ପୋଲସରା,୭।୭(ସୁଧାଂଶୁ ସହେଖର ସାହୁ):ପୋଲସରା ମ୍ୟୁନିସିପାଲିଟି ଅନ୍ତର୍ଗତ ୭ ନମ୍ବର ୱାର୍ଡର ଫରେଷ୍ଟ କଲୋନୀ ରାସ୍ତା ଏବେ ସମସ୍ତଙ୍କ ପାଇଁ ଦୁର୍ଘଟଣା ପ୍ରବଣ ଅଞ୍ଚଳ ପାଲଟିଛି। ଜନସ୍ୱାସ୍ଥ୍ୟ ବିଭାଗ ଓ ମ୍ୟୁନିସିପାଲିଟିର ଦ୍ଵାୟିତ୍ୱ ହିନତା ଓ ଚରମ ଅବହେଳା ପାଇଁ ଏହି ରାସ୍ତାରେ ପ୍ରତିଦିନ କିଛି ନା କିଛି ଦୁର୍ଘଟଣା ଘଟୁଛି। ବିଶେଷକରି ସ୍କୁଲ ଯାଉଥିବା ଛାତ୍ରଛାତ୍ରୀ ଙ୍କ ପାଇଁ ଏକ ପ୍ରକାର ବିପଦ ସାଜିଛି। ବାରମ୍ବାର ଅନୁରୋଧ ପରେ ମଧ୍ଯ ଜନସ୍ୱାସ୍ଥ୍ୟ ବିଭାଗ ତରଫରୁ କୌଣସି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉନଥିବା ସହିବାସିନ୍ଦା ଅଭିଯୋଗ କରିଛନ୍ତି। ଅଭିଯୋଗ ପ୍ରକାରେ ଫରେଷ୍ଟ କଲୋନୀ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜନସ୍ୱାସ୍ଥ୍ୟ ବିଭାଗ ତରଫରୁ ପୋଲସରା ସହର କୁ ପାନୀୟ ଜଳ ଯୋଗାଣ ପାଇଁ ବିଛାଯାଇଥିବା ପାଇପ ଲାଇନ ଫାଟି ପାଖାପାଖି ୨ ମାସ ଧରି ରାସ୍ତାରେ ଅନବରତ ପାଣି ଯାଉଛି। ଯାହାଫଳରେ ଉକ୍ତ ରାସ୍ତାଟି ସବୁବେଳେ ଜଳମଗ୍ନ ରହି ସବୁଆଡେ ଶିଉଳି ଜମିହୋଇ ସହର ର ସୌନ୍ଦର୍ଯ୍ୟ ହରାଇବା ସହ ପଥଚାରି ଯାତାୟାତ ସମୟରେ ପାଦ ସ୍ଲିପ କରି ସିମେଣ୍ଟ ରାସ୍ତାରେ ପଡି ଆହତ ହେଉଛନ୍ତି । ବିଶେଷକରି ସକାଳୁ ସ୍କୁଲ ଯିବା ସମୟରେ କୁନି କୁନି ପିଲାମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯେହେତୁ ଏହି ରାସ୍ତାଟି ପୋଲସରା ମୁଖ୍ୟ ସଡ଼କ ଠାରୁ ମ୍ୟୁନିସିପାଲିଟି ର ୪ ଓ ୫ ନମ୍ବର ୱାର୍ଡ କୁ ସଂଯୋଗ କରୁଛି ସେଥିପାଇଁ ପ୍ରତିଦିନ ଶହ ଶହ ଗାଡି ମୋଟର ଯିବାଆସିବା କରୁଛି ଏବଂ ପ୍ରତିଦିନ ଦୁଇ ଚକିଆ ଚାଳକ ଅସାବଧାନତା କାରଣରୁ ଗାଡି ଚକା ସ୍ଲିପ ହୋଈ ଦୁର୍ଘଟଣା ର ଶିକାର ହେଉଛନ୍ତି। ଗୋଟିଏ ପଟେ ଜନସ୍ୱାସ୍ଥ୍ୟ ବିଭାଗ ର ଦ୍ଵାୟିତ୍ୱହୀନତା ପାଇଁ କୁତ୍ରିମ ପାଣି ସୁଅ ରାସ୍ତାରେ ଯାଉଥିବା ବେଳେ ଅନ୍ୟପଟେ ମ୍ୟୁନିସିପାଲିଟି ପକ୍ଷରୁ ଡ୍ରେନର କୌଣସି ସୁବିଧା ନାହିଁ। ଯୋଦ୍ୱାରା ପ୍ରଶାସନିକ ଅବହେଳା ପାଇଁ ନିରୀହ ସାଧାରଣ ଜନତା ଏହା ଦ୍ୱାରା ଦୁର୍ଦଶା ଭୋଗୁଥିବା ଅଭିଯୋଗ ହୋଇଛି। ଏନେଇ ପୋଲସରା ମ୍ୟୁନିସିପାଲିଟି କାର୍ଯ୍ୟ ନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଜେନା ଉକ୍ତ ରାସ୍ତାର ମରାମତି ଏବଂ ଉଭୟ ପାର୍ଶ୍ଵ ରେ ଡ୍ରେନ ନିର୍ମାଣ କାର୍ଯ୍ୟ ପାଇଁ ଏବେ ଏସ୍ଟିମେଟ ଚାଲିଛି ଟେଣ୍ଡର ପ୍ରକ୍ରିୟା ପରେ କାମ ଆରମ୍ଭ ହେବା ନେଇ ସୂଚନା ଦେଇଥିଲେ। ସେହିପରି ଜନସ୍ୱାସ୍ଥ୍ୟ ବିଭାଗର କନିଷ୍ଠ ଯନ୍ତ୍ରୀ ସୁଦାମ ମିଶ୍ର ଖୁବଶୀଘ୍ର ଏହାର ମରାମତି କରାଯାଇ ସ୍ଥାୟୀ ସମାଧାନ କରାଯିବ ବୋଲି ଯୋଗାଯୋଗ ବେଳେ କହିଛନ୍ତି। କିନ୍ତୁ ପୂର୍ବରୁ ମଧ୍ଯ ଏହାର ମରାମତି କରାଯାଇଥିଲେ ସୁଦ୍ଧା କିଛି ଦିନ ପରେ ପୁନର୍ବାର ସେହି ସମସ୍ୟା ଦେଖାଦେଉଛି ସେଥିପାଇଁ ଏହାର ସ୍ଥାୟୀ ମରାମତି ପାଇଁ ସହି ବାସିନ୍ଦା ଦାବି କରୁଛନ୍ତି।

