ଚିକିଟି,୧୦/୬,(ନିଗମାନନ୍ଦ ପଣ୍ଡା):ନ୍ୟାୟିକ ବ୍ୟବସ୍ଥା କୁ ସୁଗମ କରିବା ପାଇଁ ବିଜୁ ଜନତା ଦଳ ସରକାର ଙ୍କ ଶେଷ ଶାସନ ଅବଧି ସମୟ ରେ ଚିକିଟି ରେ ଜେ. ଏମ. ଏଫ. ସି ଅଦାଲତ ଖୋଲିବା ପାଇଁ ସରକାରୀ ଆଦେଶ ହୋଇଥିଲା l କିନ୍ତୁ ସରକାରୀ ଆଦେଶ କୁ ତିନି ବର୍ଷ ବିତିବାକୁ ବସିଥିଲେ ସୁଦ୍ଧା ଅଦାଲତ କାର୍ଯ୍ୟକ୍ଷମ ହେବା ର ନାଁ ଗନ୍ଧ ମିଳୁନି l ଏକ ଅନୁସନ୍ଧାନ ରୁ ଜଣାପଡିଛି ସରକାରୀ ଜମି ର ଅଭାବ ଏବଂ ଚାରିପଟେ ଜଙ୍ଗଲ ଜମି ରହିଥିବା ବଶତଃ ରୁ ଏହି ଆଦେଶ ଅଟକି ରହିଛି l ଏ ସମ୍ପର୍କ ରେ ଗଞ୍ଜାମ ଜ଼ିଲ୍ଲା ଅତିରିକ୍ତ ଜ଼ିଲ୍ଲାପାଳ ଦୁଇ ମାସ ତଳେ ତୁରନ୍ତ ଜମି ଅଧିଗ୍ରହଣ ପାଇଁ ଚିକିଟି ତହସିଲ କୁ ଚିଠି କରିଥିଲେ l ଚିଠି ମୁତାବକ ଚିକିଟି ରାଜକବି ରାଧାମୋହନ ବିଦ୍ୟାପୀଠ ର ଧାନଘର ଅପେରା ପଡିଆ ପାଖରେ ରହିଥିବା ତିନି ଏକର ନିଜସ୍ୱ ଜମି କୁ ରାଜସ୍ବ ବିଭାଗ ଅଧୀନ କୁ ଅଣାଯାଇ ରେଜିଷ୍ଟର ଙ୍କୁ ଦିଆଯିବ ବୋଲି ନିଷ୍ପତି ହୋଇଛି l ସରକାରୀ ପ୍ରକ୍ରିୟା ମୁତାବକ ପରବର୍ତ୍ତୀ ସମୟ ରେ ଜୁଡ଼ିସିଆଲ ବିଭାଗ ଉକ୍ତ ଜମି କୁ ନିଜ ନାଁ ରେ ରେକର୍ଡ କରିବା ପାଇଁ ଫର୍ମ ନଂ ଏକ ରେ ଆବେଦନ କରିବ l ଉକ୍ତ ଜମି ଜୁଡ଼ିସିଆଲ ବିଭାଗ କୁ ଆସିଲା ପରେ ଅଦାଲତ ପାଇଁ କୋଠା ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ l ଏହି ପ୍ରକ୍ରିୟା କେବେ ତ୍ୱରାନ୍ୱିତ ହେବ ଏବଂ କେବେ ଚିକିଟି ରେ ଜେ. ଏମ. ଏଫ.ସି ଅଦାଲତ କାର୍ଯ୍ୟକ୍ଷମ ହେବ ତାହା ନେଇ ଚିନ୍ତା ର ବିଷୟ ପାଲଟିଛି l ଅନ୍ୟପଟେ ଖୁବ ଶୀଘ୍ର ଅଦାଲତ କୋଠା ନିର୍ମାଣ ଏବଂ କାର୍ଯ୍ୟକ୍ଷମ କରିବା ପାଇଁ ବୁଦ୍ଧିଜୀବୀ ମହଲ ରୁ ଦାବୀ ଜୋର ଧରିଛି l

