ଫୁଲବାଣୀ,୧୮/୪:(ସୁନୀଲ ପଟନାୟକ):କନ୍ଧମାଳ ଜିଲ୍ଲାର ସଦରମହକୁମା ଫୁଲବାଣୀ ଠାରେ ନାରୀ ଶକ୍ତି ବନ୍ଦନ ସମ୍ମିଳନୀ-୨୬ ଉପଲକ୍ଷେ ଏକ ବିଶାଳ ମହିଳା ପଦଯାତ୍ରା ଅନୁଷ୍ଠିତ ହୋଇ ଥିଲା। ଉକ୍ତ ପଦଯାତ୍ରା ପ୍ରାରମ୍ଭରେ ରାଜ୍ୟ ମହିଳା ମୋର୍ଚା ଉପ-ସଭାପତି, ଜିଲ୍ଲା ମହିଳା ମୋର୍ଚା ସଭାପତି, ଏସ॰ ଡି॰ ସି॰ ଉପ-ସଭାପତି କଲ୍ପନା କହଁର ଏବଂ ଦୁଇ ଜଣ ଜିଲ୍ଲାପରିଷଦ ସଭ୍ୟାଙ୍କ ଉପସ୍ଥିତିରେ ପ୍ରେସ ବିଜ୍ଞପ୍ତି ସଭାର ଆୟୋଜନ କରଯାଇଥିଲା। ଏହାର ମୁଖ୍ୟ ଉଦ୍ଦେଶ୍ୟ ଉପରେ ମହିଳା ମାନଙ୍କର ପଞ୍ଚାୟତ ସ୍ତରଠାରୁ ଲୋକସଭା ଯାଏଁ ତିରିଶି ପ୍ରତିଶତ ଭାଗୀଦାରୀ ରହିବା କଥା କହିଥିଲେ। ପ୍ରେସ ବିଞ୍ଜପ୍ତି ସଭା ପରେ ପରେ ମାନ୍ୟବର ଫୁଲବାଣୀ ବିଧାୟକ ଉମାଚାରଣ ମଲ୍ଲିକଙ୍କ ଦ୍ଵାରା ପ୍ରାୟ ୩ ହଜାରରୁ ଉର୍ଦ୍ଧ୍ୱ ମହିଳା ଏସ ଏଚ ଜି, ସଭ୍ୟା, ଲକ୍ଷପତି ଦିଦି, ଗୋଷ୍ଠୀ ସହାୟିକା ଦଳଙ୍କ ବିଶାଳ ପଦଯାତ୍ରାକୁ ପତାକା ଦେଖାଇ ଉଦ୍ଘାଟନ କରଯାଇଥିଲା। ଏଥିରେ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲାର ଗୋଷ୍ଟୀ ଉନ୍ନୟନ ଅଧିକାରୀ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ଓଡିଶା ଜୀବିକା ମିଶନର ଜିଲ୍ଲା ପ୍ରକଳ୍ପ ପ୍ରବନ୍ଧକ, ମିଶନ ଶକ୍ତିର ଜିଲ୍ଲା ପ୍ରକଳ୍ପ ସଂଯୋଜକ, ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ସମସ୍ତ ବ୍ଲକ ପ୍ରକଳ୍ପ ସଂଯୋଜକ, ସମସ୍ତ ବ୍ଲକ ପ୍ରକଳ୍ପ ପ୍ରବନ୍ଧକ ଆଦି ଯୋଗ ଦେଇଥିଲେ। ଏହି ପଦଯାତ୍ରାରେ ଭାରତର ପ୍ରଧାନମନ୍ତ୍ରୀଙ୍କ ଦେଶ ପାଇଁ ବିଭିନ୍ନ ସ୍ଲୋଗାନ ଯଥା-ଏବେ ନେତୃତ୍ଵ ନେବାର ସମୟ, ନାରୀ ଶକ୍ତି ବନ୍ଦନର ଉତ୍ତର ଦାୟିତ୍ଵ, ନାରିଙ୍କ ସମ୍ମାନ ଦେଶର ସ୍ଵାଭିମାନ, ସଶକ୍ତ ନାରୀ ସମର୍ଥ ରାଷ୍ଟ୍ର, ନାରୀ ଶକ୍ତିଙ୍କ ସାମର୍ଥ୍ୟ ବିକଶିତ ଭାରତର ପରିଚୟ, ପଞ୍ଚାୟତରୁ ପାଲ୍ୟାମେଣ୍ଟ ନିର୍ଣ୍ଣୟରେ ନାରୀ, ନୂଆଁ ଭାରତର ପ୍ରସ୍ତୁତି, ନାରୀ ଶକ୍ତିଙ୍କ ସମ୍ମାନ ଦେଶର ଉତଥାନ, ସଂସଦରୁ ବିଧାନସଭା ଯାଏଁ ବଢିବ ଭାଗୀଦାରୀ, ସଶକ୍ତ ହେବେ ଭାରତର ନାରୀ, ମହିଳାଙ୍କ ଅଧିକାର ଦେଶର ଆଧାର ଆଦି ନାରା ଦେଇ ନଗର ପରିକ୍ରମା କରିଥିଲା। ଏହି ପଦଯାତ୍ରା ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସର୍କିଟ ହାଉସଠାରୁ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କର କାର୍ଯ୍ୟାଳୟରେ ମାନ୍ୟବର ଫୁଲବାଣୀ ବିଧାୟକ ଏବଂ ଜିଲ୍ଲା ବିଜେପି ସଭାପତିଙ୍କ ଉପସ୍ଥିତିରେ ସମବେତ ମହିଳାଙ୍କୁ ସମ୍ବୋଧନ ଦେଇ ପଦଯାତ୍ରାକୁ ସାଙ୍ଗ କରଯାଇଥିଲା।

