ପୋଲସରା,୯/୫/(ଶିବ ପ୍ରସାଦ ସାହୁ):ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଶନିବାର ଚିକିତ୍ସା ଅଧିକାରୀ ସାୟଦ ଇକବଲ ହୁସେନ ଙ୍କ ତତ୍ୱାବଧାନ ରେ ନିରୀକ୍ଷଣ ସାଥି ଅଟୋ ଆମ୍ବୁଲାନ୍ସ ସେବା ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦଘାଟନ କରିବା ସହ ଏହି ଅଟୋ ଆମ୍ବୁଲାନ୍ସ ସେବା ଦୁର୍ଗମ ଆଦିବାସୀ ଅଞ୍ଚଳ ରେ ବେଶ ସହାୟକ ହେଵବୋଲି ମନ୍ତ୍ରୀ କହିଥିଲେ। ଏହି ଅଟୋ ଆମ୍ବୁଲାନ୍ସ ସେବା ଦୁର୍ଗମ ଅଞ୍ଚଳ ର ଗର୍ଭବତୀ ମହିଳା ଓ ଏକ ବର୍ଷର ଶିଶୁ ମାନଙ୍କ ସୁବିଧା ଲାଗି ମାଗଣା ସେବା ଯୋଗାଇବା ରେ ସହାୟକ ହେବ। ଯେଉଁ ଦୁର୍ଗମ ଅଞ୍ଚଳ କୁ ୧୦୮ଆମ୍ବୁଲାନ୍ସ ପହଂଚି ପାରୁନାହିଁ ସେଥି ନିରୀକ୍ଷଣ ସାଥି ଉପଲବ୍ଧ ହେବ। ଏଥି ସହିତ ୫ଜଣ ନବଜନ୍ମିତ ଶିଶୁଙ୍କ ଜନ୍ମ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଡାକ୍ତର ସୟଦ ଇକବଲ ହୁସେନ,ନାରାୟଣ ସ୍ୱାଇଁ ପୋଲସରା ଥାନାଧିକାରୀ କୌଶିକ ମାଝୀ ସମେତ ସମସ୍ତ ଡାକ୍ତର, ସ୍ୱାସ୍ଥ୍ୟ କର୍ମଚାରୀ, ପୋଲସରା ମଣ୍ଡଳ ସଭାପତି ରାମକୃଷ୍ଣ ପ୍ରଧାନ,ପ୍ରଶାନ୍ତ ପ୍ରଧାନ, କୃଷ୍ଣ ଚନ୍ଦ୍ର ଜେନା ପ୍ରଭାରୀ ପ୍ରଶ୍ନ ଡାକୁଆ, ନଗର ମହିଳା ସଭାନେତ୍ରୀ ଗାୟତ୍ରୀ ଜେନା ସମେତ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ.

