ଖଜୁରୀପଡ଼ା,୬।୮(ମନୋଜ କୁମାର ବେହେରା):କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ଦୁତିମେଣ୍ଡି ସମ୍ବରଡେଙ୍ଗା ଅଞ୍ଚଳରେ ଏକ ବାଇକ୍ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।ଦୁର୍ଘଟଣାରେ ବାଇକ୍ ଚାଳକଙ୍କ ମୁହଁ ଓ ହାତରେ ଆଘାତ ଲାଗିଥିବା ଜଣାପଡ଼ିଛି। ଦୁର୍ଘଟଣା ଖବର ପାଇ ଖଜୁରୀପଡ଼ା ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲା।ପରେ ଆହତଙ୍କୁ ଚିକିତ୍ସା ପାଇଁ ଖଜୁରୀପଡ଼ା ମେଡିକାଲକୁ ଆଣି ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।ଏନେଇ ଖଜୁରୀପଡ଼ା ଦମକଳ କେନ୍ଦ୍ର ଅଧିକାରୀ ପ୍ରଦୀପ୍ତ ବେହେରାଙ୍କ ସୂଚନାରୁ ଜଣାପଡ଼ିଛି।

