ଖଜୁରୀପଡ଼ା:୨୫।୧୦(ମନୋଜ କୁମାର ବେହେରା):ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଦୁତୀମେଣ୍ଡୀ ବନ୍ଦକନ ଗୁଡ଼ି ରେ ମାଁ ବ୍ରାହ୍ମଣୀ ଦେବୀ ଙ୍କ ପୂଜା ରୀତିନୀତି ଅନୁଯାୟୀ ବହୁ ଆଡ଼ମ୍ବର ରେ ସମାପନ ହୋଇଛି। ଏହି ବନ୍ଧକନ ଯାତ୍ରା ଆଦିମ କାଳରୁ ଆଦିବାସୀ ରୀତିନୀତି ଅନୁଯାୟୀ ଆଶ୍ୱିନ ମାସ ଶୁକ୍ଳ ପକ୍ଷ ଦ୍ୱାଦଶ ତିଥି ରେ ପ୍ରତିବର୍ଷ ପୂଜାଅର୍ଚନା ହୋଇଥାଏ। ବ୍ରାହ୍ମଣୀଦେବୀଙ୍କ ଯାତ୍ରାରେ ବହୁ ଦୂରଦୂରାନ୍ତରୁ ଭକ୍ତ ସାମିଲ ହୋଇଥିଲେ। ଏହି ଅବସର ରେ ବହୁ ପଟୁଆର ରେ ପୁଜା ନିମନ୍ତେ ଦେହୁରି ଙ୍କ ଆଗମନ ହୋଇଥିବା ବେଳେ,ସାଂସ୍କୃତିକ କାର୍ଯ୍ୟକ୍ରମ ପିପଲପଡ଼ା ମହାନ ପୌରାଣିକ ନାଟକ ‘ଧୃବ ତପସ୍ୟା’ ଓ ‘ମଧୁ କୈଠଭ ବଧ’ ନାଟକ ଦର୍ଶକ ମାନଙ୍କ ମନମୁଗ୍ଧ କରିଥିଲା। ମାଁ ଏହି ପାରମ୍ପରିକ ଉତ୍ସଵ ରେ ମୂଖ୍ୟ ଅତିଥି ଭାବେ ଫୁଲବାଣୀ ବିଧାୟକ ଶ୍ରୀ ଉମାଚରଣ ମଲ୍ଲିକ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ବିଜେପି ସଭାପତି ପଣ୍ଡିତ୍ ବିଶି ମାଝୀ, ଜିଲ୍ଲା ପରିଷଦ ସଭ୍ୟା ଖଜୁରୀପଡ଼ା ଜୋନ୍ ୪ ଶ୍ରୀମତି ଉର୍ବଶି ଦିଗାଲ, ବିଧାୟକ ପ୍ରତିନିଧି ଶ୍ରୀ ଅନନ୍ତ ଦିଗାଲ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ଆଦିତ୍ୟ କହଁର, ଖଜୁରୀପଡ଼ା ଏ.ସି ମୋର୍ଚ୍ଚା ସଭାପତି ଶ୍ରୀ ବିଜୟ ବିଜୟ ସେଠୀ ପ୍ରମୁଖ ଯୋଗଦେଇଥିଲେ। ମଞ୍ଚ ପରିଚାଳନା ଶିକ୍ଷକ ଶ୍ରୀ ରୋହିତ୍ କୁମାର ସେଠୀ କରିଥିବା ବେଳେ ମାଁ ବ୍ରାହ୍ମଣୀ ଦେବୀ ଯାତ୍ରା ପରିଚାଳନା କମିଟି ସଭାପତି ଶ୍ରୀ ଚତୁର୍ଭୁଜ ମଲ୍ଲିକ,ସଂପାଦକ ସମୀର ପ୍ରସାଦ ଝାଙ୍କର, ମ୍ୟାନେଜର ଲମ୍ବୋଦର ମାଝି, ଉତ୍କଳମଣି ଯୁବକ ସଙ୍ଘ ଉପ ସଭାପତି ଶ୍ରୀ ବିରଞ୍ଚି ମୂଖୀ, ଯୁବକ ସଙ୍ଘ ସଂପାଦକ ତାପସ ଦଣ୍ଡିଆ, ମାଁ ଦୁର୍ଗା ଦେବୀ ପୂଜା କମିଟି ସଂପାଦକ ଅଜୟ ସେଠୀ,ଦେବରାଜ ମୁଖୀ, ୱାର୍ଡ ମେମ୍ବର ଅଜୟ ବିଷୋୟୀ,ବିଜୟ ଦେହୁରୀ, ସାଗର ପ୍ରସାଦ ସାହୁ , ସଡମୁଠା ସଭାପତି ଶ୍ରୀ ଭାଗିରଥୀ କହଁର, ଉପଦେଷ୍ଟା ଶ୍ରୀ ନିତ୍ୟାନନ୍ଦ ଯାନି ବାବା ସୋମନାଥ ଯୁବକ ସଙ୍ଘ ସଂମ୍ପାଦକ ମନୋଜ୍ ସେଠୀ, ଗଣମାଧ୍ୟମ ପ୍ରତିନିଧି ଶ୍ରୀ ଅଚ୍ୟୁତ କୁମାର ଯାନି, ମନୋଜ୍ କୁମାର ବେହେରା ଏବଂ ଗ୍ରାମ ର ବହୁ ଯୁବକ, ଯୁବତୀ ଏସ୍.ଏଚ୍.ଜି ଗ୍ରୁପ୍ ମା , ଗ୍ରାମବାସୀ ପ୍ରମୁଖ ଉପସ୍ଥିତ ରହି ସହୋଜୋଗ କରିଥିଲେ।

