ଖୋର୍ଦ୍ଧା,୨୩/୭(କେଦାର ନାଥ ସାହୁ):ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ମୁତାବକ ଉତ୍ତମ ପରିଚାଳନା ,ଶିକ୍ଷକ ଅଭିଭାବକ ମଧ୍ୟରେ ଉତ୍ତମ ସମନ୍ଵୟ ରକ୍ଷା କରିବା,ଉଚ୍ଚ ମାନର ଶିକ୍ଷାଦାନ ଏବଂ ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକାକୁ ସଠିକ ଅନୁପାଳନ ଲକ୍ଷ୍ୟରେ ସମଗ୍ର ରାଜ୍ୟରେ ସରକାରଙ୍କ ଅଧିନରେ ଥିବା ସହକାରୀ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ପରିଚାଳନା କମିଟି ଗଠନ କରାଯାଉଛି।ଏହି ପରିପ୍ରେକ୍ଷିରେ ଖୋର୍ଦ୍ଧା ଜିଲ୍ଲା ଶିକ୍ଷଧିକାରୀଙ୍କ ଅଧୀନ ଗଡ ହଳଦିଆ ପଞ୍ଚାୟତ ଅନ୍ତର୍ଗତ ଦଣ୍ଡେଇ ଶବର ସାହି ସରକାରୀ ପ୍ରାଥମିକ ବିଦ୍ୟାଳୟର ପରିଚାଳନା କମିଟି ଆନୁଷ୍ଠାନିକ ଭାବେ ଗଠନ କରାଯାଉଛି।ଚଳିତ ମାସ ୨୨ ତାରିଖ ଦିନ ନିକଟସ୍ଥ ବଘେଇ ଟାଙ୍ଗି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅଶୋକ ଦାସ ଏବଂ ମୋ ସ୍କୁଲ ସଭାପତି ସନ୍ତୋଷ ସ୍ୱାଇଁଙ୍କ ଉପସ୍ଥିତିରେ ଦଣ୍ଡେଇ ଶବର ସାହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ବେହେରାଙ୍କ ପରିଚାଳନାରେ ଶିକ୍ଷକ ଶିକ୍ଷୟତ୍ରୀ ,ଅଧ୍ୟୟନରତ ଛାତ୍ର ଛାତ୍ରୀଙ୍କୁ ଅଭିଭାବକ ସ୍ଥାନୀୟ ବୁଦ୍ଧିଜୀବୀ,ଲୋକ ପ୍ରତିନିଧିଙ୍କୁ ନେଇ ଏକ ସାଧାରଣ ବୈଠକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା। ଶ୍ରୀମତୀ ରିନା ନାୟକ ସଭାପତି ଏବଂ ଶ୍ରୀମତୀ ଲକ୍ଷ୍ମୀ ସେଠୀ ଉପସଭାପତି ଭାବେ ନିର୍ଦ୍ଵନ୍ଦରେ ମନୋନିତ ହୋଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଗୋକୁଳ ଜେନା,ସୁଜାତା ପରିଡ଼ା ,ନୟନା ସ୍ୱାଇଁ,ସଞ୍ଜୟ କୁମାର ନାୟକ,ବୃନ୍ଦାବନ ନାୟକ,ରିନା ସ୍ୱାଇଁ,ମମତା ସ୍ୱାଇଁ, ପ୍ରସନ୍ନ କୁମାର ସାମଲ,ନଟବର ବେହେରା ପ୍ରମୁଖ ଛାତ୍ର ଛାତ୍ରୀଙ୍କୁ ପିତା ମାତା ସଭ୍ୟ ଭାବେ ମନୋନୀତ ହୋଇଛନ୍ତି। ୪ ନଂ ୱାର୍ଡ ସଭ୍ୟା ନିବାସୀ ସ୍ୱାଇଁ,ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ବେହେରା,ସହକାରୀ ଶିକ୍ଷୟତ୍ରୀ ଶ୍ରୀମତୀ ସତ୍ୟଭାମା ରଣା, ଅଙ୍ଗନୱାଡ଼ି କର୍ମୀ ମମିତା ମଞ୍ଜରୀ ସେଠି ପ୍ରମୁଖ ୨୦୨୬ ବର୍ଷ ପାଇଁ ପରିଚାଳନା କମିଟିର ସଦସ୍ୟ ରହିଛନ୍ତି।ପରିଶେଷରେ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ବେହେରା ସ୍ବାଗତ ଭାଷଣ ,ପରିଚୟ ପ୍ରଦାନ ଏବଂ ବୈଠକର ଆଭିମୁଖ୍ୟ ସମ୍ପର୍କରେ ବିସ୍ତୃତ ବିବରଣୀ ଉପସ୍ଥାପନା କରିଥିବା ବେଳେ ସହକାରୀ ଶିକ୍ଷୟତ୍ରୀ ଶ୍ରୀମତୀ ସତ୍ୟଭାମା ରଣା ଉପସ୍ଥିତ ଅବିଭାବକ ଏବଂ ଅତିଥି ମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ l

