ବୁଗୁଡ଼ା,୧୮/୦୫,(କୁମୁଦ ଚନ୍ଦ୍ର ବେହେରା):ଦିର୍ଘ ଦିନ ଧରି ବୁଗୁଡ଼ା ଥାନା ଅନ୍ତର୍ଗତ ଷୋଳ ମାଇଲ ଗ୍ରାମର ବାସିନ୍ଦା ଶରତ କୁମାର ନାୟକ ପରିବାର ପ୍ରତିପୋଷଣ କରିବା ପାଇଁ ଟ୍ରକ ଡ୍ରାଇଭର ଭାବେ ପାରାଦ୍ୱୀପ ରେ ଏକ ପ୍ରାଇଭେଟ୍ ସଂସ୍ଥାର ଗାଡ଼ି ମାଲିକଙ୍କ OD05R 0463 ଗାଡ଼ି ଚାଳକ ଭାବେ କାର୍ଯ୍ୟରତ ଥିଲେ। ଗାଡ଼ିରେ ଥିବା ଜିନିଷ ପତ୍ର ପୋର୍ଟ ଭିତରେ ଢାଳିବା ସମୟରେ ଦୁର୍ଘଟଣା ଗ୍ରସ୍ତ ହୋଇ ମୃତ୍ୟୁବରଣ କରିଛନ୍ତି। ଦୁର୍ଘଟଣା ପରେ ଉକ୍ତ ଗାଡ଼ି ମାଲିକ ପୋର୍ଟର ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ମେଡିକାଲ ନେଇ ସେ ସେଠାରେ ଶରତଙ୍କୁ ମୃତ୍ୟୁ ସହିତ ସଂଘର୍ଷ କରୁଥିବା ଅବସ୍ଥାରେ ଛାଡି ଘର ଲୋକଙ୍କୁ ଖବର ଦେଇ ଚାଲି ଯାଇଥିଲେ । ଏହାକୁ ନେଇ ଅତ୍ୟନ୍ତ ଦୁଃଖର କଥା ଟ୍ରକ ମାଲିକ ଙ୍କ ଭୂମିକା ସନ୍ଦେହଜନକ । ଏହି ଖବର ଜାଣିବା ପରେ ତାଙ୍କର ଜଣେ ସାଙ୍ଗ ପାରାଦ୍ବୀପ ସରକାରୀ ଡାକ୍ତରଖାନାରେ ପହଞ୍ଚି ତାଙ୍କ ଅବସ୍ଥା ଦେଖି ଉତ୍ତମ ଚିକିତ୍ସା କରିବା ପାଇଁ କଟକ ବଡ଼ ମେଡିକାଲକୁ ନେବା ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। କଟକ ମେଡିକାଲରେ ପରିବାର ଲୋକେ ପହଞ୍ଚିଥିଲେ । ଶବ ବ୍ୟବଚ୍ଛେଦ ପରେ ସେଠାରୁ ଆମ୍ବୁଲାନ୍ସ ଯୋଗେ ଶରତଙ୍କ ମରଶରୀର ଗତକାଲି ଗ୍ରାମର ପହଞ୍ଚି ସ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା।ଶରତ ଚାରି ଝିଅର ଜନକ ହେବା ବେଳେ ତାଙ୍କର ଅନ୍ତ ପରେ ସ୍ତ୍ରୀ ସୂର୍ଯ୍ୟମଣି ନାୟକ ବଡ଼ ଝିଅ ମଧୁସ୍ମିତା, ଦୁଇ ମଝିଆ ଝିଅ ଶୁଭସ୍ମିତା, ସୁଚିସ୍ମିତା ଓ ସାନ ଝିଅ ବର୍ଷା ନାୟକ ଦୁଃଖରେ ଭାଙ୍ଗି ପଡିଥିବା ବେଳେ ରୋଜଗାରିଆ ବାପାଙ୍କୁ ହରାଇ ଏବେ ବଞ୍ଚିବାର ରାହା ଖୋଜୁଛନ୍ତି। ଏହି ଘଟଣାକୁ ନେଇ ପାରାଦୀପ ଆଦର୍ଶ ପୋଲିସ ଥାନାରେ ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲା।ଥାନା ପକ୍ଷରୁ ୧୩୬/୨୬ ରେ ମାମଲା ରୁଜୁ ହୋଇଛି।ଏଣୁ ପୋଲିସ ପ୍ରଶାସନ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଉକ୍ତ ମାଲିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଡ୍ରାଇଭର ଭାଇ ଙ୍କ ପରିବାର କୁ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବା ପାଇଁ ପରିବାର ଓ ଗ୍ରାମବାସୀ ପକ୍ଷରୁ ଦାବି କରାଯାଇଛି।

