କୋଦଳା,୧୬।୯(ବାପୁନି ମାଲୁ):ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ଅନ୍ତର୍ଗତ ପଣ୍ଡା ସାହି ଜେଲ ରୋଡ଼ ଠାରୁ ମର୍ଦ୍ଦମେଖ ପଞ୍ଚାୟତର ଦିଗି ଯାଏଁ ଯାଇଥିବା ଦେଢ଼ କିମି ରାସ୍ତା କର୍ଦମାକ୍ତ ହୋଇଥିବା ଅଭିଯୋଗ ହୋଇଛି l ରାସ୍ତାର ଅନେକ ସ୍ଥାନରେ ପିଚୁ ଉଠିଯାଇ ଖାଲକମା ହୋଇଥିବା ଯୋଗୁଁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଏହି ରାସ୍ତା ଉପରେ ମର୍ଦ୍ଦମେଖ, ଘୋଡାପଡା, ମର୍ଦ୍ଦକୋଟ, ଚିଙ୍ଗୁଡ଼ିଖୋଲ ପଞ୍ଚାୟତର ଗ୍ରାମବାସୀ ନିର୍ଭର କରନ୍ତି l ବ୍ୟସ୍ତବହୁଳ ସହର କୋଦଳାକୁ ବିଭିନ୍ନ କାମପାଇଁ ଏହି ରାସ୍ତାଡେଇ ଯିବାଆସିବା କରନ୍ତି l ଏହାଛଡା ସ୍କୁଲ, କଲେଜ ଛାତ୍ରଛାତ୍ରୀ ମାନେ ଶିକ୍ଷାନୁଷ୍ଠାନ ଏବଂ ଟିୟୁସନ ପାଇଁ ଏହି ରାସ୍ତାକୁ ଆପଣଉଛନ୍ତି l ରାସ୍ତା ଖରାପ ଯୋଗୁଁ ଧନଜୀବନ ହାନି ଆଶଙ୍କା ରହିଛି l ଏସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ କନିଷ୍ଠ ଯନ୍ତ୍ରୀ ଦିଲ୍ଲୀପ କୁମାର ବେହେରାଙ୍କ ଦୃଷ୍ଟି ଆକର୍ଷଣ କରିବାରୁ “ଏହି ରାସ୍ତା ପାଇଁ ଟେଣ୍ଡର ହୋଇଛି, କାମ ଆରମ୍ଭ ହେବ” ବୋଲି ପ୍ରକାଶ କରିଛନ୍ତି l

