ଫୁଲବାଣୀ,୩।୧୧(ସୁନୀଲ ପଟନାୟକ):ବାତ୍ୟl ଅର୍ଣ୍ଣବ ର ପ୍ରଭାବ ରେ କନ୍ଧମାଳ ଜିଲା ବେଶ ପ୍ରଭାବିତ ହୋଇଛି l ଜିଲ୍ଲାରେ ଧନ ଜୀବନ ସହ ଗମନା ଗମନ ବିଶେଷ କ୍ଷତି ଗ୍ରସ୍ତ ହୋଇଛି l ତେଵେ, ମନ୍ତ୍ରୀ ଙ୍କ ନିର୍ଦେଶ ଫଳରେ ଗ୍ରାମ୍ୟ ନିର୍ମାଣ ବିଭାଗ ତୁରନ୍ତ ଯୁଦ୍ଧ କାଳୀନ ଭିତ୍ତି ରେ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରି ଗମନା ଗମନ ଉପଯୋଗୀ କରିପାରିଛି l ଯେଉଁଠି ଭୁସ୍ଫଳନ ଯୋଗୁଁ ରାସ୍ତା ରେ ଗମନା ଗମନ ବାଧା ପ୍ରାପ୍ତ ହେଉଛି ସେଠି ବିଭାଗ ପକ୍ଷରୁ ଜେସିବି ଦ୍ଵାରା ସଫା କରାଯାଇ ଗମନା ଗମନ ଉପଯୋଗୀ କରାଯାଉଛି l ଆଊ ଯେଉଁଠି ରାସ୍ତା ଧୋଇ ହୋଇଯାଇଛି ସେଠି ମେଟାଲ, ମୁରୁମ ବାଲିବସ୍ତl ଦେଇ ଅସ୍ଥାୟୀ ଭାବେ ରାସ୍ତା ନିର୍ମାଣ କରି ଗମନା ଗମନ ର ସୁ ବ୍ୟବସ୍ଥା କରାଯାଉଛି l ଫୁଲବାଣୀ ଓ ବାଲିଗୁଡା ଗ୍ରାମ୍ୟ ନିର୍ମାଣ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଙ୍କ ନିର୍ଦେଶ ରେ , ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ପ୍ରମୁଖ ଦିନ ରାତି ନ ଖାଇ ନ ପିଇ ମରାମତି କାର୍ଯ୍ୟ ତଦାରଖ କରୁଛନ୍ତି ଫଳରେ କାର୍ଯ୍ୟ ଶୀଘ୍ର ସରି ଯିବା ଆସିବା ଉପଯୋଗୀ ସମ୍ଭବ ହେଉଛି l ଏଥି ସହ ବିଭାଗ ର ବରିଷ୍ଠ ଯନ୍ତ୍ରୀ, ମୁଖ୍ୟ ଯନ୍ତ୍ରୀ ପ୍ରମୁଖ ପ୍ରଭାବିତ ଅଞ୍ଚଳ ଗସ୍ତ କରି ଫେରିଛନ୍ତି l ବର୍ତମାନ ଦାରିଙ୍ଗବାଡି, ରାଇକିଆ ର କରଡ଼ା -ଇନ୍ଦ୍ରଗଡ଼ ରାସ୍ତା, ମାଣିକେଶ୍ବର ରାସ୍ତା, ଜି ଉଦୟଗିରି ର ଅନେକ ରାସ୍ତା ର ପୁନରୁଦ୍ଧାର କାର୍ଯ୍ୟ ସରି ଗମନା ଗମନ ଉପଯୋଗୀ ହୋଇପାରିଛି l ଫଳରେ ଅଞ୍ଚଳ ବାସି ଗ୍ରାମ୍ୟ ନିର୍ମାଣ ବିଭାଗ ଫୁଲବାଣୀ ଓ ବାଲିଗୁଡା ଅଧିକ୍ଷଣ ଯନ୍ତ୍ରୀ ଓ ବିଭାଗ କୁ ପ୍ରଶଂସା କରିବା ସହ କୃତଜ୍ଞତା ଜ୍ଞାମ୍ପନ କରିଛନ୍ତି l ବର୍ତମାନ ଆର ଡି ରୋଡ଼ ରୁ ସିକ ବାଡ଼ି ରାସ୍ତା ମରାମତି କାମ ଶେଷ ପର୍ଯ୍ୟାୟ ରେ lଭୁଷ୍ଫଳନ ଯୋଗୁଁ ପାଞ୍ଚ ଟି ଗ୍ରାମ କୁ ଯୋଗାଯୋଗ ବିଛିନ୍ନ ହୋଇଯାଇଥିଲା ସେହିପରି ବାଲିଗୁଡା ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ଦାରିଙ୍ଗବାଡି ବ୍ଲକ ର ଲାରିବାଡି ରାସ୍ତା ମରାମତି ସରି ଗମନା ଗମନ ଉପଯୋଗୀ ହୋଇଛି l ପୋଲ ଉପରେ ବନ୍ୟା ପାଣି ପ୍ରବାହିତ ହେବା ଫଳରେ ରାସ୍ତା ଧୋଇ ହୋଇଯାଇଥିଲା l ଫଳରେ ଲାରିବାଡି, ଡାକରବାଡ଼ି, ଗବlଟବାଡ଼ି,କୁଡି ଗୁଂଜା ଆଦି ଗ୍ରାମ ବାହ୍ୟ ଜଗତ ରୁ ବିଛିନ୍ନ ହୋଇଯାଇଥିଲା l ଅଧିକ୍ଷଣ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀ ଙ୍କ ନିଷ୍ଠା ପର ଉଦ୍ୟମ, ଆନ୍ତରିକତା, ପରିଶ୍ରମ ଯୋଗୁଁ ରାସ୍ତା ମରାମତି କାମ ଶୀଘ୍ର ସରି ଯିବା ଆସିବା ଉପଯୋଗୀ ହୋଇପାରିଛି l ସେହିପରି ଚାଲି ଥିବା ଆଊ କିଛି ରାସ୍ତା ଓ ପୋଲର ଆପ୍ରଚ ମରାମତି କାର୍ଯ୍ୟ ଅତି ଶୀଘ୍ର ସରିଯିବ ଵୋଲି କୁହାଯାଉଛି l

