ବୁଗୁଡା:୨୩/୦୪:(କୁମୁଦ ଚନ୍ଦ୍ର ବେହେରା): ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ଥ ଭାମଶ୍ୟାଳି ହାଇସ୍କୁଲରେ ଦ୍ବିଦିବସୀୟ ଶିକ୍ଷାଦାନ ଶିକ୍ଷଣ ଉପକରଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଗୋଲିଆ କ୍ଲଷ୍ଟର ସ୍ତରୀୟ ଉକ୍ତ କର୍ମଶାଳାକୁ ପ୍ରଧାନ ଶିକ୍ଷକ ଜି.ନାଗେଶ୍ବର ରାଓ ଉଦଘାଟନ କରିଥିଲା ବେଳେ ଏଥିରେ କ୍ଲଷ୍ଟର ଅନ୍ତର୍ଗତ ୧୨ଟି ବିଦ୍ୟାଳୟର ୨୦ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ଅଂଶ ଗ୍ରହଣ କରିଥିଲେ। କ୍ଲଷ୍ଟର ସିଆରସିସି ସୁନିତା ପାଣିଗ୍ରାହୀଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ କର୍ମଶାଳା ଅବସରରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ଦ୍ବାରା ଛାତ୍ରଛାତ୍ରୀଙ୍କ ଉପଯୋଗୀ ଅନେକ ଶିକ୍ଷଣ ଉପକରଣ ପ୍ରସ୍ତୁତ କରାଯାଇଥିଲା।

