ଫୁଲବାଣୀ:୨୭/୦୪,(ସୁନୀଲ ପଟ୍ଟନାୟକ):ଦିନେ କି ଦୁଇ ଦିନ ନୁହେଁ ଗତ ପ୍ରାୟ ସପ୍ତାହେ ହେଲା କନ୍ଧମାଳ ଜିଲ୍ଲା ର ଫୁଲବାଣୀ ଓ ବାଲିଗୁଡ଼ା ଜଙ୍ଗଲ ବିଭାଗ ଡ଼ିଭିଜନ ଅନ୍ତର୍ଗତ ଅନେକ ସ୍ଥାନରେ ଜଙ୍ଗଲ ହୁତ ହୁତ ହୋଈ ଜଳୁଛି l କାବୁ କରିପାରୁ ନାହାନ୍ତି ବନ ବିଭାଗ ରେଞ୍ଜର ଓ କର୍ମଚାରୀ l ଜିଲ୍ଲାର ପ୍ରାୟ ୭୦ରୁ ୮୦ସ୍ଥାନ ରେ ଜଙ୍ଗଲ ରେ ନିଆଁ ଲାଗିଛି l ଏ ଜଙ୍ଗଲ ରୁ ଆର୍ ଜଙ୍ଗଲ କୁ ନିଆଁ ଡେଉଁଛି l ବନ ବିଭାଗ ୱେବ ସାଇଟ୍ ରୁ ଜଙ୍ଗଲ ରେ ନିଆଁ ଲାଗିଥିବା ସ୍ପଷ୍ଟ କରିଛି l ସେହିପରି ଫୁଲବାଣୀ, ସୁଡୁରୁକୁମ୍ପା, ଫିରିଙ୍ଗିଆ ଅଞ୍ଚଳ ସମେତ ଜି ଉଦୟଗିରୀ, କଳିଙ୍ଗା,ବାଲିଗୁଡ଼ା, କୋଟଗଡ, ତୁମୁଡିବନ୍ଧ,ବେଲଘର ଆଦି ବିଭିନ୍ନ ରେଞ୍ଜ ଅଞ୍ଚଳ ଜଙ୍ଗଲ ରେ ନିଆଁ ଲାଗି ଜଙ୍ଗଲ ନଷ୍ଟ ହେବା ସହ ବଣ ରେ ଥିବା ପଶୁ ପକ୍ଷୀ ଅନ୍ୟ ଜଙ୍ଗଲ କୁ ଚାଲି ଯାଉଛନ୍ତି l କିଛି ମୃତ୍ୟୁ ବରଣ କଲେଣି l ବନ କର୍ମଚାରୀ। ମାନେ ଜଙ୍ଗଲ ନିଆଁ ଲିଭାଇବା ପାଇଁ ଦିନ ରାତି ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି ହେଲେ ନିଆଁ କୁ ଆୟତ୍ତ କହିପାରୁନାହାନ୍ତି l ବନ ବିଭାଗ ର ସଚେତନତା ସତ୍ତ୍ଵେ ନିଆଁ ଲାଗୁ ଛି କିପରି?? ସେପଟେ ପ୍ରତି ଗ୍ରାମରେ ବନ ବିଭାଗ ବନ ସଂରକ୍ଷଣ ସମିତି ଗଠନ କରିଛି l କିଛି ଅସାଧୁ ବ୍ୟକ୍ତି ଜାଣି ଶୁଣି ରାସ୍ତା କଡ ରେ ପତ୍ର ରେ ନିଆଁ ଲଗାଇ ଦେଉଥିବା କୁହାଯାଉଛି l ସେହିପରି କାଠ, କୋଇଲା ସଂଗ୍ରହ ପଶୁ ଶିକାର ପାଇଁ ମଧ୍ଯ ନିଆଁ ଲଗା ଯାଉଥିବା ମଧ୍ଯ ସନ୍ଦେହ କରାଯାଉଛି l ଡି ଏଫ୍ ଓ ଫୁଲବାଣୀ,ବାଲିଗୁଡ଼ା ଏଥି ପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଜରୁରୀ ହୋଇପଡିଛି l ନଚେ ତ ରାଜ୍ୟର ସବୁଠାରୁ ଅଧିକ ଶାଳ ଜଙ୍ଗଲ ଥିବା କନ୍ଧମାଳ ଜିଲ୍ଲା ରେ ଜଙ୍ଗଲ ଧ୍ଵଂସ ପାଇଁ ଆଉ ବେଶି ଦିନ ଲାଗିବନି ବୋଲି ପରିବେଶ ବିତ୍, ବୁଦ୍ଧିଜୀବୀ, ପ୍ରକୃତି ପ୍ରେମୀ ମତ ପ୍ରକାଶ କରିଛନ୍ତି l

