ଭଞ୍ଜନଗର,୦୨/୦୭(ନିଲୁ ବିଷୋୟୀ):ଗାଲେରୀ ଦଣ୍ଡପାଣି ମହାରଥା ବିଜ୍ଞାନ ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କ ପାଇଁ ଶକ୍ତିଶ୍ରୀ ଉତ୍ସବ ଅନୁଷ୍ଠିତ ହୋଇଛି। ଏଥିରେ ଅଧ୍ୟକ୍ଷ ସୁଶାନ୍ତ କୁମାର ନାୟକ ସଭାପତିତ୍ବରେ ଅଧ୍ୟାପକ ସିତେଶ ଦାଶ,ଦିବ୍ୟ ଲୋଚନ ବିଶ୍ବାଳ,ଅଶ୍ଵିନୀ କୁମାର ଗୌଡ଼ ଓ ବିରୁପାକ୍ଷ ସାହୁ ବକ୍ତା ଭାବେ ଯୋଗଦେଇ କେନ୍ଦ୍ର ସରକାର ଓ ଓଡ଼ିଶା ସରକାରଙ୍କ ସୂଚନା ପ୍ରକାରେ ନାରୀ ଶକ୍ତିର ପ୍ରାଧାନ୍ୟ କିପରି ବଜାୟ ରହିବ ସେ ସଂର୍ପକରେ କହିଥିଲେ। ନାରୀ ଶକ୍ତିର ବିକାଶ କୁ ନେଇ ଅନେକ ଛାତ୍ରଛାତ୍ରୀ ଓ ମଞ୍ଚାସୀନ ଅତିଥି ମାନେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଆର୍ଯ୍ୟ ଭୂମି ଭାରତ ବର୍ଷରେ ନାରୀ ସର୍ବଦା ଉଚ୍ଚ ଆସନର ଅଧିକାରୀ, ସେ ଅଚେତନ ଓ ଶକ୍ତି ହୀନ ନୂହେଁ। ଅସାଧ୍ୟ ସାଧନ କରିବାରେ ଅଗ୍ରଣୀ ତେଣୁ ନିଜର ସ୍ୱାଭିମାନ ବଜାୟ ରଖି ସମାଜ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବାକୁ ଆହ୍ବନ କରିଥିଲେ। ଛାତ୍ରୀ ଗୀତିକା ଜାନୀ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିବା ବେଳେ ଅଧ୍ୟାପକ ଦୁର୍ଗା ମାଧବ ଦାଶ ସ୍ଵାଗତ ଭାଷଣ ସହ ସଂଯୋଜନା କରିଥିଲେ। ମନୋସ୍ମିତା ଅନ୍ତିମ ସଙ୍ଗୀତ ଗାନ କରିଥିଲେ।ଶକ୍ତିଶ୍ରୀ ପାଇଁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। କଲେଜର ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

