ପୁରୁଷୋତ୍ତମପୁର,୨୩/୪: (ଶୁଭଙ୍କରୀ ଦାଶ):ପୁରୁଷୋତ୍ତମପୁର ରୁକ୍ମଣୀ ନଗର ବାସିନ୍ଦା ମନୋରଞ୍ଜନ ପାଢ଼ୀଙ୍କର ପିତା ରିଟାଏଡ଼ ସରକାରୀ କର୍ମଚାରୀ ବୁଦ୍ଧିମନ୍ତ ପାଢ଼ୀ ଙ୍କ 83 ବର୍ଷ ରେ ଦେହାନ୍ତ ହୋଇଯାଇଛି |ସେ ଫୁଲ ବାଣୀ କଲେକ୍ଟର ଅଫିସ ରେ ମୁଖ୍ୟ କିରାଣୀ ରୂପେ କାମ କରି ଅବସର ନେଇଥିଲେ | ସେଜଣେ ସହୃଦୟ, ଓ ପରୋପକାରୀ, ନିଷ୍କପଟ, ବିଶ୍ୱାସୀ , ବ୍ୟକ୍ତି ଥିଲେ | ଚାକିରି କାଳ ସମୟରେ ମଧ୍ୟ ସବୁ ଅଫିସର ଙ୍କ ଠାରୁ ଆରମ୍ଭ କରି କର୍ମଚାରୀ ମାନଙ୍କ ସହିତ ତାଙ୍କର ବହୁତ ଭଲ ସମ୍ପର୍କ ରହିଥିଲା | ଆଜି ତାଙ୍କର ମୃତ୍ୟୁ ହୋଇଛି | ମୃତ୍ୟୁ ଶଯ୍ୟା ନିକଟରେ ପୁଅ, ବୋହୁ, ସ୍ତ୍ରୀ, ଝିଅ,ଜୋଇଁ, , ନାତି, ନାତୁଣୀ, ବନ୍ଧୁ, ବର୍ଗ, ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ | ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ପରେ ସମସ୍ତେ ତାଙ୍କ ବାସ ଭବନ ରେ ପହଞ୍ଚି ଶେଷ ଦର୍ଶନ କରିଥିଲେ | ସମସ୍ତେ ତାଙ୍କର ଅମର ଆତ୍ମାର ସଦଗତି ପ୍ରାପ୍ତି ପାଈଁ ଠାକୁର ଙ୍କ ପାଖେ ପାର୍ଥନା କରି ଥିଲେ |

