ଫୁଲବାଣୀ:୨୪/୦୪,(ସୁନୀଲ ପଟ୍ଟନାୟକ):କନ୍ଧମାଳ ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୁକୁଲ୍ୟରେ ବିକଳ୍ପ ବିବାଦ ସମାଧାନ କେନ୍ଦ୍ର ଫୁଲବାଣୀ ସମ୍ମିଳନୀ କକ୍ଷରେ ତା: ୨୩/୦୪/୨୦୨୬ ରିଖରେ ବିଭିନ୍ନ ଆଇନ ସମ୍ପର୍କିତ ଏକ ସଚେତନତା ଶିବିର ର ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ପରିବାର ଅଦାଲତ ବିଚାରପତି ଶ୍ରୀମତୀ ରୂପଶ୍ରୀ ଚୌଧୁରୀ, ଅତିରିକ୍ତ ଜିଲ୍ଲା ଜଜ୍ ପ୍ରୀତିଶ କୁମାର ରାଉତରାୟ, ଏଫ.ଟି.ଏସ.ସି. କୋର୍ଟ ବିଚାରପତି କୈଳାଶ ଚନ୍ଦ୍ର ସ୍ବାଇଁ, ସ୍ଥାୟୀ ଲୋକ ଅଦାଲତ ବିଚାରପତି ଦୋଳଗୋବିନ୍ଦ ବାରିକ, ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଫୁଲବାଣୀ ରମାକାନ୍ତ ମହାନ୍ତି, ଏସ.ଡି.ଯେ.ଏମ. ଶ୍ରୀମତୀ ସୌମ୍ୟା ସୋନାଲିକା, ଜେ.ଏମ୍.ଏଫ.ସି ବଦ୍ରିନାଥ ବିଶ୍ବାଳ, ପ୍ରୋବେସନର ସିଭିଲ ଜଜ ଅରୁଣିମା ପତି, ବାର ଆସୋସିଏସନ, ଫୁଲବାଣୀର ସମ୍ପାଦକ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ବରିଷ୍ଠ ଆଇନଜୀବୀ ବିଜୟ ମହାନ୍ତି, ବିଜୟ କୃଷ୍ଣ ପଟ୍ଟନାୟକ, ବାର ଆସୋସିଏସନ, ଫୁଲବାଣୀର ଅନ୍ୟାନ୍ୟ ବରିଷ୍ଠ ଆଇନଜୀବୀ, ପବ୍ଲିକ ପ୍ରୋଷିକ୍ୟୁଟର ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ନାଗ, ଚିଫ ଲିଗାଲ ଏଡ ଡିଫେନ୍ସ କାଉନ୍ସେଲ ଦେବବ୍ରତ ପ୍ରଧାନ, ଡେପୁଟି ଚିଫ ଲିଗାଲ ଏଡ ଡିଫେନ୍ସ କାଉନ୍ସେଲ ଶ୍ରୀଯୁକ୍ତ ନିରୋଦ କୁମାର ପାତ୍ର, ସହକାରୀ ଲିଗାଲ ଏଡ ଡିଫେନ୍ସ କାଉନ୍ସେଲ କେ. ଲକ୍ଷ୍ମୀ ନାରାୟଣ ଦୋରା ଓ ଶୁଭାଙ୍ଗୀ ହରିତସ୍ୟ, ଜିଲ୍ଲା ଆଇନ ସେବା ସମୁଖ କାର୍ଯ୍ୟାଳୟ ର ରିଟେନର ଶ୍ରୀଯୁକ୍ତ ପୀତାମ୍ବର ସାହୁ, ବନଖଣ୍ଡ ଅଧିକାରୀ, ପ୍ରତାପ କୋଟlପଲ୍ଲୀ, ଡି.ଏସ.ପି ସର୍ବେଶ୍ଵର ବେହେରା, ଏବଂ ପୋଲିସ ବିଭାଗ ଓ ବନ ବିଭାଗର ବିଭିନ୍ନ ଅଧିକାରୀମାନେ ଯୋଗଦେଇଥିଲେ । ଏହି ସଚେତନତା କାର୍ଯ୍ୟକ୍ରମରେ ବିଶେଷକରି ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS), ୨୦୨୩ ଅନ୍ତର୍ଗତ ଏଫ୍.ଆଇ.ଆର୍, ଜାମିନ, ସମନ୍ସ ଓ ୱାରେଣ୍ଟ, ଆଇନଗତ ପ୍ରତିନିଧିତ୍ୱର ଅଧିକାର, ଆପିଲ୍ ପ୍ରକ୍ରିୟା ଏବଂ ପ୍ଲି ବାର୍ଗେନିଙ୍ଗ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା। ଏହା ସହିତ ବନ୍ୟପ୍ରାଣୀ ଦ୍ବାରା ଶିକାର ହୋଇଥିବା ପୀଡିତ/ପୀଡ଼ିତା ମାନଙ୍କ ପାଇଁ ନ୍ୟାୟ ପ୍ରାପ୍ତି ସୁବିଧା ସମ୍ପର୍କିତ ନାଲସା ଯୋଜନା, ୨୦୨୫ ବିଷୟରେ ମଧ୍ୟ ସଚେତନତା ସୃଷ୍ଟି କରାଯାଇଥିଲା। ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀଯୁକ୍ତ ରାମାକାନ୍ତ ମହାନ୍ତି ଏହି ସଚେତନତା ଶିବିରକୁ ପରିଚାଳନା କରିଥିଲେ ଓ କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

