବରେ ପାଳିତ ହୋଇଥିବା ଏହି ଜନ୍ମ ଜୟନ୍ତୀରେ ମୂଖ୍ୟ ଅତିଥି ଭାବରେ ରାଷ୍ଟ୍ରୀୟ ପଛୁଆ ବର୍ଗ ମହିଳା ମୋର୍ଚ୍ଚା ଅଧ୍ୟକ୍ଷା ଧୀମତି କମଳିନୀ ଯାଦବ, ମୁଖ୍ୟ ବକ୍ତା ଭାବରେ ମାତା ସାବିତ୍ରୀ ବାଇ ଫୁଲେ ମହିଳା ସଂଗଠନ କଳାହାଣ୍ଡି ଅଧ୍ୟକ୍ଷା ଧିମତି ରମଣୀ ଦୁରିଆ, ସମ୍ମାନୀତ ଅତିଥି ଭାବରେ କୋକସରା ଏଓଏସ ସିଏଫ ମହିଳା ନେତ୍ରୀ ଧିମତୀ ଇନ୍ଦୁରେଖା ବାଗ, ବିଶିଷ୍ଟ ସମାଜସେବୀ ଧୀମାନ୍ ଡାକେଶ୍ୱର ଲହଜଲ୍, ରତନ ନାଏକ, ଶିକ୍ଷାବିତ୍ ଧୀମାନ୍ ଅଲେଖ ଗୋପାଲ, ଆମ୍ବେଦକର ପ୍ରେମୀ ଧୀମନ୍ ଦୁର୍ଯୋଧନ ଜାଲ, ଶିକ୍ଷାବିତ୍ ସୋମନାଥ ନାଏକ, ସାମ୍ବାଦିକ ରୁପେନ୍ଦ୍ର ସୁନାନୀ, ସମାଜସେବୀ ମଧୁସୂଦନ ସାଗର, ସିଆରପି ପ୍ରେମଶିଳା ମହାନନ୍ଦ, ରୋହିତ ଗୋପାଲ ପ୍ରମୁଖ ମଞ୍ଚାସୀନ ଥିଲେ। ଆୟୋଜକ ଆମ୍ବେଦକର ପ୍ରେମୀଙ୍କ ପକ୍ଷରୁ ଏକ ବାଇକ୍ ଶୋଭାଯାତ୍ରା ଗହନାମୁଣ୍ଡା ରୁ ବାହାରି ବେହେରା ଖପରାମାଲ ଦେଇ ମୂଷାପାଲି ପହଞ୍ଚିଲା ପରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।ପରେ ସମସ୍ତେ ଗହନାମୁଣ୍ଡାରେ ପହଞ୍ଚିଲା ପରେ ମୁଖ୍ୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହି ଅବସରରେ ଉପସ୍ଥିତ ଅତିଥିମାନେ ସମ୍ବିଧାନ ପ୍ରଣେତା ବାବା ସାହେବ୍ ଡ଼ଃ ବି ଆର୍ ଆମ୍ବେଦକରଙ୍କ ବିଚାରଧାରା ଓ ସମାଜ ପରିବର୍ତ୍ତନ ଉପରେ ସମସ୍ତେ ଶିକ୍ଷିତ, ସଙ୍ଗଠିତ ହୋଇ ସଂଘର୍ଷ କରିବାକୁ ନିଜ ନିଜ ବକ୍ତବ୍ୟରେ ପରିପ୍ରକାଶ କରିଥିଲେ।ଏହି ସମସ୍ତ କାର୍ଯ୍ୟକ୍ରମକୁ ଆମ୍ବେଦକର ପ୍ରେମୀ ଚନ୍ଦ୍ର ଗୋପାଲ ସଂଯୋଜନା କରିଥିବା ବେଳେ ଯୁବ ଆମ୍ବେଦକର ପ୍ରେମୀ ନିତିଶ କୁମାର ନାଗ ଧନ୍ୟବାଦ୍ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମ ପରେ ବ୍ୟାଣ୍ଡ ବାଜାର ତାଳେ ତାଳେ ସମସ୍ତ ଅତିଥି ଏବଂ ଆମ୍ବେଦକର ପ୍ରେମୀ ନାରା ଦେଇ ଗାଁ ପରିକ୍ରମା କଲା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପାଳିତ ହୋଇଥିବା ଏହି ଡଃ ବି ଆର୍ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳନ ରେ ଆମ୍ବେଦକର ପ୍ରେମୀ ଯୁବକ ମାନଙ୍କ ମଧ୍ୟରେ କାର୍ତ୍ତିକ ନାଗ, ନିତିଶ ନାଗଙ୍କ ସହ ବୁବୁ ନାଗ, ନିତ୍ୟାନନ୍ଦ ସୁନାନୀ, ରୋହିତ ଖମାରୀ, ଗୁଡୁ ଖମାରୀ, ରାଜେଶ ଖମାରୀ,ଦିଲୀପ ନାଗ, ସମୀର ନାଗ, ମନଟୁ ନାଗ, ଟିନା ଦୁର୍ଗା, ମାଧବ ଖମାରୀ, ଜଳନ୍ଧର ଖମାରୀ, ଲଛମନ୍ ଦୁର୍ଗା, କରୁଣାକର ଦୁର୍ଗା, ଉମେଶ ଗୋପାଲ, ପ୍ରହ୍ଲାଦ ଗୋପାଲ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

