ଫୁଲବାଣୀ,୧୧/୦୫,(ସୁନୀଲ ପଟ୍ଟନାୟକ):କଂଧମାଳ ଜିଲ୍ଳା ଜି ଉଦୟଗିରି ବ୍ଲକ୍ ର ଗ୍ରେସି ଙ୍ଗିଆ ସରପଂଚ ଇଁ. ତ୍ରୀଶୀଳl ପ୍ରଧାନ ଅଞ୍ଚଳ ର ବିକାଶ ପାଇଁ ସର୍ବଦା ନିଷ୍ଠା ଓ ଆନ୍ତରିକତା ର ସହ ଉଦ୍ୟମ କରୁଥିବା ଦେଖାଯାଉଛି l ତାଙ୍କ କାର୍ଯ୍ୟ କାଳ ସମୟ ରେ ପଂଚାୟତ ର ବିଭିନ୍ନ ଅଞ୍ଚଳ କୁ ରାସ୍ତା ନିର୍ମାଣ ସହ ସ୍ୱଚ୍ଛ ପାନୀୟ ଜଳ ସମସ୍ୟା, ବିଦ୍ୟୁତ୍ ସମସ୍ୟା ଦୂର ହୋଇଛି l ସେହିପରି ଶିକ୍ଷା ର ବିକାଶ ପାଇଁ ସର୍ବଦା ଦୃଷ୍ଟି ଦେଉଛନ୍ତି l କେବଳ ସେତିକି ନୁହେଁ ପଂଚାୟତ ର ସମସ୍ତ ବାସିନ୍ଦା ତାଙ୍କ ପରିବାର ଲୋକ ଭାବି ସମସ୍ତଙ୍କୁ ସାଥିରେ ନେଇ କାର୍ଯ୍ୟ କରିବା ସଙ୍ଗେ କୌଣସି ସମୟ ରେ କେହି ବି ଅସୁବିଧାରେ ପଡ଼ିଲେ ଖବର ପାଇବା ମାତ୍ରେ ତତକ୍ଷଣାତ୍ ଘଟଣା ସ୍ଥଳରେ ପହଞ୍ଚି ସହଯୋଗ ର ହlତ ବଢlଉ ଥିବାଋ ଅଞ୍ଚଳ ରେ ସମସ୍ତ ଙ୍କ ପ୍ରିୟ ଭାଜନ ହୋଇପାରି ଛନ୍ତି l ଗତ କାଲି ବର୍ଷା ଓ ପବନରେ ଗେଶୀଙ୍ଗିଆ ପଂଚାୟତ ର କାକା ମାହା ଗ୍ରାମ ରାସ୍ତା ଉପରେ ଏକ ବିରାଟ ଆମ୍ବ ଗଛ ଉପୁଡ଼ି ରାସ୍ତା ଅବରୋଧ କରିବା ସହ ବିଦ୍ୟୁତ୍ ତାର ଛିଣ୍ଡି ଯାଇଥିଲା l ଖବର୍ ପାଇ ସରପଞ୍ଚ ତ୍ରିଶିଳl ପ୍ରଧାନ ପହଞ୍ଚି ଅଗ୍ନିଶମ୍ ବିଭାଗ ଟିମ୍ ସହ ମିଶି ତୁରନ୍ତ ରାସ୍ତା ସଫା କରିବା ସହ ବିଦ୍ୟୁତ୍ ଲାଇନ୍ କିପରି ଶିଘ୍ର ମରାମତି ହେବ ତା ବ୍ୟବସ୍ଥା କରିଥିଲେ l

