ଚିକିଟି,୧୮/୫,(ନିଗମାନନ୍ଦ ପଣ୍ଡା):ଚିକିଟି ବ୍ଲକ ସମ୍ମିଳନୀ କକ୍ଷ ରେ ଆଜି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତିଭାସନ, ବ୍ରହ୍ମପୁର ଉପ ଜିଲ୍ଲାପାଳ ଅବିନାଶ କୁମାର, ବ୍ରହ୍ମପୁର ଉପସ୍ଥିତ ଥିଲେ । ସକାଳ ୭. ୩୦ ମିନିଟ ରେ ଜ଼ିଲ୍ଲା ପ୍ରଶାସନ ତରଫରୁ ଅଭିଯୋଗ ଶୁଣାଣି ପାଇଁ ମଞ୍ଚ ପ୍ରସ୍ତୁତ ଥିଲା l କିନ୍ତୁ ବ୍ଲକ ପ୍ରଶାସନ ତରଫରୁ ବ୍ୟାପକ ପ୍ରଚାର ପ୍ରସାର ଅଭାବ ହେତୁ ଅଭିଯୋଗ କରିବା ପାଇଁ ଦେଢ଼ ଘଣ୍ଟା ବିଳମ୍ବରେ ମାତ୍ର ୫୦ ଜଣ ଅଭିଯୋଗ କରିବାକୁ ପହଂଚିଥିଲେ l ସେଥିମଧ୍ୟରୁ ୟୁକ୍ରେନ ର ଡ୍ରୋନ ଆକ୍ରମଣ ରେ ସୋଭିଏତ ରୁଷ ରେ ଏକ କମ୍ପାନୀ ରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟରତ ଥିବା ଚିକିଟି ବ୍ଲକ ପିତାତାଳି ପଂଚାୟତ ମାଧବନ୍ଧ ଗ୍ରାମର ଏ. ରାମେୟା ଙ୍କ ମୃତ ଦେହ ଆଣିବା ମୁଖ୍ୟ ଅଭିଯୋଗ ରହିଥିଲା l ସେହିପରି ଚିକିଟି ବ୍ଲକ ର ଉର୍ନ୍ନୟନ କାର୍ଯ୍ୟ ର ପ୍ରଚାର ପ୍ରସାର ପାଇଁ ଚିକିଟି ବିଡ଼ିଓ ବିବେକାନନ୍ଦ ମିଶ୍ର ବ୍ଲକ ସାମ୍ବାଦିକ ଙ୍କୁ ସହଯୋଗ କରୁନଥିବା ନେଇ ଜ଼ିଲ୍ଲାପାଳ ଙ୍କୁ ବ୍ଲକ ଡିଜିଟାଲ ଓ ପ୍ରିଣ୍ଟ ମିଡ଼ିଆ ସଂଘ ଅଭିଯୋଗ ଆଣିଥିଲେ l ଜ଼ିଲ୍ଲାପାଳ ଭି.କୀର୍ତିଭାସନ ହଉ ଦେଖିବା ବୋଲି କହି ସାମ୍ବାଦିକ ଙ୍କୁ ଆଶ୍ୱାସନା ଦେଇଥିଲେ l ଏତତ ବ୍ୟତୀତ, ରାସନ କାର୍ଡ, ଭତ୍ତା, ବିଦ୍ୟୁତ ବିଭାଗ ତରଫରୁ ଜଳସେଚନ ପାଇଁ ଚାଷୀଙ୍କୁ ବିଦ୍ୟୁତ ସଂଯୋଗ ନଦେବା, ରାସ୍ତା ମରାମତି, ଆବାସ ଯୋଜନା ସମ୍ବନ୍ଧୀୟ ଆଦି ସର୍ବ ମୋଟ ୫୦ ଅଭିଯୋଗ ଆସିଥିଲା। ସେଥି ମଧ୍ୟରୁ ୫ ଟି ସାମୁହିକ ଅଭିଯୋଗ ଥିଲା। ୩ ଟି ବ୍ୟକ୍ତିଗତ ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିଲା l ଦୁଇ ଜଣକୁ ରେଡକ୍ରସ ପକ୍ଷରୁ ଆର୍ଥିକ ଦଶ ହଜାର ଟଙ୍କା ଲେଖାଏଁ ସାହାର୍ଯ୍ୟ କରାଯାଇ ଥିଲା ।

