ପୋଲସରା: ୨୨/୦୩ : (ଶିବ ପ୍ରସାଦ ସାହୁ): ପୋଲସରା ବ୍ଲକ ଅଧୀନ ଡ଼େଙ୍ଗାପଦର ଓ ବଉଦିଆପଲି ଠାରେ ରାସ୍ତା ନିର୍ମାଣ ଲାଗି ରବିବାର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟ ଅତିଥିଭାବେ ଯୋଗଦେଇ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ପୂର୍ତ୍ତ ବିଭାଗ ର ମୁଖ୍ୟ ସଡ଼କ ଠାରୁ ଡ଼େଙ୍ଗାପଦର ରାସ୍ତାଟି ଦୀର୍ଘ ବର୍ଷ ଧରି ଶୋଚନୀୟ ହୋଇପଡ଼ିଥିଲା। ଉକ୍ତ ରାସ୍ତା ନେଇ ପଞ୍ଚାୟତ ଜନସାଧାରଣ ପ୍ରଶାସନ ଓ ମନ୍ତ୍ରୀଙ୍କ ନିକଟରେ ବହୁବାର ଅଭିଯୋଗ କରିଆସୁଥୁଲେ। ତାହା ଆଜି ସାକାର ହୋଇଛି। ଉକ୍ତ ରାସ୍ତାକୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନ ଗ୍ରାମ୍ୟ ଉନ୍ନୟନ ରାସ୍ତା ର ଉର୍ନ୍ନତି କରଣ ଯୋଜନାରେ ପୂର୍ତ୍ତ ବିଭାଗ ଠାରୁ ଡେଙ୍ଗା ପଦର ପର୍ଯ୍ୟନ୍ତ ୩କୋଟି ୫୫ ଲକ୍ଷ ଟଙ୍କାରେ ନିର୍ମାଣ କରାଯିବାକୁ ଥିବା ବେଳେ କଣଛାଇ ଠାରୁ ଷୋହଳ ମାଇଲି ପର୍ଯ୍ୟନ୍ତ ୨ କୋଟି ୨୪ ଲକ୍ଷ ଟଙ୍କା ବ୍ୟୟରେ ରାସ୍ତାର ଉର୍ନ୍ନତି କରଣ କରାଯିବାର ବ୍ୟବସ୍ଥା ରହିଛି ବୋଲି ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ ସୂଚନା ଦେଇଥିଲେ। ପ୍ରମୁଖ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ରେ ଗ୍ରାମ୍ୟ ଉନ୍ନୟନ ବିଭାଗ ର ସହକାରୀ ଯନ୍ତ୍ରୀ ସିମାଞ୍ଚଳ ପାତ୍ର,ସମାଜସେବୀ ପ୍ରଭାକର ପଣ୍ଡା,ମଥୁରା ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ଜେନା, ରଘୁନାଥ ପଣ୍ଡା, ବୁଲୁ ପାତ୍ର,ମନୋଜ କୁମାର ଖଟୁଆ, ସମାଜସେବୀ ତଥା ଠିକାଦାର ଧରଣୀଧର ପଣ୍ଡା ସମେତ ସ୍ଥାନୀୟ ସରପଞ୍ଚ ଓ ଜନପ୍ରତିନିଧି ମାନେ ଉପସ୍ଥିତ ଥିଲେ

