ପୁରୁଷୋତ୍ତମପୁର,୨୫/୦୪:(ଶୁଭଙ୍କରୀ ଦାସ):ଆଜି ପ୍ରଥମେ ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁରବ୍ଳକ ପାଣ୍ଡିଆ ପଞ୍ଚାୟତ ରେ ରହିଥିବା ପର୍ଯ୍ୟଟନ ସ୍ଥଳୀ ଜଉଗଡ଼ ବୁଲି ଦେଖିଥିଲେ ପର୍ଯ୍ୟଟନ ସଚିବ । ସେଠାରେ କିଭଳି ବିକାଶ ହୋଇପାରିବ ସେ ନେଇ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ । ଏହାପରେ ସେଠାରୁ ବାହାରି ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ତାରାତାରିଣୀଙ୍କ ପୀଠରେ ପହଞ୍ଚିଥିଲେ ସଚିବ ବଲବନ୍ତ ସିଂ । ପ୍ରଥମେ ମାଙ୍କୁ ପୂଜାର୍ଚ୍ଚନା କରିବା ପରେ ମନ୍ଦିରର ଚତୁଃପାର୍ଶ୍ୱ ବୁଲି ଦେଖିଥିଲେ । ବର୍ତ୍ତମାନ ମନ୍ଦିରର ଉନ୍ନତିମୂଳକ କାର୍ଯ୍ୟ ଜାରି ରହିଥିବା ବେଳେ ମନ୍ଦିରର ପାଦଦେଶରେ ହେଲିପୋର୍ଟ କରିବା ପାଇଁ ଯୋଜନା ରହିଥିବା ଯୋଗୁଁ ସେ ନେଇ ମଧ୍ୟ ଅନୁଧ୍ୟାନ କରିଥିଲେ । ଏହାସହ ତାରାତାରିଣୀରେ କିଭଳି ହୋଟେଲ ଶିଳ୍ପ ବୃଦ୍ଧି ହୋଈ ପାରିବ, ସେ ନେଇ ମଧ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯିବା ନେଇ ଆଲୋଚନା ହୋଇଥିଲା । ଏହି ଅବସର ରେ ଗଞ୍ଜାମ ଜିଲ୍ଲାପାଳ ଭି.କୀର୍ତ୍ତୀ ଭାସନ, ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର, ଛତ୍ରପୁର ଉପ ଜିଲ୍ଲାପାଳ ଶୁଭାଶିଷ ବରାଳ, ପୁରୁଷୋତ୍ତମପୁର ତହସିଲଦାର ବିନୋଦ ବେହେରା , ବିଡ଼ିଓ ଶରତ କୁମାର ବେହେରା,ସେବାୟତ ଓ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ, ।

