ଫୁଲବାଣୀ,୧୭/୦୫,(ସୁନୀଲ ପଟ୍ଟନାୟକ):କିଛି ଦିନ ର ବ୍ୟ ବ ଧାନ ପରେ ଜି ଉଦୟଗିରି ନିକଟ ଗ୍ରେଶୀଙ୍ଗିଆ ରେ ପୁଣି ଦନ୍ତା ହାତୀ ଆତଙ୍କ l ଫଳରେ ଅଞ୍ଚଳ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି l ସମ୍ପୃକ୍ତ ଅଞ୍ଚଳ ଲୋକେ ପ୍ରାୟତଃ ଜଙ୍ଗଲ ଉପାରେ ନିର୍ଭର କରିଥାନ୍ତି ହେଲେ ହାତୀ ଭୟରେ ଗାଁ ଲୋକେ ଆଉ ଜଙ୍ଗଲ କୁ ଯାଉନାହାଁନ୍ତି l ରେଞ୍ଜର ଓ ଫରେଷ୍ଟର ହାତୀ ଘଉଡ଼ାଇବା ରେ ସଫଳ ହେଉନାହାନ୍ତି l ହାତୀ ପଲ ଖାଦ୍ୟ ଓ ପାଣି ଅନ୍ୱେଷଣ ରେ ଏହି ଅଞ୍ଚଳ କୁ ଚାଲି ଆସୁଥିବା କୁହାଯାଉଛି l ଡି ଏଫ୍ ଓ ଓ ଏ ସି ଏଫ୍ ମଧ୍ଯ ହାତୀ ଘଉଡ଼ାଇବା ପାଇଁ ଏତେଟା ଆଗ୍ରହ ପ୍ରକାଶ କରୁନଥିବା ଅଭିଯୋଗ ହେଉଛି l ଜି ଉଦୟଗିରି ର ମହିଳା ରେଞ୍ଜର ଆନ୍ତରିକତା ର ସହ ହାତୀ ଘଉଡ଼ାଇବା ସହ ଲୋକଙ୍କୁ ସୁରକ୍ଷା ପ୍ରଦାନ କରିବା ପାଇଁ ଚେଷ୍ଠା ଜାରୀ ରଖିଥିବା ଦେଖିବlକୁ ମିଳିଛି l ବିଭାଗୀୟ ଅଧିକାରୀ ଏଥି ପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଜରୁରୀ ହୋଇପଡିଛି l

