ଫୁଲବାଣୀ,୨୫/୦୪:(ସୁନୀଲ ପଟ୍ଟନାୟକ): ଦଳୀୟ ଶୃଙ୍ଖଳା ଭଙ୍ଗ କରିବା, ଦଳ ବିରୋଧୀ କାର୍ଯ୍ୟ, ସୋସିଆଲ ମିଡିଆରେ ଦଳ ବିରୋଧୀ ମନ୍ତବ୍ୟ ଦେବା, ଦଳ ପ୍ରତି ଆନୁଗତ୍ୟ ନ ରହିବା, ନିକଟ ରେ ଗଠିତ ଏକ ନୂତନ ଦଳରେ ଯୋଗ ଦେଇ ଅନ୍ୟ କୁ ପ୍ରବର୍ତ୍ତାଇବା ଆଦି ବିଭିନ୍ନ ଦୃଷ୍ଟାନ୍ତ ମୁଳକ ଅଭିଯୋଗ ଆସିବା ପରେ ଜିଲ୍ଲା କଂଗ୍ରେସ୍ ସଭାପତି ତଥା ବରିଷ୍ଠ ଆଇନଜୀବି ଚଂଦ୍ର ଶେଖର ପରିଡ଼ା ଜିଲ୍ଲାର ଦାରିଂବାଡ଼ି ଓ ରାଇକିଆ ବ୍ଲକ୍ ଅଂଚଳ ର ୧୭ଜଣ କଂଗ୍ରେସ କର୍ମୀ ଓ ନେତା ଙ୍କୁ ଦଳରୁ୬ବର୍ଷ ପାଇଁ ନିଲମ୍ବିତ କରିଛନ୍ତି l ଜିଲ୍ଲା ସଭାପତି ପରିଡ଼ା ରାଜ୍ୟ କଂଗ୍ରେସ୍ ସଭାପତି ଭକ୍ତ ଚରଣ ଦାସ ଙ୍କ ସହ ଏ ନେଇ ଆଲୋଚନା କରିବା ପରେ ଏହି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ନେଇ ସାମ୍ବାଦିକ ଙ୍କୁ ସୁଚନା ଦେଇଛନ୍ତି l ଦଳରୁ ନିଲମ୍ବିତ ହୋଇଥିବା ସଦସ୍ୟ ମାନେ ହେଲେ ଦାରିଂବାଡ଼ିର ପ୍ରଭଞ୍ଜନ ନାୟକ, ତିଆଡି ନାୟକ, ସୋନ୍ତସ ପ୍ରଧାନ, ସୁରେନ୍ଦ୍ର ସାହୁ, ଶରତ ଚନ୍ଦ୍ର ପ୍ରଧାନ, ପ୍ରଦୀପ ମଲିକ, ପିତର ଦିଗାଲ, ବାପୁଜୀ ଦିଗାଲ, ମେନକା ପ୍ରଧାନ, ରଞ୍ଜନ ସିଂହ, ନାଗେଶ୍ଵର ପ୍ରଧାନ, ହୋଇଥିବା ବେଳେ ରାଇକିଆ ବ୍ଲକ୍ ର ପ୍ରକାଶ ଚଂଦ୍ର ପ୍ରଧାନ, ବିରେନ୍ଦ୍ର ପ୍ରଧାନ, ବିପିନ ଦଳବେହେରା, ବିଜୟ ସlହୁ, ବୁଦ୍ଧଦେବ ମଲିକ ଓ ଆଲିୟl ଦିଗାଲ ବୋଲି କହିଛନ୍ତି ଜିଲ୍ଲା କଂଗ୍ରେସ୍ ସଭାପତି ଚଂଦ୍ର ଶେଖର ପରିଡ଼ା l ଜିଲ୍ଲା ସଭାପତି ପରିଡ଼ା ଙ୍କ ବଳିଷ୍ଠ ନେତୃତ୍ବରେ ଦଳ ପୂର୍ବାପେକ୍ଷା ଅଧିକ ଶକ୍ତିଶାଳୀ, ସୁଦୃଢ଼ ହେଉଥିବା ବେଳେ ହାତ ଗଣତି କିଛି ନେତା ଓ କର୍ମୀ ଅସହ୍ୟ ହୋଇ କଂଗ୍ରେସ୍ କୁ ଓ ଜିଲ୍ଲା ସଭାପତି ପରିଡ଼ା ଙ୍କ ମନୋବଳ କୁ ଦୁର୍ବଳ କରିବା କୁ ହିନ ଚକ୍ରାନ୍ତ କରୁଥିବା ଦେଖାଯାଉଛି l ଆଗକୁ ଯେ କେହିବି କଂଗ୍ରେସ୍ କୁ ବଦନାମ କରିବା ପାଇଁ ଉଦ୍ୟମ କରିବ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲା ସଭାପତିପରିଡ଼ା ଚେତା ବନି ଦେଇଛନ୍ତି l ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ରଜତ ମହାନ୍ତି, ଉପସ୍ଥିତ ଥିଲେ l

