ନୂଆପଡ଼ା: ୧୪/୦୪, ନୂଆପଡା(ପରମେଶ୍ୱର ମେହେର):ଜିଲ୍ଲା ସିନାପାଲି ବ୍ଲକ ଗୋଡାଲ ଯିବା ରାସ୍ତା ଛକ, ଯାହା ଦିନକୁ ଦିନ ଜନସାଧାରଣଙ୍କ ପାଇଁ ଜୀବନଘାତୀ ସ୍ଥାନରେ ପରିଣତ ହେଉଛି, ସେଠାରେ ଯାତ୍ରୀମାନେ ଅସୁବିଧା ଓ ଭୟରେ ଦିନ କାଟୁଛନ୍ତି । ବିଶେଷକରି Biju Expressway କୁ ଲାଗିଥିବା ଏହି ଛକରେ ଯାତାଯ ଯାତାୟାତ ଚାପ ବଢ଼ିବା ସହ ଦୁର୍ଘଟଣାର ଆ ଆଶଙ୍କା ମଧ୍ୟ ବଢ଼ିଛି ।ସ୍ଥାନୀୟ ଲୋକମାନଙ୍କ କହିବା ଅନୁଯାୟୀ, ଗୋଜାଲ ରାସ୍ତା ଯିବା ଛକରେ କୌଣସି ସୁରକ୍ଷିତ ବସ ଷ୍ଟପ୍ ବ୍ୟବସ୍ଥା ନଥିବାରୁ ଯାତ୍ରୀମାନେ ରାସ୍ତା ପାଖରେ ଅପେକ୍ଷା କରିବାକୁ ବାଧ୍ୟ । ଏହା ଫଳରେ ବେପରୁଆ ଗତିରେ ଚାଲୁଥିବା ଯାନବାହନ ମଧ୍ୟରେ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି । ବିଶେଷ କରି ସକାଳ ଓ ସନ୍ଧ୍ୟା ବେଳେ ଏହି ସମସ୍ୟା ଅଧିକ ଗୁରୁତର ରୂପ ନେଉଛି । ଏହା ସହିତ, ଏକ୍ସପ୍ରେସୱେ ପା ପାଖରେ ଅବସ୍ଥିତ ମଦଭାଟି (ମଦ ଦୋକାନ) ଏହି ସମସ୍ୟାକୁ ଆହୁରି ଜଟିଳ କରିଛି। ମଦ ସେବନ କରି ଲୋକମାନେ ରା ରାସ୍ତାରେ ଅନିୟକ୍ଷିତ ଭାବେ ଚଳାଚଳ କରୁଥିବାରୁ ଯାତ୍ରୀ ଓ ଚାଳକ ଦୁହେଁ ପାଇଁ ଏହା ଏକ ବଡ଼ ବିପଦ ସୃଷ୍ଟି କରୁଛି । । ସ୍ଥାନୀୟ ବାସିନ୍ଦାମାନେ ଏହି ମଦଭାଟିକୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ଦାବି କରୁଛନ୍ତି। ଏପରି ସ୍ଥିତିରେ, ଯୁଗେ ପୁଗେନ ପଦରରେ ନୂତନ ବସ ଷ୍ଟାଣ୍ଡ ନିର୍ମାଣ ହୋଇଥିଲେ ମଧ୍ୟ, ସେହି ବସ ଷ୍ଟାଣ୍ଡ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନାହିଁ। କୋଟି କୋଟି ଟଙ୍କା ଖର୍ଚ୍ଚ କରି ତିଆରି ହୋଇଥିବା ଏହି ପ୍ରକଳ୍ପ ଅବ୍ୟବହୃତ ଅବସ୍ଥାରେ ପଢ଼ିରହିଛି, ଯାହା ନେଇ ସାଧାରଣ ଲୋକଙ୍କ ମନରେ ଅସନ୍ତୋଷ ବଢ଼ୁଛି। ସ୍ଥାନୀୟ ଜନସାଧାରଣଙ୍କ ପ୍ରଶ୍ନ ଯେତେବେଳେ ନୂତନ ବସ ଷ୍ଟାଣ୍ଡ ପ୍ରସ୍ତୁତ, ତେବେ ଏହାକୁ କାର୍ଯ୍ୟକାରୀ କରାଯାଉନି କାହିଁକି ? ଯାତ୍ରୀ ସୁବିଧା ଓ ସୁରକ୍ଷା ପ୍ରତି ପ୍ରଶାସନ କେବେ ଗୁରୁତ୍ୱ ଦେବ ? ସ୍ଥାନୀୟ ଲୋକମାନେ ଦାବି କରୁଛନ୍ତି ଗୋଡାଲ ଛକରେ ସୁରକ୍ଷିତ ବସ ଷ୍ଟପ୍ ବ୍ୟବସ୍ଥା, ମଦଭାଟିକୁ ଏକ୍ସପ୍ରେସ ପାଖରୁ ସ୍ଥାନାନ୍ତର, ଯୁଗେନପଦର ବସ ଷ୍ଟାଣ୍ଡକୁ ଶୀଘ୍ର କାର୍ଯ୍ୟକାରୀ କରାଯାଉ । ଯଦି ସମୟରେ ସମ ପଦକ୍ଷେପ ନିଆଯିବ ନାହିଁ, ତେବେ ଗୋଡାଲ ଛକ ଆଗାମୀ ଦିନରେ ଆଉ ବଡ଼ ଦୁର୍ଘଟଣାର କେନ୍ଦ୍ରବିନ୍ଦୁ ହେବାର ଆଶଙ୍କା ରହିଛି । ପ୍ରଶାସନ ଏହି ଗୁରୁତର ବିଷୟକୁ କେବେ ଗଭୀରତାର ସହିତ ନେବ ସେଥିପାଇଁ ସମସ୍ତଙ୍କ ନଜର ରହିଛି।

