ଭୁବନେଶ୍ୱର,୪।୮(ଡ.କୁମୁଦ ଚନ୍ଦ୍ର ବେହେରା):ସ୍ଵତନ୍ତ୍ର ଟ୍ରେନ୍ ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଯାତ୍ରା । ଭୁବନେଶ୍ୱରରୁ ଟ୍ରେନ୍ ଯାତ୍ରା ଆରମ୍ଭ କଲେ ରାଷ୍ଟ୍ରପତି । ସ୍ଵତନ୍ତ୍ର ଟ୍ରେନରେ ଭୁବନେଶ୍ୱରରୁ ବ୍ରହ୍ମପୁର ଗସ୍ତ ଆରମ୍ଭ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତିନି ଦିନିଆ ଓଡ଼ିଶା ଗସ୍ତର ଦ୍ଵିତୀୟ ପର୍ଯ୍ୟାୟରେ ସେ ଗଞ୍ଜାମ ଜିଲ୍ଲାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ରାଷ୍ଟ୍ରପତିଙ୍କ ଟ୍ରେନ୍ ଯାତ୍ରାକୁ ନେଇ ପୂର୍ବତଟ ରେଲୱାଇ, ରେଲ ସୁରକ୍ଷା ବଲ, GRP, ରାଜ୍ୟ ପୁଲିସ ଏବଂ SPG ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

