ଫୁଲବାଣୀ,୨୭/୦୫,(ସୁନୀଲ ପଟ୍ଟନାୟକ):କନ୍ଧମାଳ ଜିଲ୍ଲା କୋଟଗଡ ବ୍ଲକ ଅନ୍ତର୍ଗତ ଧରାକୋଟ ପଂଚାୟତ ରେ ହୋଇଥିବା ମହା ଘୁଟାଲl ର ପ୍ରଶାସନିକ ତଦନ୍ତ ରେ ସହକାରୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ପାତ୍ର ଓ କନିଷ୍ଠ ଯନ୍ତ୍ରୀ ପ୍ରଫୁଲ୍ଲ କୁମାର ବେହେରା ଙ୍କ ସମ୍ପୃକ୍ତି ଥିବା ଜଣା ପଡିବା ପରେ ସେ ଦୁହିଁଙ୍କ ବିରୁଦ୍ଧରେ ଦୃଢ଼ ତଥା ଦୃଷ୍ଟାନ୍ତ ମୁଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲାପାଳ ରାଜ୍ୟ ସରକାର ଙ୍କୁ ସୁପାରିଶ କରିଛନ୍ତି l ଜିଲାପାଳ ଙ୍କ ସୁପାରିଶ ପ୍ରକାରେ ସରକାର ଅତି ଶିଘ୍ର କାର୍ଯାନୁଷ୍ଠାନ ଗ୍ରହଣ କରିବେ ବୋଲି ଜଣେ ପ୍ରଶାସନିକ ବରିଷ୍ଠ ଅଧିକାରୀ କହିଛନ୍ତି l ରାଜ୍ୟ ସରକାର ଙ୍କ ପଦକ୍ଷେପ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଥାନାରେ ଏତଲା ଦିଆଯିବ ବୋଲି ସେ ସୁଚନା ଦେଇଛନ୍ତି l ଏ ଦୁଇ ଯନ୍ତ୍ରୀ ବ୍ଲକ୍ ରେ ରହି ଆଉ କେଉଁ ପଂଚାୟତ ରେ କଣ ସବୁ ଘୁଟାଲl କରିଛନ୍ତି ତାର ମଧ୍ଯ ତଦନ୍ତ କରାଯିବ ବୋଲି ସେ କହିଛନ୍ତି l ସେହିପରି ତଦନ୍ତ ବେଳେ ସାମ୍ନା କୁ ଆସିଥିବା ୩୮ଲକ୍ଷ ଟଂକା ତୁରନ୍ତ ଫେରାଇବା ପାଇଁ ନିର୍ଦେଶ ରହିଛି l ମ ନରେଗା ଯୋଜନା ରେ କାମ ନ କରି ମିଥ୍ୟା ବିଲ କରି ୩୮ଲକ୍ଷ ଟଂକା ଆତ୍ମସାତ ଅଭିଯୋଗ ହୋଇଛି l ଏହି ଘଟଣାରେ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୂ ତ ନୟନ ମହାକୁଡ ଓ ଏ ଡି ଓ କଂlଶୀ ରାମ ଦିଗାଲ ଙ୍କୁ ସସ୍ପେଣ୍ଡ କରଯାଇଛି l

