ଫୁଲବାଣୀ,୮/୦୮(ସୁନୀଲ ପଟ୍ଟନାୟକ):ବ୍ରାଉନ ସୂଗର ମାମଲାରେ ପୋଲିସ ପୁଣି ୨ଜଣଙ୍କୁ ଗିରଫ କରିଛି l ସେମାନଙ୍କ ନିକଟରୁ ୫.୨ଗ୍ରାମ ବ୍ରାଉନ ସୁଗର ସହ୍ ଫ୨୨କିଲୋ ଗଞ୍ଜେଇ ମଧ୍ଯ ଜବତ କରିଛି l ଫଳରେ ବ୍ରାଉନ ସୁଗର ମାମଲାରେ ଗିରଫ ସଂଖ୍ୟା ୧୯କୁ ବୃଦ୍ଧି ପାଇଥିବା ପୋଲିସ କହିଛି l ଗିରଫ ଦୁଇ ଜଣ ହେଲେ ଖଜୁରିପଡା ଥାନା ତିଳକ ପଡା ର ସୁରଜ ଦିଗାଲ ଓ ଫୁଲବାଣୀ ଟାଉନ ଥାନା ଅନ୍ତର୍ଗତ ଫୁଲବାଣୀ ସାହି ର ସୁଶାନ୍ତ ନାୟକ l ସୂଚନା ଯୋଗ୍ୟ ଯେ, ସ୍କୁଟି ରେ ଗଞ୍ଜେଇ ଚୋରl ଚାଲାଣ ହେଉଥିବା ନେଇ କୌଣସି ସୂତ୍ରରୁ ଖବର ପାଇସଦର ପୋଲିସ ଚଢାଉ କରି ଯାଞ୍ଚ କରିବା ବେଳେ୨୨କିଲୋ ଗଞ୍ଜେଇ ଓ ବ୍ରାଉନ ସୂଗର ଜବତ କରିଥିଲା l ପୋଲିସ ମାମଲା ରୁଜୁ କରି ଦୁଇ ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଏସପି ରମେନ୍ଦ୍ରପ୍ରସାଦ କହିଛନ୍ତି l ଫଳରେ ବ୍ରାଉନ ସୁଗର ମାମଲାରେ ଗିରଫ ସଂଖ୍ୟା୧୯କୁ ବୃଦ୍ଧି ପାଇ ଥିବା ଏସପି ରମେନ୍ଦ୍ରପ୍ରସାଦ କହିଛନ୍ତି l ଜିଲାରେ ଗଞ୍ଜେଇ ଚାଷ, ଚୋରା ଚାଲାଣ ଓ ଡ୍ରଗସ କାରବାର କୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିବା ପାଇଁ ଉଦ୍ୟମ କରାଯାଉଥିବା ଏସପି କହିଛନ୍ତି l ଏସପି ରମେନ୍ଦ୍ରପ୍ରସାଦ ଙ୍କ ନିଷ୍ଠାପର ଉଦ୍ୟମ ଆନ୍ତରିକତା ଓ କାର୍ଯ୍ୟ ଦକ୍ଷତା ଯୋଗୁଁ ଡ୍ରଗସ କାରବାର କମିଥିବା ଦେଖିବାକୁ ମିଳିଛି l

