ଚିକିଟି,୩୧/୦୫,(ନିଗମାନନ୍ଦ ପଣ୍ଡା):ଚିକିଟି ବ୍ଲକ ଅନ୍ତର୍ଗତ ଝାଟି ପଦର ପଞ୍ଚାୟତ ର ଝାଟି ପଦର ଗ୍ରାମର ସରକାରୀ ଉଚ୍ଚ ବିଦ୍ୟାଳୟର ସୁନାମଧନ୍ୟ ବରିଷ୍ଠ, କର୍ମଷ୍ଠ ଶିକ୍ଷକ ବୃନ୍ଦାବନ ଚନ୍ଦ୍ର ପାଢ଼ୀ ଙ୍କ ଅବସର ଗ୍ରହଣ ଉପଲକ୍ଷେ ଏକ ଭାବବିହ୍ୱଳ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଚିକିଟି ଗଡ଼ ରତନେଇ ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ବର୍ଷ ଧରି ଶିକ୍ଷା କ୍ଷେତ୍ରରେ ନିଷ୍ଠା, କର୍ତ୍ତବ୍ୟପରାୟଣତା ଓ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନରେ ତାଙ୍କର ଅବଦାନ ପାଇଁ ତାଙ୍କୁ ସମ୍ମାନିତ କରାଯାଇଥିଲା।ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଚିକିଟି ବ୍ଲକ ଶିକ୍ଷା ଅଧିକାରୀ ପନ୍ନଗ ଭୂଷଣ ମାଝୀ ଶେରଗଡ଼ ବ୍ଲକ ଶିକ୍ଷାଧିକାରୀ ଲକ୍ଷ୍ମୀ ନାରାୟଣ ପଣ୍ଡା, ଅବସର ପ୍ରାପ୍ତ ଏବିଇଓ ପ୍ରଭଞ୍ଜନ ପଣ୍ଡା, ନିଗମାନନ୍ଦ ପଣ୍ଡା, ସିମାଞ୍ଚଳ ପଣ୍ଡା, ବି ଆର ସିସି ତ୍ରିନାଥ ମଳିକ, ନାୟକ ସେଠି, ଅଶୋକ ମିଶ୍ର, ଦିଲୀପ ସାହୁ, ସତ୍ୟନାରାୟଣ ପାତ୍ର ଯୋଗଦେଇ ଶ୍ରୀପାଢ଼ୀ ଙ୍କ ଶିକ୍ଷା କ୍ଷେତ୍ରରେ ଅବଦାନକୁ ଭୂୟସୀ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ, ଜଣେ ଆଦର୍ଶ ଶିକ୍ଷକ କେବଳ ପାଠ ପଢ଼ାନ୍ତି ନୁହେଁ, ବରଂ ସମାଜ ଗଠନରେ ମଧ୍ୟ ମୁଖ୍ୟ ଭୂମିକା ଲିଭାଇ ନିଜକୁ ତଥା ନିଜ ବିଦ୍ୟାଳୟ ସୁନାମ ଆଣିବାରେ ସହାୟକ ହୋଇଥାନ୍ତି! ଯାହାର ଜ୍ୱଳନ୍ତ ଉଦାହରଣ ପାଲଟିଛନ୍ତି ଶ୍ରୀବୃନ୍ଦାବନ ପାଢ଼ୀ,ଶିକ୍ଷାଦାନ ହେଉ କି ପ୍ରଶାସନିକ ଦକ୍ଷତା ସବୁଥିରେ ବିଦ୍ୟାଳୟର ସୁନାମ ବୃଦ୍ଧିରେ ଶ୍ରୀପାଢ଼ୀଙ୍କର ଅବଦାନକୁ ଏ ଅଞ୍ଚଳ ସବୁଦିନେ ମନେ ରଖିରଖିବ! ଏନ ପି ଏସ ସଂଘ ସଭାପତି ତ୍ରିଲୋଚନ ପ୍ରଧାନ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେଏଲିମେଣ୍ଟ୍ରି ସଂଘ ସମ୍ପାଦକ ବଳରାମ ବେହେରା, ରାଜୁ କିଶୋର ପଣ୍ଡା, ରଞ୍ଜନ ବ୍ରହ୍ମl, ଗୌତମ ପ୍ରଧାନ, ପ୍ରଦୀପ ସେଠି, ପ୍ରମିତା ପାତ୍ର, ଭବାନୀ ମହାପାତ୍ର, ବ୍ରହ୍ମପୁର ମହାନଗର ଶିକ୍ଷକ ସଙ୍ଘ ସଭାପତି ଗିରିଜା ଶଙ୍କର ପଣ୍ଡା ଉପସ୍ଥିତ ରହି ଶ୍ରୀ ପାଢ଼ୀ ଙ୍କ କର୍ମମୟ ଜୀବନ, ତାଙ୍କର ଶିକ୍ଷାପ୍ରତି ନିଷ୍ଠା ଏବଂ ମାନବିକ ଗୁଣାବଳୀ ସମ୍ପର୍କରେ ଆଲୋକପାତ କରିଥିଲେ.ଶେଷରେ ବରିଷ୍ଠ ଶିକ୍ଷକ ନରସିଂହ ପାଢ଼ୀ ଉପସ୍ଥିତ ସମସ୍ତ ଅତିଥି ଓ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ଧନ୍ୟବାଦ ଦେଇଥିଲେ.

