ବୁଗୁଡ଼ା, ୨।୪(କୁମୁଦ ଚନ୍ଦ୍ର ବେହେରା):
ଗଞ୍ଜାମ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଶୁଭ କାଳିକା ଦଣ୍ଡଯାତ୍ରା ଆରମ୍ଭ ହୋଇଥିବା ବେଳେ ବୁଗୁଡ଼ା ସହରରେ ମଧ୍ୟ ଚୈତ୍ର ମଙ୍ଗଳବାର ଦିନ ଠାରୁ ମା କାଳୀଙ୍କ ଦଣ୍ଡଯାତ୍ରା ଆରମ୍ଭ ହୋଇ ଯାଇଛି। ଯାତ୍ରାର ପ୍ରଥମ ଦିନ ତଥା ଏକବାର ଦିନରେ ସକାଳୁ ମାନସିକ ଧାରୀ ଦଣ୍ଡୁଆ ମାନେ ଶୁଦ୍ଧପୂତ ହୋଇ ନୂତନ ବସ୍ତ୍ର ପରିଧାନ କରି ମା କାଳୀଙ୍କ ମନ୍ଦିରରେ ଉପସ୍ଥିତ ହୋଇଥିଲେ । ମା’ କାଳୀଙ୍କ ପାଖେ ପାରମ୍ପରିକ ରୀତି ନୀତିରେ ସମସ୍ତ ପୂଜା ମନ୍ତ୍ର ପାଠ କାର୍ଯ୍ୟକ୍ରମ ପ୍ରାତଃ କାଳରୁ ଆରମ୍ଭ ହୋଇଥିଲା । ପାରମ୍ପରିକ ବାଦ୍ୟ ବାଜଣା ସହ ଭକ୍ତମାନଙ୍କ ଦ୍ଵାରା ବିଭିନ୍ନ ଠାକୁରଙ୍କୁ ନିମନ୍ତ୍ରଣ କରାଯାଇ ଥିଲା । ଅପରାହ୍ନରେ ଭକ୍ତମାନଙ୍କ ଦ୍ଵାରା ଗୃହ କାଳୀଙ୍କୁ ନେଇ ବାଦ୍ୟ ବାଜଣା ସହ ସହର ପରିକ୍ରମା କରାଯାଇଥିଲା । ଏ ସମୟରେ ଲୋକେ ନିଜ ନିଜ ଘରର ଦ୍ଵାର ଦେଶରେ ପୂର୍ଣ୍ଣକୁମ୍ଭ ସହ ଧୂପ ଦୀପ ପୂଜା ଦ୍ରବ୍ୟ ବାଢି ଠାକୁରଙ୍କ ଆଶୀର୍ବାଦ କାମନା କରିଥିଲେ । ସନ୍ଧ୍ୟାରେ ମା କାଳୀଙ୍କ ନିକଟରେ ଆଳତୀ ସହ ପଇତାପକା ନୀତି, ଘୃତଯଜ୍ଞରେ ଅଗ୍ନି ସ୍ଥାପନ ପରେ ମା’ଙ୍କୁ ଆବାହନ କଲାପରେ ଅର୍କେଷ୍ଟ୍ରା, କାର୍ଯ୍ୟକ୍ରମ ପରିବେଷଣ ହୋଇ ଥିଲା। ପରେ ଭକ୍ତମାନେ ଅର୍ଦ୍ଧ ରାତ୍ରିରେ କେବଳ ପ୍ରସାଦ ପାଇବା ପରେ ଠାକୁରଙ୍କୁ ଧରି ମାନସିକ ଧାରୀଙ୍କ ବାସ ଭବନକୁ ଶୋଭାଯାତ୍ରାରେ ଗମନ କରିଥିଲେ। ଏ ସମୟରେ ଦଣ୍ଡୁଆ ମାନଙ୍କ କଳା ରୁଦ୍ର ମଣି କି ଭଜ ହେ ନାଦରେ ସହର ପ୍ରକମ୍ପିତ ହେବା ସହ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଥିଲା। ଭକ୍ତ ମାନେ ମାନସିକ ଧାରୀ ହୋଇ ଥିଲେ । ଏ ସମୟରେ ଭକ୍ତ ମାନଙ୍କ କଳା ରୁଦ୍ର ମଣାଣି ଭଳିହେ ନାଦରେ ସହର ପ୍ରକମ୍ପିତ ହେବା ସହ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି
ହୋଇଥିଲା। ଭକ୍ତ ମାନେ ମାନସିକ ଧାରୀଙ୍କ ବାସ ଭବନରେ ପହଞ୍ଚିବା ପରେ ସେଠାରେ ମା’କାଳୀଙ୍କ ପ୍ରଭା ନୃତ୍ୟ ପରେ ମା ମହାମାୟୀ ନାଟ୍ୟ ସଂଘ କଳାକାରମାନଙ୍କ ତରଫରୁ ଆଖିଏ ଲୁହକୁ ଛାତିଏ କୋହ ସାମାଜିକ ନାଟକ ମଞ୍ଚସ୍ଥ ହୋଇଥିଲା। ପ୍ରତିଦିନ ଧୂଳିଦଣ୍ଡ, ପାଣିଦଣ୍ଡ ଓ ଅଗ୍ନିଦଣ୍ଡ ସହ ଭକ୍ତ ଦଣ୍ଡଯାତ୍ରା ମେରୁ ସଂକ୍ରାନ୍ତି ଦିନ ଉଦଯାପିତ ହେବ ବୋଲି ଜଣାଯାଇଛି।

