ଛତ୍ରପୁର/ଚିକିଟି, ୧୩।୧୦(ନିଗମାନନ୍ଦ ପଣ୍ଡା):ଛତ୍ରପୁର ସ୍ଥିତ କାଲିପଳୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କାଲିପଳୀ କ୍ଲଷ୍ଟରସ୍ତରୀୟ ସୁରଭି-୨୦୨୬ ଉତ୍ସବ ଉତ୍ସାହ ଓ ଆନନ୍ଦର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ କ୍ଲଷ୍ଟର ଅନ୍ତର୍ଗତ ୭ଟି ବିଦ୍ୟାଳୟରୁ ୧୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ସେମାନଙ୍କ ମଧ୍ୟରୁ ମନୋନୀତ ୪୦ ଜଣ ଛାତ୍ରଛାତ୍ରୀ ବ୍ଲକସ୍ତରୀୟ ସୁରଭି ଉତ୍ସବରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ।ଏହି କାର୍ଯ୍ୟକ୍ରମକୁ କ୍ଲଷ୍ଟର ସିଆରସିସି ବି. ସୋମେୟା ପାତ୍ର ସଂଯୋଜନା କରିଥିଲେ। ଉତ୍ସବରେ ଛତ୍ରପୁର ବ୍ଲକ ସହ ଶିକ୍ଷାଧିକାରୀ ନମିତା ରାଣୀ ରାଉତ ମୁଖ୍ୟ ଅତିଥି ଏବଂ ପୂର୍ବତନ ଏବିଇଓ ନିଗମାନନ୍ଦ ପଣ୍ଡା ବକ୍ତା ଭାବେ ଯୋଗଦେଇଥିଲେ।ସମ୍ମାନିତ ଅତିଥି ଭାବେ ଏସ ଏମ ସି ସଭାପତି ଜି, ଦେବରାଜ ରାଓ, ଶିଶିର କୁମାର ପଟନାୟକ, ୟୁ,. ଶିବପ୍ରସାଦ ଦୋରା, ପ୍ରଧାନ ଶିକ୍ଷୟତ୍ରୀ ସସ୍ମିତା ଭୂୟାଁ ମଞ୍ଚାସୀନ ଥିଲେ।ମୁଖ୍ୟ ଅତିଥି ନମିତା ରାଣୀ ରାଉତ ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ, ସୃଜନଶୀଳତା ଓ ଆତ୍ମବିଶ୍ୱାସ ବୃଦ୍ଧିରେ ସୁରଭି ଉତ୍ସବର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।ଶିକ୍ଷକ କୃଷ୍ଣ ଚନ୍ଦ୍ର ଦାସ ମଞ୍ଚ ପରିଚାଳନା କରିଥିଲେ।କ୍ଲଷ୍ଟରର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଆୟୋଜକମାନଙ୍କ ସକ୍ରିୟ ସହଯୋଗରେ ଉତ୍ସବଟି ସଫଳତାର ସହ ସମ୍ପନ୍ନ ହୋଇଥିଲା।

