ଫୁଲବାଣୀ,୦୪/୦୮(ସୁନୀଲ ପଟ୍ଟନାୟକ):କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ୍ ଅନ୍ତର୍ଗତ ସିର୍ତିଗୁଡ଼l ପଂଚାୟତ ର ଗୁଞ୍ଜିଗାଁ ର ଜଣେ ଦାଦନ ମହିଳା ଶ୍ରମିକ ର ସୁଦୂର ତାମିଲନାଡୁ ରେ ମୃତ୍ୟୁ ଘଟିଛି l ମୃତକ ମହିଳା ଜଣଙ୍କ ଗୁଞ୍ଜିଗା ର କୁଶ ପ୍ରଧାନ ଙ୍କ ଝିଅ କସ୍ତୁରୀ ପ୍ରଧାନ ( ୩୦)l କସ୍ତୁରୀ ଗ୍ରାମରେ କାମ ଧନ୍ଦା ଅଭାବରୁ ରୋଜଗାର ପାଇଁ ସୁଦୂର ତାମିଲ ନାଡୁ ର କୋଏମ୍ବlଟୁ ର ର ଅନୁର ରେ ଥିବା ସି ଏମ ସି ସୂତାକଳ ରେ କାର୍ଯ୍ୟ କରୁଥିଲେ l ତେବେ କସ୍ତୁରୀ ର ମୃତ୍ୟୁ ହୋଇଥିବା ନେଇ କମ୍ପାନୀପକ୍ଷରୁ ତାପସ ମୁଖୀ ଓ ଶୁଭମ୍ ଅମlୟତ୍ ପରିବାର ଲୋକ ଙ୍କୁ ଖବର ଦେଇଥିଲେ l ତେବେ ଶବ ବିମାନ ରେ ଭୁବନେଶ୍ୱର କୁ ଆଣିବା ପାଇଁ ୫୦/୬୦ହଜାର ପଡ଼ିବ କହିଥିଲେ l ବାପା ମା ଗରିବ ହୋଇଥିବାରୁ ଏତେ ଟଙ୍କା ଯୋଗାଡ କେଉଁଠୁ କରିବେ ବୋଲି କହିଛନ୍ତି l ପ୍ରଶାସନ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ପରିବାର ଲୋକେ ଅନୁରୋଧ କରିଛନ୍ତି l ପରିବାର ଲୋକେ ବିଜେପି ସଭାପତି ପଣ୍ଡିତ ବିଶୀ ମାଝୀ ଙ୍କୁ ଅନୁରୋଧ କରିବା ପରେ ସେ ଜିଲ୍ଲା ପାଳ ଙ୍କ ସହ ଆଲୋଚନା କରି ଶବ ଆଣିବା ପାଇଁ ବ୍ୟବସ୍ଥା କରୁଥିବା ଜଣା ପଡ଼ିଛି l ପ୍ରଶାସନ ପକ୍ଷରୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଦାବୀ ହେଉଛି l

